Advertisement
Photo Details/zeeodisha/odisha1838699
photoDetails0hindi

Horoscope Today Aug 24 2023: ବ୍ୟବସାୟରେ ବଡ଼ ଡ଼ିଲ୍ ଫାଇନାଲ୍ ହେବା ସହ ଶୁଭଫଳ ପାଇବେ ଏହି ରାଶି, ଜାଣନ୍ତୁ କେମିତ କଟିବ ଆଜିର ଦିନ?

Horoscope Today Aug 24 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୨୪ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ..

1/12

Horoscope Today Aug 24 2023: ମେଷ ରାଶି: ଆଜି ସକାଳୁ ସକାଳୁ ଦେବ ଦର୍ଶନ ନେଇ ସୁଯୋଗ ମିଳିବ । ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ହେବ । ଯେଉଁ କାମ କରିବେ ସେଥିରେ ସଫଳତା ଲାଭ କରିବେ । ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ପ୍ରୟାସ କରି ଅସଫଳ ହେବେ। ପ୍ରେମୀ ମାନଙ୍କ ଲାଗି ଦିନଟି ଶୁଭ ରହିବ ।

2/12

ବୃଷ ରାଶି: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ସେବା କରିବାର ଅବସର ପାଇବେ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। କର୍ମ କ୍ଷେତ୍ରରେ ପ୍ରଶ˚ସିତ ହେବେ ।

3/12

ମିଥୁନ ରାଶି: ଅଚାନକ କୌଣସି କଥାକୁ ନେଇ ମନ ଖରାପ ହୋଇପାରେ। ମାତା ପିତାଙ୍କ ସେବାରେ ଦିନଟି କଟିବ । କର୍ମ କ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ନେଇ ଡ଼ିଲ୍ କରିପାରନ୍ତି।

 

4/12

କର୍କଟ ରାଶି:  ଆଜି ଜୀବନରେ ବଡ଼ ପରିବର୍ତ୍ତନ ଆସିପାରେ । ପ୍ରତିଦ୍ବନ୍ଦ୍ବି ମାନେ ଶାନ୍ତ ରହିବେ। ଚାକିରି ସୁଯୋଗରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ବ୍ୟବସାୟରୁ ଲାଭ ମିଳିବ। ପ୍ରେମରେ ସଫଳତା ମିଳିବ।

5/12

ସି˚ହ ରାଶି: କୌଣସି ଏକ କାମକୁ ନେଇ ମନରେ ଦ୍ବନ୍ଦ୍ବ ଉପୁଜିବ । କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ ରହିବ। ପରିବାର ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ । ପରିବାର ସଦସ୍ୟ ଓ ବନ୍ଧୁଙ୍କ ସହ ଦିନଟି ଭଲରେ କଟିବ । 

6/12

କନ୍ୟା ରାଶି: ମନ ଅଶାନ୍ତ ରହିବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ । ଅବିବାହିତଙ୍କ ବିବାହ ସ୍ଥିର ହୋଇପାରେ । ପ୍ରେମଙ୍କ ଲାଗି ଦିନଟି ଭଲରେ କଟିବ।

7/12

ତୁଳା ରାଶି: କର୍ମ କ୍ଷେତ୍ରରେ ନୂତନ ଚାଲେଞ୍ଜର ସାମ୍ନା କରିବେ। ଆଜି କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ନଚେତ୍ ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ଘରକୁ ଅତିଥି ଆସିବେ। ଦାମ୍ପତି ମାନଙ୍କ ଲାଗି ଦିନଟି ଭଲ ରହିବ । ହଠାତ୍ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ।  

8/12

ବିଛା ରାଶି:  ଆଜିର ଦିନ ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ବ୍ୟବସାୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପରିବାର ଓ ପ୍ରିୟଜନଙ୍କ ସହ ଦିନଟି ଭଲରେ କଟିବ ।

9/12

ଧନୁ ରାଶି:  ସାବଧାନର ସହ କାମ କଲେ ଲାଭବାନ ହେବ। ବ୍ୟସ୍ତତା ରହିବା ସତ୍ତ୍ବେ ବୁଲିବା ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।

10/12

ମକର ରାଶି:  ପୂରାଦିନ ମନ ପ୍ରସନ୍ନ ରହିବ। କାମ ପୂରଣ କରିବା ଲାଗି ନୂତନ ଯୋଜନା ପାଇବେ । ପ୍ରେମ ପ୍ରସଙ୍ଗ ଓ ବ୍ୟବସାୟରେ ସଫଳତା ମିଳିବ। କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଇପାରନ୍ତି ।

11/12

କୁମ୍ଭ ରାଶି:  ପରିବାର ଲୋକେ ଓ ବନ୍ଧୁଙ୍କ ଗ୍ରହଣରେ ଦିନଟି ଭଲରେ ଅତିବାହିତ ହେବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାର୍ଯ୍ୟରେ ବାଧ୍ୟା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।

12/12

ମୀନ ରାଶି:  ନିଜ ନିଷ୍ପତ୍ତି ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ଲାଭ ପାଇବେ। କର୍ମ କ୍ଷେତ୍ରରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ପ୍ରେମ ସମ୍ପର୍କରେ ମଧୁରତା ଆସିବ।