Advertisement
Photo Details/zeeodisha/odisha2055296
photoDetails0hindi

IND VS AFG: ଭାରତ ଓ ଆଫଗାନିସ୍ତାନର ଖେଳାଳିଙ୍କ ଦରମାରେ ରହିଛି ଅନେକ ପାର୍ଥକ୍ୟ, ଜାଣନ୍ତୁ କିଏ ପାଏ କେତେ ଟଙ୍କା?

India And Afghanistan Cricketers Salary: ଭାରତ ଓ ଆଫଗାନିସ୍ତାନର କ୍ରିକେଟରଙ୍କ ଦରମା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ଏଠାରେ କହୁଛୁ ଆଫଗାନିସ୍ତାନ ଖେଳାଳିମାନେ ପ୍ରତିମାସରେ କେତେ ଦରମା ପାଆନ୍ତି।

 

1/5

IND VS AFG: ଗୁରୁବାର ଦିନଠାରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଏହି ସମୟରେ ଆସନ୍ତୁ ଜାଣିବା ଭାରତ ଓ ଆଫଗାନିସ୍ତାନର ଖେଳାଳିଙ୍କ ଦରମା ମଧ୍ୟରେ କେତେ ରହିଛି ପାର୍ଥକ୍ୟ।

 

2/5

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର ଶୀର୍ଷ ଖେଳାଳିମାନେ ପ୍ରତିମାସରେ ପ୍ରାୟ ୫୮ ହଜାର ଟଙ୍କା ପାଆନ୍ତି। ଏହି ତାରକା ଖେଳାଳିଙ୍କ ବାର୍ଷିକ ଦରମା ପ୍ରାୟ ୬ ଲକ୍ଷ ଟଙ୍କା।

 

3/5

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ଆଫଗାନିସ୍ତାନର ଯୁବ ଖେଳାଳିମାନେ କମ୍ ବେତନ ପାଆନ୍ତି। ଏହି ଯୁବ ଖେଳାଳିଙ୍କ ଦରମା ୩୨ ରୁ ୪୮ ହଜାର ମଧ୍ୟରେ ରହିଛି। ଯଦି ଆମେ ଯୁବ ଖେଳାଳିଙ୍କ ବାର୍ଷିକ ଦରମା ବିଷୟରେ କହିବା, ସେମାନେ ପ୍ରତିବର୍ଷ ୪ ରୁ ୫ ଲକ୍ଷ ଟଙ୍କା ପାଆନ୍ତି।

 

4/5

ଯେତେବେଳେ କି ଭାରତୀୟ କ୍ରିକେଟ୍ ବୋର୍ଡ ଚାରୋଟି ବର୍ଗରେ ଖେଳାଳିଙ୍କୁ ଦରମା ଦେଇଥାଏ। ବୋର୍ଡ ଖେଳାଳୀଙ୍କୁ A +, A, B ଓ C ଆଦି ଚାରୋଟି କ୍ୟାଟେଗୋରୀରେ ବିଭକ୍ତ କରିଛି ଓ ଖେଳାଳିମାନେ ନିଜ କ୍ୟାଟେଗୋରୀ ଅନୁଯାୟୀ ଦରମା ପାଆନ୍ତି।

 

5/5

A+ ଗ୍ରେଡରେ ଜଣେ ଖେଳାଳି ପ୍ରତିବର୍ଷ ୭ କୋଟି ଟଙ୍କା, A ଗ୍ରେଡ୍ ଖେଳାଳୀ ୫ କୋଟି ଟଙ୍କା, B ଗ୍ରେଡ୍ ଖେଳାଳୀ ପ୍ରତିବର୍ଷ ୩ କୋଟି ଓ C ଗ୍ରେଡ୍ ପ୍ଲେୟାର ପ୍ରତିବର୍ଷ ୧ କୋଟି ଟଙ୍କା ପାଇଥାଏ ।