Advertisement
photoDetails0hindi

IPL Season 16: 'ଗୃହଲକ୍ଷ୍ମୀ'କାର୍ଯ୍ୟକ୍ରମର ଆଙ୍କର ଲୋରିଆ କରିବେ ଆଇପିଏଲରେ କମେଣ୍ଟ୍ରି..

IPL Season 16: ଚଳିତବର୍ଷର ଆଇପିଏଲକୁ(IPL Season 16) ନେଇ ରୋମାଞ୍ଚ ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ କାରଣରୁ ଆଇପିଏଲ-୨୦୨୩ (IPL) ସିଜନ୍ ପାଇଁ ଫ୍ୟାନ୍ସମାନଙ୍କ ମନରେ ଉତ୍ସାହ ବଢିଚାଲିଛି । ସେପଟେ ଓଡିଆ କ୍ରିକେଟପ୍ରେମୀମାନଙ୍କ ପାଇଁ ଆଉ ଏକ ସରପ୍ରାଇଜ ଖବର ଏବେ ସାମନାକୁ ଆସିଛି । (IPL Season 16) ଚଳିତବର୍ଷର ଆଇପିଏଲ ସିଜନ ଓଡିଆମାନଙ୍କ ପାଇଁ ହେବାକୁ ଯାଉଛି ଆହୁରି ରୋମାଞ୍ଚକର ।

1/5

ପ୍ରଥମ ଥର ଆଇପିଏଲରେ କମେଣ୍ଟ୍ରି ଓଡିଆ ଭାଷାରେ କରାଯିବ । ଏ -ନେଇ ପ୍ରସାରଣ ଦାୟିତ୍ୱରେ ଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ମୋବାଇଲ ଆପ୍ଲିକେସନରେ କ୍ରିକେଟ ପ୍ରେମୀମାନେ ଓଡିଆ କମେଣ୍ଟ୍ରିର ମଜା ନେଇପାରିବେ । 

2/5

ମ୍ୟାଚ ପୂର୍ବରୁ କ୍ରିକେଟ ବିଶେଷଜ୍ଞମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ କଟକ ସହରର ଲୋରିଆ ମହାନ୍ତିଙ୍କୁ ଚୟନ କରାଯାଇଛି । ଏଥିପାଇଁ ଆସନ୍ତାକାଲି (ମଙ୍ଗଳବାର)ସେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ ।

3/5

ଦୀର୍ଘ ବର୍ଷରୁ ଓଲିଉଡ ଜଗତରେ ଜଣେ ଆଗେ ଧାଡିର ଆଙ୍କର ଭାବେ ସେ ଖୁବ ପରିଚିତ । ତେବେ ବର୍ତ୍ତମାନ ଏହି ଦିଗରେ ସେ ଆଉ ଏକ ପାଦ ଆଗକୁ ବଢାଇଛନ୍ତି । ବର୍ତ୍ତମାନ ବିଶ୍ୱର ସର୍ବବୃହତ ଟି-୨୦ ଲିଗ୍ (T-20) ଆଇପିଏଲରେ (IPL)ସେ ସଂଯୋଜକର ଭୂମିକା ତୁଲାଇବାକୁ ଯାଉଛନ୍ତି ।

4/5

ସେଥିପାଇଁ ତାଙ୍କୁ ସବୁଆଡୁ ପ୍ରଶାଂସାର ସୁଅ ଛୁଟିଛି । ମଞ୍ଚ ପରିଚାଳନା ସହ ଟେଲିଭିଜନ ଆଙ୍କରିଂରେ ସେ ବେଶ ନାଁ କମାଇଥିବା ବେଳେ ଏହି ଦାୟିତ୍ୱ ନିଶ୍ଚୟ କିଛି ନୂଆ ଅନୁଭୂତି ଦେବ ବୋଲି କହିଛନ୍ତି ଲୋରିଆ । 

5/5

କ୍ରିକେଟ ଦୁନିଆରେ ବିଶେଷଜ୍ଞମାନଙ୍କୁ ନେଇ ପ୍ରଥମ ଥର ଏଭଳି ଏକ ବିଶାଳ କାର୍ଯ୍ୟକ୍ରମକୁ ପରିଚାଳନା କରିବା ଚାଲେଞ୍ଜିଂ ରହିବ ବୋଲି ଲୋରିଆ ମତ ରଖିଛନ୍ତି ।