Advertisement
photoDetails0hindi

Team Indiaର ନମ୍ବର ୱାନ ମୁକୁଟକୁ ବିପଦ: ୱିଣ୍ଡିଜରେ ସିରିଜ୍ ଜିତିବା ପରେ ମଧ୍ୟ ଶୀର୍ଷ ସ୍ଥାନ ହରାଇପାରେ ଭାରତ

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୨ ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଓ ଶେଷ ଟେଷ୍ଟ ମ୍ୟାଚ୍ ଜୁଲାଇ ୨୦ ରୁ ପୋର୍ଟ ଅଫ୍ ସ୍ପେନରେ ଖେଳାଯିବ । ଯଦିଓ ଭାରତୀୟ ଦଳ ୱିଣ୍ଡିଜ୍ ବିପକ୍ଷରେ ୨-୧ ଗୋଲରେ ସିରିଜ୍ ଜିତିଛି, ତଥାପି ଅଷ୍ଟ୍ରେଲିଆ ବିପକ୍ଷରେ ଏକ ନମ୍ବର ର଼୍ୟାଙ୍କିଙ୍ଗ୍ (ICC Test Rankings) ହରାଇବାକୁ ପଡିପାରେ। ଆସନ୍ତୁ ସଂପୂର୍ଣ

1/6

ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୧୨୧ ରେଟିଂ ପଏଣ୍ଟ ସହ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହିଛି। ୧୧୬ ରେଟିଂ ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଅଛି ।

2/6

ଭାରତ ୱିଣ୍ଡିଜ୍ ସହିତ ଟେଷ୍ଟ ସିରିଜ୍ ଖେଳୁଥିବାବେଳେ ପ୍ୟାଟ୍ କମିନ୍ସ ଦ୍ୱାରା ପରିଚାଳିତ ଅଷ୍ଟ୍ରେଲିଆ ଦଳ ଇଂଲଣ୍ଡ ବିପକ୍ଷରେ ଆଶେସ୍ ସିରିଜ୍ (ENG VS AUS) ଖେଳିବାରେ ବ୍ୟସ୍ତ ଅଛି । କଙ୍ଗାରୁ ଦଳ ବର୍ତ୍ତମାନ ଆଶେସ ସିରିଜରେ ୨-୧ ରେ ଆଗୁଆ ରହିଛି । ଆଶେସ୍ ସିରିଜ୍ ପରେ ଅଷ୍ଟ୍ରେଲିଆର ଦଳ ଏକ ନମ୍ବର ଗାଦିରେ ବସିପାରେ ।

3/6

ଯଦି ଭାରତୀୟ ଦଳ ଆୟୋଜକ ୱିଣ୍ଡିଜ୍ ଠାରୁ ୦-୨ ଗୋଲରେ ଟେଷ୍ଟ ସିରିଜ୍ ଜିତିବ ଓ ଅନ୍ୟ ପଟେ ଅଷ୍ଟ୍ରେଲିଆ ଆୟୋଜକ ଇଂଲଣ୍ଡ ବିପକ୍ଷରେ ଆଶେସ୍ ସିରିଜକୁ ୪-୧ ରେ ଜିତିବାରେ ସଫଳ ହୁଏ, ତେବେ ଏହି ପରିସ୍ଥିତିରେ କଙ୍ଗାରୁ ଦଳ ଭାରତକୁ ଅତିକ୍ରମ କରି ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ ଏକ ନମ୍ବରରେ ପହଞ୍ଚିବ ।

4/6

ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆଶେସ୍ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍ (Ashes 2023) ୧୯ ଜୁଲାଇରୁ ଖେଳାଯିବ ଓ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍ ୨୭ ଜୁଲାଇରୁ ଖେଳାଯିବ । 

5/6

ଦ୍ୱିତୀୟ ସମୀକରଣ ହେଉଛି ଯଦି ଭାରତୀୟ ଦଳ ଆୟୋଜକ ୱିଣ୍ଡିଜଠାରୁ ଦ୍ୱିତୀୟ ଟେଷ୍ଟ ଡ୍ର କରି ସିରିଜକୁ ୧-୦ ରେ ଜିତେ ତେବେ ଅଷ୍ଟ୍ରେଲିଆକୁ ଇଂଲଣ୍ଡଠାରୁ ୩-୧ ରେ ଜିତିବାକୁ ପଡ଼ିବ । ଯଦି ଟିମ୍ ଇଣ୍ଡିଆ ସିରିଜକୁ ୧-୦ ରେ ଜିତେ ଓ କଙ୍ଗାରୁ ୪-୧ କିମ୍ବା ୩-୧ ରେ ଜିତେ, ତେବେ ଭାରତୀୟ ଦଳ ଦୁଇ ନମ୍ବରକୁ ଖସିଯିବ ।

6/6

ଯଦି ଭାରତ ଓ ୱିଣ୍ଡିଜ୍ ମଧ୍ୟରେ ସିରିଜ୍ ୧-୧ ଡ୍ରରେ ଶେଷ ହୁଏ ଓ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅବଶିଷ୍ଟ ଦୁଇଟି ଟେଷ୍ଟ ଡ୍ର ହୁଏ, ତେବେ କଙ୍ଗାରୁ ଦଳ ଏକ ନମ୍ବର ହୋଇଯିବ ।