CIBIL ସ୍କୋର କ’ଣ? CIBIL ସ୍କୋର ହେଉଛି ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଯାହା ଆର୍ଥିକ ଋଣ ଯୋଗ୍ୟତା ଏବଂ ଯେକୌଣସି ବ୍ୟକ୍ତିର ବ୍ୟାଙ୍କ ଆକାଉଣ୍ଟ ହିଷ୍ଟ୍ରି ଆଧାରରେ କହିଥାଏ ।
ଆପଣ କିପରି ଆପଣଙ୍କର ଋଣ କିମ୍ବା କ୍ରେଡିଟ୍ କାର୍ଡ ପରିଚାଳନା କରିଛନ୍ତି ସେ ବିଷୟରେ CIBIL ସ୍କୋର ମଧ୍ୟ କହିଥାଏ । କ୍ରେଡିଟ୍ ସ୍କୋରର ମୂଲ୍ୟ ୩୦୦ ରୁ ୯୦୦ ମଧ୍ୟରେ ହୋଇପାରେ ।
CIBIL ସ୍କୋର ଉପରେ ଆଧାର କରି ଗୃହ ଋଣ ରିହାତି କ’ଣ? >> ୭୫୦-୮୦୦ ଏବଂ ଏହାଠାରୁ ଅଧିକ CIBIL ସ୍କୋର ଥିଲେ, ଅଫର ଅବଧି ମଧ୍ୟରେ ଗୃହ ଋଣ ସୁଧ ହାର ୮.୬୦ ପ୍ରତିଶତରେ ପ୍ରଦାନ କରାଯାଉଛି । ଏହି ଆଧାରରେ ୦.୫୫ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି।
>> ୭୦୦ ରୁ ୭୪୯ ପର୍ଯ୍ୟନ୍ତ CIBIL ସ୍କୋର ପାଇଁ, SBI ଅଫର୍ ଅବଧିରେ ୦.୬୫ ପ୍ରତିଶତ ରିହାତି ଦେଉଛି । ଅଫର ଅବଧି ମଧ୍ୟରେ ଭଲ ସୁଧ ହାର ହେଉଛି ୮.୭ ପ୍ରତିଶତ ।
>> ୫୫୦-୬୯୯ ପର୍ଯ୍ୟନ୍ତ CIBIL ସ୍କୋର ପାଇଁ SBI କୌଣସି ରିହାତି ଦେଉନାହିଁ । କମ୍ ସୁଧ ହାର ଯଥାକ୍ରମେ ୯.୪୫ ପ୍ରତିଶତ ଓ ୯.୬୫ ପ୍ରତିଶତ ।
>> ୧୫୧-୨୦୦ ମଧ୍ୟରେ CIBIL ସ୍କୋର ପାଇଁ, SBI ଅଫର୍ ଅବଧି ମଧ୍ୟରେ ଗୃହ ଋଣ ଉପରେ ୦.୬୫% ରିହାତି ଦେଉଛି । ଅଫର ଅବଧି ମଧ୍ୟରେ ପ୍ରଭାଵୀ ହାର ହେଉଛି ୮.୭ ପ୍ରତିଶତ ।
ट्रेन्डिंग फोटोज़