Advertisement
Photo Details/zeeodisha/odisha1764664
photoDetails0hindi

How to Join IAF: ଦ୍ୱାଦଶ ପରେ କିପରି ଭାରତୀୟ ବାୟୁସେନାରେ ପାଇବେ ଚାକିରି? ଜାଣନ୍ତୁ ସମ୍ପୂର୍ଣ୍ଣ ଚୟନ ପ୍ରକ୍ରିୟା

How to Join Indian Air Force after 12th:  ଦ୍ୱାଦଶ ଶ୍ରେଣୀ ପରେ କିପରି ଆପଣ ଭାରତୀୟ ବାୟୁସେନାରେ ଯୋଗ ଦେଇପାରିବେ ସେ ସମ୍ପର୍କରେ ଆମେ ଆପଣଙ୍କୁ କହୁଛୁ। 

1/5

ଆପଣଙ୍କୁ କହିରଖୁଛୁ ଯେ ଛାତ୍ରଛାତ୍ରୀ ଦ୍ୱାଦଶ ପରେ ସିଧାସଳଖ ବାୟୁସେନାରେ ଯୋଗଦାନ କରିପାରିବେ। ବାୟୁସେନାରେ ସାମିଲ ହେବା ପାଇଁ ସେମାନଙ୍କୁ ନ୍ୟାସନାଲ ଡିଫେନ୍ସ ଏକାଡେମୀ (National Defence Academy) ଏନଡିଏ ପରୀକ୍ଷା (NDA Exam) ଦେବାକୁ ହୋଇଥାଏ। ଏହି ପରୀକ୍ଷା ପ୍ରତିବର୍ଷ କେନ୍ଦ୍ରୀୟ ଲୋକସଭା ସେବା ଆୟୋଗ (Union Public Service Commission) ଦ୍ୱାରା ଆୟୋଜିତ ହୋଇଥାଏ।

2/5

ବାୟୁସେନା ପାଇଁ ୟୁପିଏସସି ଏନଡିଏ ଯୋଗ୍ୟତା: କିଏ ଦେଇପାରିବେ ପରୀକ୍ଷା: ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ସହିତ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରତାତ୍ରୀ ଏହି ପରୀକ୍ଷା ଦେଇପାରିବେ। ଏହା ସହିତ ପରୀକ୍ଷାର୍ଥୀଙ୍କ ବୟସ ସାଢେ ୧୬ ବର୍ଷରୁ ସାଢେ ୧୯ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ପ୍ରତିବର୍ଷ ଏନଡିଏ ପରୀକ୍ଷା ଫର୍ମ ବାହାରିଥାଏ। ନିର୍ଦ୍ଦିଷ୍ଟ ଯୋଗ୍ୟତା ଥିବା ଛାତ୍ରଛାତ୍ରୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୟୁପିଏସସି  ୱେବସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ।

 

3/5

ଭାରତୀୟ ବାୟୁସେନା ଚୟନ ପ୍ରକ୍ରିୟା: ୟୁପଏସସି ଏନଡିଏ ପରୀକ୍ଷା ଅଧୀନରେ ଲିଖିତ ପରୀକ୍ଷା ଏବଂ ଏସଏସବି ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯାଇଥାଏ। ଯେଉଁମାନେ ପରୀକ୍ଷାରେ କୃତକାର୍ଯ୍ୟ ହୁଅନ୍ତି ସେମାନଙ୍କୁ ଏସସିବି ସାକ୍ଷାତକାର ପାଇଁ ଡାକିଥାଏ। 

4/5

ବାୟୁସେନା ପାଇଁ UPSC NDA ପରୀକ୍ଷା ପଦ୍ଧତି: ଲିଖିତ ପରୀକ୍ଷାରେ ଦୁଇଟି ପେପର ହୋଇଥାଏ। ତାହା ହେଉଛି ଗଣିତ ଏବଂ ସାଧାରଣ ଦକ୍ଷତା ପରୀକ୍ଷା। ଗଣିତ ବିଭାଗରୁ ୩୦୦ ପ୍ରଶ୍ନ ଏବଂ ସାଧାରଣ ଦକ୍ଷତା ପରୀକ୍ଷାରେ ୬୦୦ ପ୍ରଶ୍ନ ପଚରାଯାଏ। ସାଧାରଣ ଦକ୍ଷତା ପରୀକ୍ଷଣରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାଧାରଣ ବିଜ୍ଞାନ, ଇତିହାସ, ଭୂଗୋଳ ଏବଂ ସାମ୍ପ୍ରତିକ ଘଟଣାବଳୀ ଉପରୁ ପ୍ରଶ୍ନ ପଚରାଯାଏ।

 

5/5

ଆଇଏଏଫ ଏନଡିଏ ଏସଏସବି ସାକ୍ଷାତକାର: ଏସଏସବି ସାକ୍ଷାତକାର ପ୍ରକ୍ରିୟା ୨ ପର୍ଯ୍ୟାୟରେ ୨ ଦିନ ପାଇଁ ଚାଲିଥାଏ। ଯେଉଁଥିରେ ଅନେକ ରାଉଣ୍ଡ ପରୀକ୍ଷା ରହିଛି। ସମଗ୍ର ସାକ୍ଷାତକାର ପ୍ରକ୍ରିୟାର ମୋଟ ମାର୍କ ହେଉଛି ୯୦୦। ବାୟୁସେନାରେ ଯୋଗଦେବା ପାଇଁ ପ୍ରାର୍ଥୀଙ୍କୁ କମ୍ପ୍ୟୁଟରୀକରଣ ପାଇଲଟ୍ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯୋଗ୍ୟତା ଅର୍ଜନ କରିବାକୁ ପଡିବ।