Advertisement
Photo Details/zeeodisha/odisha1592239
photoDetails0hindi

Longest Railway Platform: କେଉଁଠାରେ ଅବସ୍ଥିତ ରହିଛି ବିଶ୍ୱର ସବୁଠାରୁ ଲମ୍ବା ରେଳ ପ୍ଲାଟଫର୍ମ? ଯେଉଁଠି ଚାଲି ଚାଲି ଥକିଯିବେ ଆପଣ

Railway Platform: ବିଶ୍ୱରେ ଏପରି ଏକ ଲମ୍ବା ରେଳ ଫ୍ଲାଟଫର୍ମ ରହିଛି ଯେଉଁଠି ଚାଲି ଚାଲି ଆପଣ ଥକିଯିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରେଳ ଫ୍ଲାଟଫର୍ମ ଭାରତରେ ଅବସ୍ଥିତ।  

1/5

ଆମ ଦେଶରେ ପ୍ରତ୍ୟେକ ଦିନ କୋଟି କୋଟି ଲୋକ ରେଳଯାତ୍ରା କରିଥାନ୍ତି। ସେଥିପାଇଁ ଭାରତୀୟ ରେଳବାଇ ଦେଶର ଜୀବନ ରେଖା ଭାବରେ ଜଣାଶୁଣା। କାରଣ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ଭାରତୀୟ ରେଳବାଇ। ଭାରତର ରେଳ ନେଟୱାର୍କ ସମଗ୍ର ବିଶ୍ୱରେ ଦ୍ୱିତୀୟ ସର୍ବବୃହତ୍ତମ ବୃହତ୍ତମ ରେଳ ନେଟୱାର୍କ। ଏହି କାରଣରୁ ବିଶ୍ୱର ସର୍ବବୃହତ ରେଳ ପ୍ଲାଟଫର୍ମ ମଧ୍ୟ ଭାରତରେ ଅବସ୍ଥିତ ରହିଛି।

2/5

ହେଲେ କ'ଣ ଆପଣ ଜାଣିଛନ୍ତି ଦେଶର କେଉଁ ରେଳ ଷ୍ଟେସନ ଠାରେ ଅବସ୍ଥିତ ରହିଛି ବିଶ୍ୱର ସବୁଠୁ ବଡ ରେଳ ପ୍ଲାଟଫର୍ମ? ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିନାହାଁନ୍ତି, ତାହେଲେ ଆମେ ଆପଣଙ୍କୁ ଜଣାଇ ଦେଉଛି।  ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରେ ଗୋରଖପୁର ଜଙ୍କସନ ରେଳ ଷ୍ଟେସନ। ଗୋରଖପୁର ରେଳ ଷ୍ଟେସନ, ପ୍ଲାଟଫର୍ମ ୧ ଏବଂ ୨ ନମ୍ବର ପ୍ଲାଟଫର୍ମ ହେଉଛି ବିଶ୍ୱର ସବୁଠାରୁ ଲମ୍ବା ପ୍ଲାଟଫର୍ମ।

3/5

ଯାହାର ଲମ୍ବା ହେଉଛି ୧୩୬୪ ମିଟର। ଯଦି ଦେଖାଯାଏ ତାହେଲେ ଏହି ପ୍ଲାଟଫର୍ମ ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ଲମ୍ବ। ଯଦି ଆପଣ ଏହି ପ୍ଲାଟଫର୍ମ ଠାରେ ଚାଲିବାକୁ ଚେଷ୍ଟା କରନ୍ତି ତାହେଲେ ଆପଣ ଥକିଯିବେ। ଆପଣ ଯଦି ଏହାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଚାଲି ଚାଲି ଯିବେ, ତାହେଲେ ଆପଣ ଚାଲିବା ସମୟରେ ନିଶ୍ଚିତ ଭାବେ ଥକିଯିବେ। ବୋଧହୁଏ ଆପଣ ପାଦରେ ଯନ୍ତ୍ରଣା ଅନୁଭବ କରିବେ। 

4/5

ଗୋରଖପୁର ଜଙ୍କସନ ଭାରତୀୟ ରେଳବାଇ ଉତ୍ତର-ପୂର୍ବ ରେଳମଣ୍ଡଳ ଅଧୀନରେ ଆସୁଛି। ବିଶ୍ୱର ସବୁଠାରୁ ଲମ୍ବା ପ୍ଲାଟଫର୍ମ ହୋଇଥିବାରୁ ଏହି ଜଙ୍କସନ ନାଁ ଲିମକା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ତାଲିକାରେ ପଞ୍ଜୀକୃତ ହୋଇଛି। ଏହି ପ୍ଲାଟଫର୍ମ ପୁନ ନିର୍ମାଣ କାର୍ଯ୍ୟ ୨୦୧୩ ଅକ୍ଟୋବରରେ କରାଯାଇଥିଲା। ଯାହା ପରେ ଏହା ବିଶ୍ୱର ଦୀର୍ଘତମ ପ୍ଲାଟଫର୍ମ ହୋଇଗଲା।

5/5

ଦୈନିକ ୧୭୦ କିମ୍ବା ଏହା ଠାରୁ ଅଧିକ ଟ୍ରେନ ଗୋରଖପୁର ଜଙ୍କସନ ଦେଇ ଯାତାୟତ କରିଥାଏ। ଏହି ରେଳ ଷ୍ଟେସନ ପ୍ଲାଟଫର୍ମ ୧ ଏବଂ ୨ ଦୈର୍ଘ୍ୟ ଏତେ ଲମ୍ବା ଯେ ୨୬ ବଗି ରହିଥିବା ଦୁଇଟି ଟ୍ରେନ୍ ଏଠାରେ ଏକ ସମୟରେ ପାର୍କିଂ କରାଯାଇ ପାରିବ।