Happy Independence Day 2023: ଆଜି ସମଗ୍ର ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ସୋମବାର ଦିନ ସ୍ୱାଧୀନତା ଦିବସ ଅବସରରେ ଦେଶର ପ୍ରମୁଖ ସ୍ଥାନ ଗୁଡ଼ିକ ମଧ୍ୟ ତ୍ରିରଙ୍ଗା ରଙ୍ଗର ଆଲୋକରେ ଆଲୋକିତ ହୋଇଥିଲା । ଦେଖନ୍ତୁ ଫଟୋ ।
ମାୟା ନଗରୀ ମୁମ୍ବାଇରେ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବିଏମସି ବିଲଡିଂକୁ ଜାତୀୟ ପତାକା ରଙ୍ଗରେ ଆଲୋକିତ କରାଯାଇଥିଲା ।
ସ୍ୱାଧୀନତା ଦିବସ ଅବସରରେ ହାଇଦ୍ରାବାଦର ପ୍ରସିଦ୍ଧ ଚାରମିନାର ତ୍ରିରଙ୍ଗା ରଙ୍ଗରେ ଝଲସି ଉଠିଥିଲା ।
୭୭ତମ ସ୍ୱାଧୀନତା ଦିବସ ଅବସରରେ କୋଲକାତା ହାଇକୋର୍ଟ ଜାତୀୟ ପତାକା ରଙ୍ଗରେ ଆଲୋକିତ ହୋଇଥିଲେ।
ସ୍ୱାଧୀନତା ଦିବସ ଅବସରରେ ରାଇସିନା ହିଲ୍ସ ଜାତୀୟ ପତାକା ରଙ୍ଗରେ ଆଲୋକିତ ହୋଇଥିଲା।
ଜାତୀୟ ପତାକା ରଙ୍ଗର ବେଶ ଆର୍କଷୀୟ ମନେ ହେଉଛି ରାଜସ୍ଥାନର ବିଧାନସଭା ଭବନ।
ସ୍ୱାଧୀନତା ଦିବସ ଉପଲକ୍ଷେ ଦିଲ୍ଲୀସ୍ଥିତ କୁତୁବ ମିନାର ମଧ୍ଯ ତ୍ରିରଙ୍ଗା ରଙ୍ଗରେ ଝଲସି ଉଠିଥିଲା ।
ट्रेन्डिंग फोटोज़