Advertisement
photoDetails0hindi

ସାବଧାନ! ଭୁଲରେ ମଧ୍ୟ ଶୁଣନ୍ତୁ ନାହିଁ ଏହି 'ଅଶୁଭ' ଗୀତ, ଏପର୍ଯ୍ୟନ୍ତ ୧୦୦ ଲୋକ କରିସାରିଛନ୍ତି ଆତ୍ମହତ୍ୟା

Gloomy Sunday song: ସଙ୍ଗୀତ ଶୁଣିବା ଦ୍ୱାରା ଷ୍ଟ୍ରେସ୍ କମିଥାଏ । ମନ ଖରାପ ଥିବା ସମୟ ବି ଆମେ ସେଡ୍ ସଙ୍ଗ ଶୁଣିବାକୁ ପସନ୍ଦ କରୁ, କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଯେ ଦୁନିଆରେ ଏପରି କିଛି ଘଟିଛି, ଯେତବେଳେ ଗୋଟିଏ ଗୀତ ଶୁଣିବା ଯୋଗୁଁ ଅନେକ ଲୋକ ନିଜ ଜୀବନ ଚାଲିଯାଇଛି, ଆପଣ ଏହାକୁ ବିଶ୍ୱାସ କରିବେ କି?

1/6

ଆପଣ ଗୀତ ନିଶ୍ଚୟ ଶୁଣିଥିବେ । ଅନେକ ଗବେଷଣାରେ ଏହା ପ୍ରମାଣିତ ହୋଇଛି ଯେ ସଙ୍ଗୀତ ଶୁଣିବା ଦ୍ୱାରା ଷ୍ଟ୍ରେସ୍ କମିଯାଏ । ମନ ଖରାପ ଥିବା ସମୟ ବି ଲୋକମାନେ ସେଡ୍ ସଙ୍ଗ ଶୁଣିବାକୁ ପସନ୍ଦ କରିଥାନ୍ତି, କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଯେ ଦୁନିଆରେ ଏପରି କିଛି ଘଟିଛି, ଯେଉଁଠାରେ ଗୋଟିଏ ଗୀତ ଶୁଣିବା ଅନେକ ଲୋକ ନିଜ ଜୀବନ ହାରିଛନ୍ତି, ଆପଣ ଏହାକୁ ବିଶ୍ୱାସ କରିବେ କି? କଥାଟି କିନ୍ତୁ ସତ, ତେବେ ଆସନ୍ତୁ ଜାଣିବା ଏହି 'ଅଶୁଭ' ଗୀତ ବିଷୟରେ ...

2/6

ୱେବସାଇଟ୍ ହାଫ୍ ଷ୍ଟଫ୍ ୱାର୍କ ଅନୁଯାୟୀ, ଏହି ଗୀତର ନାମ ହେଉଛି ଗ୍ଲୋମି ସଣ୍ଡେ ସଙ୍ଗ (Gloomy Sunday song), ଯାହା ବିଷୟରେ କୁହାଯାଏ ଯେ ଅତି କମରେ ୧୦୦ ଲୋକ ଏହା ଗୀତ ଶୁଣିବା ପରେ ଆତ୍ମହତ୍ୟା କରିଛନ୍ତି । ଏଭଳି ପରିସ୍ଥିତିରେ ଏହାକୁ 'ଦୁନିଆର ସବୁଠାରୁ ଅଶୁଭ ଗୀତ' ବୋଲି କହିବା ଭୁଲ୍ ହେବ ନୁହେଁ ।

3/6

ଏହି ଗୀତଟି 'ସେଡ୍ ସଣ୍ଡେ' ନାମରେ ମଧ୍ୟ ପ୍ରସିଦ୍ଧ । କହିରଖୁଛୁ କି, ଏହି ଗୀତକୁ 'ହଙ୍ଗେରୀୟାନ ସୁଇସାଇଡ଼ ସଙ୍ଗ୍' ମଧ୍ୟ କୁହାଯାଏ । ଖବର ଅନୁଯାୟୀ, ଏହି ଗୀତ ୧୯୩୩ ମସିହାରେ ଲେଖାଯାଇଥିଲା ଓ ଏହାର ରଚନା କରିଥିଲେ ରେଜୋ ସେରେସ୍ ଓ ଲାଜଲୋ ଜାଭୋର ।

4/6

କୁହାଯାଏ ଯେ ଏହି ଗୀତଟି ୧୯୩୫ ମସିହାରେ ବହୁ କଷ୍ଟରେ ରେକର୍ଡ କରାଯାଇଥିଲା ଓ ସେହି ବର୍ଷ ବୁଦ୍ଧାପେଷ୍ଟରେ ଜଣେ କୋବଲର୍ ଆତ୍ମହତ୍ୟା କରିଥିଲେ ଓ ସେ ସୁଇସାଇଡ୍ ନୋଟରେ 'ଗ୍ଲୋମି ସଣ୍ଡେ' ଗୀତର ଲାଇନକୁ ଉଲ୍ଲେଖ କରିଥିଲେ । ଏହା ପରେ, ଏହି ଗୀତ ଶୁଣିବା ପରେ ଆହୁରି ଅନେକ ଲୋକ ଆତ୍ମହତ୍ୟା କରିଥିଲେ । ତା’ପରେ ଏହି ଗୀତ ହଙ୍ଗେରୀରେ ନିଷେଧ କରାଯାଇଥିଲା ।

5/6

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ୧୯୬୮ ମସିହାରେ ରେଜ୍ସୋ ସେରେସ୍ ମଧ୍ୟ ଆତ୍ମହତ୍ୟା କରି ଦେଇଥିଲେ ଓ ଲୋକମାନେ ଦାବି କରିଛନ୍ତି ଯେ ଏହା ପଛର କାରଣ ହେଉଛି ଯେ ସେ ମଧ୍ୟ ଏହି ଗୀତ ଶୁଣିବା ପରେ ଡିପ୍ରେସନକୁ ଚାଲି ଯାଇଥିଲେ ।

6/6

ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ କାହିଁକି ଲୋକମାନେ ଏହି ଗୀତ ଶୁଣିବା ପରେ ଆତ୍ମହତ୍ୟା କରୁଥିଲେ? କୁହାଯାଏ ଯେ ଏହି ଗୀତ ରିଲିଜ୍ ହେବା ସମୟରେ ହଙ୍ଗେରୀର ଲୋକମାନେ ଦୁଃଖରେ ଥିଲେ, କାରଣ ଲୋକଙ୍କ ପାଖରେ ଖାଇବାକୁ ମଧ୍ୟ ଟଙ୍କା ନଥିଲା । ଓ ଗୀତର ଲିରିକ୍ସ ମଧ୍ୟ ବହୁତ ଦୁଃଖୀ କରିଦେବା ପରି ଥିଲେ, ଲୋକମାନେ ଭାବିନେଉଥିଲେ ଯେ ଏହି ଗୀତଟି ବୋଧହୁଏ ତାଙ୍କ ଜୀବନ ଉପରେ ଆଧାରିତ । ସେଥିପାଇଁ ବୋଧହୁଏ ଲୋକମାନେ ଆତ୍ମହତ୍ୟା କରୁଥିଲେ ।