Advertisement
Photo Details/zeeodisha/odisha1800944
photoDetails0hindi

HBD Sanjay Dutt: ଜଣେ କି ଦୁଇ ଜଣ ନୁହେଁ, ଏତିକି ଶହ ଯୁବତୀଙ୍କ ସହ ଥିଲା ସଞ୍ଜୁବାବାଙ୍କ ପ୍ରେମ ସମ୍ପର୍କ

Sanjay Dutt Unknown Facts: ବଲିଉଡ଼ (Bollywood) ଅଭିନେତା ସଞ୍ଜୟ ଦତ୍ତ(Actor Sanjay Dutt)। ଆଜି ସଞ୍ଜୟ ଦତ୍ତଙ୍କ ଜନ୍ମଦିନ । ମହାରାଷ୍ଟ୍ରର ମୁମ୍ବାଇ ସହରରେ ସେ ୧୯୫୯ ମସିହାରେ ଆଜିକା ଦିନରେ ସେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ଅଭିନୟ ପ୍ରତି ରୁଚି ରଖୁଥୁବା ସଞ୍ଜୟ ଆଜି ବଲିଉଡ ସମେତ ଟଲିଉଡରେ ମଧ୍ୟ ନାଁ କମେଇସାରିଲେଣୀ।

1/8

ସଞ୍ଜୟ ଦତ୍ତଙ୍କର ଥିଲେ ୩୦୮ ଜଣ ପ୍ରେମିକା!

୧୯୮୧ ମସିହାର ସଞ୍ଜୟ  ଫିଲ୍ମ 'ରକି'(Rocky) ଜରିଆରେ ଡେବ୍ୟୁ କରିଥିଲେ। ଏ-ପର୍ଯ୍ୟନ୍ତ ସଞ୍ଜୁ ବାବା ୧୮୭ରୁ ଅଧିକ ଫିଲ୍ମରେ କାମ କରିସାରିଲେଣୀ।  ହିରୋ ଠାରୁ ଭିଲେନ୍ ପର୍ଯ୍ୟନ୍ତ  ସମସ୍ତ ଚରିତ୍ରରେ ସେ ଅଭିନୟ କରିସାରିଛନ୍ତି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ମିଡିଆ ରିପୋର୍ଟରେ ସଞ୍ଜୟ ଦତ୍ତଙ୍କର ୩୦୮ ଗର୍ଲଫ୍ରେଣ୍ଡ ଥିବା କୁହାଯାଉଛି ।  ଏପରିକି ନିକଟରେ ଏକ ସାକ୍ଷାତକାରରେ ସଞ୍ଜୟ ନିଜେ ଏହି କଥା କହିଥିଲେ। 

2/8

ତେବେ, ସଞ୍ଜୁବାବାଙ୍କ ଜୀବନୀକୁ ନେଇ ଏବେ ଏକ ଫିଲ୍ମ ନିର୍ମାଣ କରାଯାଉଛି। ଏହି ଫିଲ୍ମରେ ଲିଡ୍ ରୋଲରେ ସଞ୍ଜୁ ବାବା ନଜର ଆସିବେ ବୋଲି କୁହାଯାଇଛି। 

 

3/8

କେବଳ ସେତିକି ନୁହେଁ, ସଞ୍ଜୟ ଏହି କଥା ମଧ୍ୟ ସ୍ବକାର କରିଛନ୍ତି । ଯେତେବେଳେ ସେ ଯୁବାବସ୍ଥାରେ  ଥିଲେ, ସେତେବେଳେ ତାଙ୍କ ଜୀବନରେ ଏକା ସମୟରେ ତିନି ଜଣ ଯୁବତୀ ଆସିଥିଲେ। ଆଉ ସଞ୍ଜୁ ମଧ୍ୟ ସେହି ତିନି ଯୁବତୀଙ୍କୁ ଏକା ସାଙ୍ଗରେ ଡେଟ୍ କରୁଥିଲେ। କିନ୍ତୁ କେବେ ଧରାପଡି ନଥିଲେ।  

4/8

ସବୁଠୁ ବଡ କଥା ହେଉଛି ଯେ, ପରବର୍ତ୍ତୀ ଅବସ୍ଥାରେ ସଞ୍ଜୁଙ୍କ ଜୀବନରେ ଏକାଧିକ ପ୍ରେମିକା ଆସିଥିଲେ। ଆଉ ସେ କାହାକୁ ମଧ୍ୟ ନିଜ ଜୀବନରୁ ଦୂରେଇ ଦେଇ ନଥିଲେ। ବରଂ ସମସ୍ତଙ୍କୁ ସମୟ ଦେଉଥିଲେ । ଆଉ ବିବାହ କରିବେ ବୋଲି ପ୍ରତିଶ୍ୃତି ଦେଉଥିଲେ

 

5/8

ସଞ୍ଜୟ ନିଜ ବିବାହ ପରେ ମଧ୍ୟ ପ୍ରେମିକାମାନଙ୍କ ସହ ସମ୍ପର୍କରେ ରହୁଥିଲେ। ସେଥିପାଇଁ ସେ ନିଜ ପ୍ରଥମ ସ୍ତ୍ରୀ ରିଚା ଶର୍ମାଙ୍କ ଯତ୍ନ ନେଉ ନଥିଲେ ।  ସଞ୍ଜୟ ଦତ୍ତ ୧୯୮୭ ମସିହାରେ ରିଚା ଶର୍ମାଙ୍କୁ ବିବାହ କରିଥିଲେ। 

 

6/8

ବିବାହର କିଛି ଦିନ ପରେ ରିଚାଙ୍କର ମସ୍ତିଷ୍କ ଟ୍ୟୁମର ହୋଇଥିଲା,ଯେଉଁଥିପାଇଁ ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। କିନ୍ତୁ ତାଙ୍କ ସାଙ୍ଗରେ ସଞ୍ଜୟ ଯାଇ ନଥିଲେ। ସେହି ସମୟରେ ଅର୍ଥାତ୍ ୧୯୯୧ ମସିହାରେ ଫିଲ୍ମ ସାଜନର ସୁଟିଂରେ ବ୍ୟସ୍ତ ଥିଲେ ସଞ୍ଜୟ । ଏହି ଫିଲ୍ମର ସୁଟିଂ ସମୟରେ ସଞ୍ଜୁ ବାବା ଓ ମାଧୁରୀ ଦିକ୍ଷିତ ଅତି ନିକଟତର ହୋଇଯାଇଥିଲେ।

7/8

ମାଧୁରୀଙ୍କ ସହ ତାଙ୍କ ସମ୍ପର୍କ ଜାଣିବା ପରେ ରିଚା ଅଧା ଚିକିତ୍ସାରୁ ଭାରତ ଫେରିଥିଲେ। ପରେ ଚିକିତ୍ସାରେ ଅବହେଳା କାରଣରୁ  ୧୯୯୬, ଡିସେମ୍ବର ୧୦ରେ ତାଙ୍କର ମୃତ୍ୟୁ ହୋଇଥିଲା ।  

8/8

ପରେ ସଞ୍ଜୁ (Rhea Pillai)  ଦ୍ବିତୀୟ ବିବାହ କରିଥିଲେ। ରେହା ପିଲାଇଙ୍କୁ ସେ ଜୀବନ ସାଥୀ କରିଥିଲେ। କିନ୍ତୁ  ସଞ୍ଜୟଙ୍କ ପରକିୟା ପ୍ରିତି(extramarital affairs) ଯୋଗୁଁ ତାଙ୍କର  ଦ୍ବିତୀୟ ବିବାହ ମଧ୍ୟ ତିଷ୍ଠି ପାରିନଥିଲା। ଫଳରେ ସଞ୍ଜୁ ଦ୍ବିତୀୟ ପତ୍ନୀଙ୍କୁ ୨୦୦୮ରେ ଛାଡପତ୍ର ଦେଇଥିଲେ। ପରେ ସେହି ବର୍ଷ ସଞ୍ଜୁବାବା ମନୟାତ୍ରା ଦତ୍ତ (Manyata Dutt)ଙ୍କୁ ତୃତୀୟ ଥର ବିବାହ କରିଥିଲେ।