Love case: ନିକଟରେ କଲେଜରେ ପରୀକ୍ଷା ଦେଇଥିବା ଝିଅ ପ୍ରିୟଙ୍କା କୁମାରୀ କିଛିଦିନ ହେବ ଘରେ ରହୁଥିଲେ । କିନ୍ତୁ ସେଦିନ କଣ ହେଲା କେଜାଣେ ପ୍ରିୟଙ୍କା ହଠାତ୍ ଘରେ କହିଲେ ମୁଁ କଲେଜ୍ ଯାଉଛି ମାର୍କସିଟ୍ ଆଣିବାର ଅଛି । କିନ୍ତୁ କଲେଜ୍ ବାହାନାରେ ପ୍ରେମିକ ସହ ଫେରାର୍ ହୋଇଗଲେ ପ୍ରିୟଙ୍କା । ବିଳମ୍ୱିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରେ ଘର ଲୋକେ ଜାଣିଲେ ଯେ, ସେମାନଙ୍କୁ ପର କରି ପ୍ରିୟଙ୍କା ପ୍ରେମିକ ସହ ଫେରାର୍ ହୋଇଯାଇଛି ।
ଘଟଣାଟି ପରିବାରକୁ ଶକ୍ତ ଝଟକା ଦେଇଥିଲା । ପରିବାର ଲୋକେ ଖୁବ୍ ଭାଙ୍ଗି ପଡିଥିଲେ । ଭାବିଥିଲେ ଗାଁ ଲୋକେ କଣ କହିବେ । ଛାତିରେ ପଥର ରଖି ନିଜ ଝିଅ ମରିଯାଇଛି କହି ଅନ୍ତିମ ସସ୍କାର କରିଲେ ପରିବାର ଲୋକେ । ଶବ ନଥିଲା କିନ୍ତୁ ୬ ଖଣ୍ଡ ବାଉଁଶରେ କୋକୋଇ ତିଆରି ହେଲା । ଶବ ନଥାଇ ବି କୋକେଇକୁ ମଶାଣିକୁ ନେଇଗଲେ । ଶବ ନଥାଇ ବି ଜୁଇ ଜଳିଲା । ପରିବାର ଲୋକେ କହିଲେ ଯେ, ଆମ ଝିଅର ମୃତ୍ୟୁ ହୋଇଯାଇଛି ।
ପ୍ରିୟଙ୍କାଙ୍କର ବିବାହ ଏକ ଭଲ ଯାଗାରେ କରିବା ପାଇଁ ଘର ଲୋକେ ସ୍ଥିର କରିଥିଲେ । ଅନେକ ଜିନିଷ ପ୍ରିୟଙ୍କାଙ୍କୁ ଦେବା ପାଇଁ ପରିବାର ପକ୍ଷରୁ କିଣା ସରିଥିଲା । କିନ୍ତୁ ପ୍ରିୟଙ୍କାଙ୍କ ପାଇଁ ପ୍ରେମ ହିଁ ସବୁକିଛି ଥିଲା ।
କଲେଜ୍ ଯିବା ପରେ ପ୍ରିୟଙ୍କା ନୀରଜ ନାମକ ଜଣେ ଯୁବକଙ୍କ ସହ ଦେଖା ହୋଇଥିଲେ । ଉଭୟେ ମିଳାମିଶା କରିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ଏ ସମ୍ପର୍କରେ ଘରେ ଜଣାଇଥିଲେ ମଧ୍ୟ ଘର ଲୋକେ ରାଜି ହୋଇନଥିଲେ । ବରଂ ଘରେ ଯେଉଁଠି ଠିକ୍ କରାହେବ ସେଠାରେ ବିବାହ କରିବା ପାଇଁ ପରିବାର ସଦସ୍ୟ ବୁଝାଇଥିଲେ । କିନ୍ତୁ ପ୍ରିୟଙ୍କାଙ୍କ ଜିଦ୍ ଆଗରେ ସବୁକିଛି ଅନ୍ଧାର ହୋଇଗଲା ।
ପ୍ରିୟଙ୍କା ନିଷ୍ପତ୍ତି ନେଇ ଘରୁ ଫେରାର୍ ହୋଇଯିବା ପରେ ଘର ଲୋକେ ହିନ୍ଦୁ ରୀତିନୀତି ଅନୁସାରେ ମିଛିମିଛିକା ଶବ ସତ୍କାର କରିଥିଲେ । ପ୍ରିୟଙ୍କାଙ୍କ ଭାଇ ପ୍ରସାନ୍ତ ମୁଖାଗ୍ନି ଦେଇଥିଲେ । ଏଥିରେ ସମ୍ପର୍କୀୟମାନେ ମଧ୍ୟ ଯୋଗ ଦେଇଥିଲେ । ପ୍ରିୟଙ୍କାଙ୍କ ମାମୁଁଙ୍କ କହିବାନୁଯାୟୀ, ପ୍ରିୟଙ୍କାଙ୍କୁ ତାଙ୍କ ପରିବାର ଖୁବ୍ ଭଲ ପାଉଥିଲେ । କିନ୍ତୁ ଆଜି ଯେଉଁଭଳି ଭାବରେ ବଦନାମ କରି ସେ ଚାଲିଗଲା ସେହି କାରଣରୁ ସମସ୍ତେ ଆଜି ପ୍ରିୟଙ୍କାଙ୍କ ମିଛିମିଛିକା ସତ୍କାର କରିବାକୁ ବାଧ୍ୟ ହେଲେ ।
ଜଣେ ସ୍ଥାନୀୟବାସୀନ୍ଦା କହିଛନ୍ତି ଯେ, ଏପରି ଘଟଣା ଦିନକୁ ଦିନ ଆମ ସମାଜରେ ବଢିବାରେ ଲାଗିଛି । ପ୍ରାପ୍ତ ବୟସ୍କ ହେଲା ପରେ କିଛି ଝିଅ ନିଜ ପରିବାରକୁ ଭୁଲି ଏପରି ପଦକ୍ଷପ ନେଉଛନ୍ତି । ସେମାନେ ଭାବିବା ଆବଶ୍ୟକ ଯେ, ଆମ ଜୀବନରେ ବାପା, ମାଆଙ୍କର ମଧ୍ୟ ଗୁରୁତ୍ୱ ଅଛି ।
ट्रेन्डिंग फोटोज़