Advertisement
photoDetails0hindi

Mental Health: ମାନସିକ ସ୍ବାସ୍ଥ୍ୟକୁ ବିଗାଡିଥାଏ ଏହି ସବୁ ଖାଦ୍ୟ ! ଆଜିଠୁ କରନ୍ତୁ ପରିତ୍ୟାଗ

Mental Health: ଗତ କିଛି ବର୍ଷ ମଧ୍ୟରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାନସିକ ରୋଗୀ ସଠିକ୍ ଚିକିତ୍ସା ପାଇବା ନିହାତି ଆବଶ୍ୟକ । ମାନସିକ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ଓ ଯୋଗ ପ୍ରତିଦିନ କରିବା ଉଚିତ୍ ।

1/5

କିଛି ଲୋକେ ଆମ ସମାଜରେ ଏଭଳି ଅଛନ୍ତି । ଯେଉଁମାନେ, ଛୋଟ ଛୋଟ କଥାରେ ଟେନସନରେ ଆସି ଯାଆନ୍ତି । ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ମସ୍ତିଷ୍କର ସ୍ନାୟୁ ଉପରେ ଅଧିକ ଚାପ ପକାଇଥାଏ। ଯେଉଁ କାରଣରୁ ମାନସିକ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗେ । ଅନେକ ଲୋକଙ୍କର ଅଧିକ ଖାଇବା ଅଭ୍ୟାସ ଅଛି, କିନ୍ତୁ ଅଧିକ ମିଠା ଖାଇବା ଆପଣଙ୍କ ମସ୍ତିଷ୍କ ପାଇଁ କ୍ଷତିକାରକ । ତେଣୁ ଅଧିକ ମିଠା ଖାଇବା ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ ।

2/5

ମଦ୍ୟପାନ କରିବା ମନକୁ ଦୁର୍ବଳ କରିଥାଏ, ଯେଉଁ କାରଣରୁ ଆପଣ କୌଣସି ସଠିକ୍ ନିଷ୍ପତ୍ତି ନେବାକୁ ସକ୍ଷମ ହୁଅନ୍ତି ନାହିଁ । ତେଣୁ ଆପଣ ମଦ୍ୟପାନ ବନ୍ଦ କରିବା ଉଚିତ୍ ।

 

3/5

ଜଙ୍କ ଫୁଡର ଅତ୍ୟାଧିକ ବ୍ୟବହାର ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଜଙ୍କ ଫୁଡ ଖାଇବା ଆପଣଙ୍କ ମସ୍ତିଷ୍କକୁ ଦୁର୍ବଳ ମଧ୍ୟ କରିଥାଏ ।

 

4/5

ଯେଉଁମାନଙ୍କର ଛୋଟ ଛୋଟ ଜିନିଷ ଉପରେ ମଧ୍ୟ କ୍ରୋଧ କରିବାର ଅଭ୍ୟାସ ଅଛି,ସେମାନଙ୍କର ମସ୍ତିଷ୍କ ଧୀରେ ଧୀରେ କାମ ବନ୍ଦ କରିଦିଏ । ସେଥିପାଇଁ ଜଣେ ବ୍ୟକ୍ତି ନିଜର କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ୍ ।

5/5

ଯେଉଁ ଲୋକମାନେ ରାତିରେ ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତି  ନାହିଁ,ସେମାନଙ୍କ କ୍ଷେତ୍ରରେ ଚିନ୍ତା ଏବଂ ଚାପ ଭଳି ସମସ୍ୟା ଅଧିକ ଦେଖାଦେଇଥାଏ । ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ ସୁସ୍ଥ ଏବଂ ଉନ୍ନତ ରଖିବା ପାଇଁ ଗୋଟିଏ ଦିନରେ ଆପଣ ଅତିକମରେ ୭ରୁ ୮ ଘଣ୍ଟା ଶୁଅନ୍ତୁ ।