Advertisement
photoDetails0hindi

India vs Ireland: ନୂଆ ଟିମ୍, ନୂତନ ଅଧିନାୟକ, ଆୟର୍ଲାଣ୍ଡରେ ହେବ ଯୁବ ଖେଳାଳିଙ୍କ ଅସଲି ଟେଷ୍ଟ, ଜାଣନ୍ତୁ କ'ଣ ରହିଛି ରେକର୍ଡ଼

India vs Ireland T20 series: ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଗସ୍ତ (West Indies) ଶେଷ ହୋଇଛି । ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଆୟର୍ଲାଣ୍ଡ ଗସ୍ତ କରିବ, ଯେଉଁଠାରେ ସେମାନଙ୍କୁ ଆୟୋଜକଙ୍କ ସହ ୩ ମ୍ୟାଚ୍ ବିଶିଷ୍ଟ ଏକ ଟି-୨୦ ସିରିଜ୍ ଖେଳିବାକୁ ପଡିବ । ଜସପ୍ରୀତ ବୁମ୍ରା (Jasprit Bumrah) ଆୟର୍ଲାଣ୍ଡରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ । ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ୱେଷ୍ଟଇଣ୍ଡିଜରେ ଭାରତର ଟି-୨୦ ଦଳର ଅଧିନାୟକ ଥିଲେ କିନ୍ତୁ ଏହି ଅଲରାଉଣ୍ଡର ଆୟର୍ଲାଣ୍ଡ ଗସ୍ତ ପାଇଁ ଚୟନ ହୋଇନାହାଁନ୍ତି । ଭାରତ ଓ ଆୟର୍ଲାଣ୍ଡ ଦଳ ମଧ୍ୟରେ ଏପର୍ଯ୍ୟନ୍ତ କେତେ ମ୍ୟାଚ୍ ଖେଳାଯାଇଛି? କିଏ କାହା ଉପରେ ଭାରୀ? ଆସନ୍ତୁ ଜାଣିବା ଉଭୟଙ୍କ ରେକର୍ଡ...

 

1/7

India vs Ireland: ଜସପ୍ରୀତ ବୁମ୍ରାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଆୟର୍ଲାଣ୍ଡ ଗସ୍ତରେ ଯିବାକୁ ପ୍ରସ୍ତୁତ ଅଛି । ଆଘାତରୁ ଫେରୁଥିବା ବୁମ୍ରା ପୁନର୍ବାର ନିଜକୁ ପ୍ରମାଣ କରିବାକୁ ତତ୍ପର ଅଛନ୍ତି । ପ୍ରାୟ ଏକ ବର୍ଷ ପରେ ଆଘାତରୁ ସୁସ୍ଥ ହେବା ପରେ ପ୍ରଫୋସେନାଲ୍ କ୍ରିକେଟକୁ ଫେରିଥିବା ବୁମ୍ରାଙ୍କ ଉପରେ ନଜର ସମସ୍ତଙ୍କର ରହିବ ।

 

2/7

ଆୟର୍ଲାଣ୍ଡ ଗସ୍ତରେ ଯାଉଥିବା ଟିମ୍ ଇଣ୍ଡିଆରେ ଅନେକ ନୂଆ ଖେଳାଳିଙ୍କୁ ଏକ ସୁଯୋଗ ଦିଆଯାଇଛି, ଯେଉଁମାନେ ଏହି ବିଦେଶ ଗସ୍ତରେ ନିଜର ଆନ୍ତର୍ଜାତୀୟ କ୍ୟାରିଅର୍ ଆରମ୍ଭ କରିପାରିବେ । ସେମାନଙ୍କ ମଧ୍ୟରେ ଆଇପିଏଲ ତାରକା ରିଙ୍କୁ ସିଂ ଓ ୱିକେଟ୍ କିପର ଜିତେଶ ଶର୍ମା ମଧ୍ୟ ଅଛନ୍ତି । ବୁମ୍ରାଙ୍କ ପରି ଦ୍ରୁତ ବୋଲର ପ୍ରସିଦ୍ଧ କ୍ରୀଷ୍ଣା ମଧ୍ୟ ଆହତ ହୋଇଥିଲେ ଓ ସେ ଏକ ବର୍ଷ ପରେ ଦଳକୁ ଫେରୁଛନ୍ତି ।

 

3/7

ଏପର୍ଯ୍ୟନ୍ତ ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ୫ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି, ଯେଉଁଠାରେ ଭାରତ ସମସ୍ତ ମ୍ୟାଚ ଜିତିଛି । ଏଥିମଧ୍ୟରୁ ୪ଟି ଟି-୨୦ ରେ ଭାରତ ଆୟର୍ଲାଣ୍ଡକୁ ତାର ଘରେ ପରାସ୍ତ କରିଥିବାବେଳେ, ଗୋଟିଏ ମ୍ୟାଚରେ ଟିମ୍ ଇଣ୍ଡିଆ ଏକ ନିରପେକ୍ଷ ସ୍ଥାନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି ।

 

4/7

ଭାରତ ଓ ଆୟର୍ଲାଣ୍ଡର ଦଳ ଏପର୍ଯ୍ୟନ୍ତ ୩ଟି ଦିନିକିଆରେ ସଂଘର୍ଷ କରିଛନ୍ତି, ଯେଉଁଠାରେ ଭାରତ ଏହି ତିନୋଟି ମ୍ୟାଚରେ ଭାକତ ବିରୋଧୀ ଦଳକୁ ପରାସ୍ତ କରିଛି । ଏହି ମ୍ୟାଚଗୁଡିକ ମଧ୍ୟରୁ ଗୋଟିଏ ଘରେ ଜିତିଥିବା ବେଳେ ଗୋଟିଏ ବାହାରେ ଓ ଗୋଟିଏ ନିରପେକ୍ଷ ସ୍ଥାନରେ ଭାରତ ଜିତିଛି ।

 

5/7

ରେକର୍ଡ ଦୃଷ୍ଟିରୁ ଭାରତ ଆଗରେ ରହିଛି । ଏଭଳି ପରିସ୍ଥିତିରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତକୁ ଅପରାଜୟ ରଖିବା ପାଇଁ ଜସପ୍ରୀତ ବୁମ୍ରାଙ୍କ ଉପରେ ଚ୍ୟାଲେଞ୍ଜ ରହିବ । ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇଥିବା ୭ଜଣ ଖେଳାଳି ଆୟର୍ଲାଣ୍ଡ ଗସ୍ତରେ ଯିବେ ନାହିଁ ।

 

6/7

ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ୧୮ ଅଗଷ୍ଟରେ ଡବଲିନରେ ଖେଳାଯିବ, ଦ୍ୱିତୀୟ ଓ ତୃତୀୟଟି ଯଥାକ୍ରମେ ୨୦ ଓ ୨୩ ଅଗଷ୍ଟରେ ଡବଲିନରେ ଖେଳାଯିବ ।

 

7/7

ଭାରତୀୟ ଦଳ: ଜସପ୍ରୀତ ବୁମ୍ରା (କ୍ୟାପଟେନ), ରିତୁରାଜ ଗାଇକୱାଡ (ଭାଇସ୍-କ୍ୟାପଟେନ), ଯଶସ୍ୱୀ ଜୌସୱାଲ, ତିଲକ ଭର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ (ୱିକେଟ୍ କିପର), ଜିତେଶ ଶର୍ମା (ୱିକେଟ୍ କିପର), ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, ରବି ବିଷ୍ଣୁ, ପ୍ରସିଦ୍ଧ କ୍ରୀଷ୍ଣା, ଅର୍ଶଦୀପ ସିଂ, ମୁକେଶ କୁମାର, ଆବେଶ ଖାନ ।