Advertisement
photoDetails0hindi

IND vs AUS 2nd Test: ଅଷ୍ଟ୍ରେଲିଆ ବିପକ୍ଷରେ 'ଶତକ' ମାରିଲେ ଅଶ୍ୱିନ, ଏହା କରିବାରେ ହେଲେ ଭାରତର ଦ୍ୱିତୀୟ ବୋଲର

IND vs AUS 2nd Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ (Arun Jaitley Stadium) ଆରମ୍ଭ ହୋଇଛି । ଏଠାରେ ରବିଚନ୍ଦ୍ରନ୍ ଅଶ୍ୱିନ୍ (Ravichandran Ashwin) ଏକ ବଡ଼ ରେକର୍ଡ କରିଛନ୍ତି । ଅଶ୍ୱିନ୍ ବର୍ତ୍ତମାନର ବିଶ୍ୱର ଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ ଓ ସେ ଯେତେବେଳେ ସେ କ୍ରିକେଟ ଗ୍ରାଉଣ୍ଡରେ ଏଣ୍ଟ୍ରି କରନ୍ତି, ସେତେବେଳେ ସେ କିଛି ନା କିଛି ରେକର୍ଡ କରନ୍ତି ।

1/5

Delhi Test: Ravichandran Ashwin, ଭାରତର ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ବର୍ତ୍ତମାନର ଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଗଣା ହୋଇଛନ୍ତି । ଯେତେବେଳେ ବି ସେ ପଡ଼ିଆରେ ପାଦ ଦିଅନ୍ତି, କିଛି ନା କିଛି ରେକର୍ଡ କରନ୍ତି କିମ୍ବା ଅନ୍ୟ କିଛି ପାଇଁ ଚର୍ଚ୍ଚାରେ ରୁହନ୍ତି । ବର୍ତ୍ତମାନ ଅଶ୍ୱିନ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି ଓ ଏହି ମ୍ୟାଚରେ ମଧ୍ୟ ସେ ଏକ ରେକର୍ଡ ସୃଷ୍ଟି କରି 'ଶତକ' ହାସଲ କରିଛନ୍ତି ।

2/5

ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ 'ଶତକ' ହାସଲ କରିଛନ୍ତି । ସେ ଦିଲ୍ଲୀ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ୧୦୦ ୱିକେଟ୍ ପୂରା କରିଛନ୍ତି । ଏହା ସହ ସେ ବୋର୍ଡର-ଗାଭାସ୍କର ଟ୍ରଫିରେ ୧୦୦ ୱିକେଟ୍ ପୂରଣ କରିଥିବା ଦ୍ୱିତୀୟ ବୋଲର ହୋଇଛନ୍ତି । 

3/5

ଅଷ୍ଟ୍ରେଲିଆ ବିପକ୍ଷ ୩୭ ଇନିଂସରେ ଅଶ୍ୱିନ ଏହି 'ଶତକ' ୱିକେଟ୍ ପୂରା କରିଛନ୍ତି । ଏହି ସମୟ ମଧ୍ୟରେ ସେ ୬ ଥର ଇନିଂସରେ ପାଞ୍ଚ କିମ୍ବା ଏହାଠାରୁ ଅଧିକ ୱିକେଟ୍ ନେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୧୦୩ ରନ୍ ଦେଇ ସାତ ୱିକେଟ୍ ହାସଲ କରିବା 

 

4/5

ଏହି ମ୍ୟାଚ୍‌ରେ ଖେଳୁଥିବା ଅଶ୍ୱିନ୍‌ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ମଧ୍ୟ ଏକ ବଡ଼ କାରନାମା କରିଛନ୍ତି । ଏହି ଅଫ୍ ସ୍ପିନର ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ତାଙ୍କର ୭୦୦ ୱିକେଟ୍ ପୂରା କରିଛନ୍ତି ।

5/5

ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଟେଷ୍ଟର ପ୍ରଥମ ଇନିଂସରେ ଅଶ୍ୱିନ ୨୧ ଓଭର ବୋଲିଂ କରି ୫୭ ରନ୍ ଦେଇ ତିନୋଟି ୱିକେଟ୍ ହାସଲ କରିଛନ୍ତି ।