Advertisement
Photo Details/zeeodisha/odisha1764810
photoDetails0hindi

Horoscope Today 04 July 2023: ଏହି ୪ ରାଶିଙ୍କ ଲାଗି ବଢିପାରେ ଅଢୁଆ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ମଙ୍ଗଳବାର

Horoscope Today 04 July 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ ।ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

1/12

ମେଷ ରାଶି: ଆଜିର ଦିନଟି ପରିବାର ଲୋକଙ୍କ ସହ ଭଲରେ ଅତିବାହିତ ହେବ । ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ।

2/12

ବୃଷ ରାଶି: ସାଧାରଣ କଥାକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଉଦାସ ରହିବ। ଭୁଲ୍‌ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି । ଯାତ୍ରା ଓ ବାଣିଜ୍ୟରେ ଲାଭବାନ ହେବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ।

3/12

ମିଥୁନ ରାଶି: ଆତ୍ମୀୟସ୍ବଜନଙ୍କ ଗହଣରେ ଦିନଟି ହସ ଖୁସିରେ ଅତିବାହିତ ହେବ। ଆକସ୍ମିକ ଭାବେ ଖର୍ଚ୍ଚ ଭାର ବୃଦ୍ଧି କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। ବାରୁଦ ଓ ବିଦ୍ୟୁତ୍‌ ପ୍ରତି ସାବଧାନ ରୁହନ୍ତୁ । କ୍ରୀଡା, କଳା, ସାହିତ୍ୟ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି।

4/12

କର୍କଟ ରାଶି: ଆଜି ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ । କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ସାମ୍ନା କରିବାର ସାହସ ରଖି କୃତକାର୍ଯ୍ୟ ହେବେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବ । ସମସ୍ୟା ସମାଧାନ ନେଇ ଆଶା କରିପାରନ୍ତି।

5/12

ସିଂହ ରାଶି: ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ଯୋଗୁଁ ଅସନ୍ତୋଷ ସୃଷ୍ଟି ହେବ। ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ନୀରବ ରହିପାରିଲେ ଭଲ ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ଆଜିର ଦିନଟି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ଲାଗି ଅତ୍ୟନ୍ତ ଶୁଭଦାୟୀ ଅଟେ ।

6/12

କନ୍ୟା ରାଶି: ଅର୍ଥ ଲାଭ ସହ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ଖଳ ଲୋକଙ୍କ କଥାରେ ପ୍ରଭାବିତ ହୋଇ ପରିବାର ସଦସ୍ୟଙ୍କ ସହ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସନ୍ତାନଙ୍କ ଲାଗି ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।

7/12

ତୁଳା ରାଶି: ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିପାରିବେ। ପାଇବାକୁ ଥିବା ଅର୍ଥ ଲାଗି ବିବାଦର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ଅତ୍ୟଧିକ କାମ ଯୋଗୁଁ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ।

8/12

ବିଛା ରାଶି: ମନ ଅସ୍ଥିର ରହିବ। କୌଣସି ମୂଲ୍ୟବାନ୍‌ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନାହିଁ। ସାମ୍ବାଦିକତା, ରାଜନୀତି ଓ ସାହିତ୍ୟ ପ୍ରଭୃତିରୁ ସୁଫଳ ପାଇବେ।

9/12

ଧନୁ ରାଶି: ପରିସ୍ଥିତି ବଦଳିବା ସହ ସଙ୍କଟମୁ୍‌କ୍ତ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତାର ପ୍ରଭାବ ଅନୁଭବ କରିବାକୁ ପଡି଼ପାରେ। ଅନ୍ୟମନସ୍କତା ହେତୁ କୌଣସି ଜିନିଷ ହରାଇପାରନ୍ତି। ସହକର୍ମୀ, ଭାଇ-ଭଉଣୀ ଓ ଅଧନସ୍ଥ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ।

10/12

ମକର ରାଶି: ସାହାଯ୍ୟ ନେଇ ମନ ବଳାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ସ୍ତ୍ରୀଙ୍କ ସହ ମତାନ୍ତର ହେବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।

11/12

କୁମ୍ଭ ରାଶି: ପରିବାର ସହ ଦିନଟି ଭଲରେ କଟିବ। ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଅର୍ଥ କିମ୍ବା ଦ୍ରବ୍ୟହାନୀ ଯୋଗୁଁ ବ୍ୟସ୍ତତା ବଢିଯିବାରେ। ଆକ୍ମମିକ ଯାତ୍ରା କରିପାରନ୍ତି ।

12/12

ମୀନ ରାଶି: ଭଲ କାମ ଯୋଗୁଁ କର୍ମ କ୍ଷେତ୍ରରେ ସମ୍ମାନିତ ହେବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଦୃତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ ହେବେ। ଆନୁଷ୍ଠାନିକ କାମରେ ସତକଥା କହି ପ୍ରଶଂସିତ ହୋଇପାରନ୍ତି।