Advertisement
photoDetails0hindi

Sunil Grover: ସୁନିଲ ଗ୍ରୋଭରଙ୍କୁ ମିଳୁନି କାମ! ରାସ୍ତାରେ ବିକ୍ରି କରୁଛନ୍ତି କୋଲା'

Sunil Grover News In Odia: ପ୍ରସିଦ୍ଧ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର(comedian sunil grover)। ଏହି ହାସ୍ୟ ଅଭିନେତା କପିଲ ଶର୍ମା ଶୋ'ରେ (The Kapil Sharma Show) ଚାରଚାନ୍ଦ ଲଗାଇଥାନ୍ତି । କିନ୍ତୁ ଗତ କିଛି ଦିନ ହେବ ସୁନୀଲ ଗ୍ରୋଭରଙ୍କ (Sunil Grover) କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ (photos viral on social media)ହେଉଛି । ଗତ କିଛି ମାସ ତଳେ ଅଭିନେତା ରିକ୍ସା ଚଳାଉଥିବାର ଫଟୋ ଭାଇରାଲ ହୋଇଥିବା ବେଳେ ଆଳୁ ଓ ପିଆଜ ବିକ୍ରି କରିଥିବାର କିଛି ଫଟୋ ମଧ୍ୟ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା ।

1/5

 ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ସେ ରାସ୍ତା କଡରେ ଏକ ଠେଲାରେ କୋଲା ବିକ୍ରି କରୁଛନ୍ତି ( selling kala khatta) । 

2/5

ତେବେ, ଫଟୋରେ ଦେଖିବାକୁ ମିଳିଛି ଯେ ରାସ୍ତାର ଏକ କଡରେ ଠେଲା ଲାଗିଛି । ଠେଲା ପାଖରେ ମଧ୍ୟ ଭିଡ଼ ଜମିଛି । କମେଡିଆନ୍ ସୁନୀଲ ଗ୍ରୋଭର(comedian sunil grover) ହାତରେ ବରଫ ଖଣ୍ତ ଧରି କୋଲା ପ୍ରସ୍ତୁତ କରୁଛନ୍ତି( selling kala khatta) ।

3/5

ତାଙ୍କ ଠାରୁ କୋଲା( selling kala khatta )ନେବା ପାଇଁ ଗ୍ରାହକଙ୍କ ବେଶ ଭିଡ ମଧ୍ୟ ସେଠାରେ ଲାଗିଛି । ବର୍ତ୍ତମାନ ସୁନୀଲଙ୍କ ଏହି ଫଟୋ ଓ ଭିଡିଓ ବେଶ ଭାଇରାଲ୍ ହେବାରେ ଲାଗିଛି । ଅନେକ ଅଭିନେତାଙ୍କ ଏହି ଅବସ୍ଥା ଦେଖି ତାଙ୍କୁ (The Kapil Sharma Show) 'ଦି କପିଲ ଶର୍ମା ଶୋ'କୁ ଫେରିଯିବାକୁ ନିବେଦନ କରିଛନ୍ତି। ଏପରିକି ଆଉ କିଛି ୟୁଜର୍ସ ତାଙ୍କୁ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି । 

4/5

ଜଣେ ୟୁଜର୍ସ ଲେଖିଛନ୍ତି,ଭାଇ କୋଲାରେ ଟିକେ ଅଧିକ କଳା ଲୁଣ ମିଶାଇବେ  । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି,ମୁଁ ମଧ୍ୟ ଏହି କୋଲାକୁ ଟେଷ୍ଟ କରିବାକୁ ଚାହୁଁଛି । ଏପରିକି ଆଉ କେତେକ ତାଙ୍କୁ କପିଲ ଶର୍ମାଙ୍କ ସୋ ଛାଡିଥିବାରୁ ତାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି ।

 

5/5

ଯଦି ଆମେ ଏହି ଅଭିନେତାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା । ତେବେ, ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ତାଙ୍କର ଆଗାମୀ ଓ୍ବେବସିରିଜ୍ (United Raw) 'ୟୁନାଇଟେଡ୍ ରଅ'ଓ ତାଙ୍କ ଆଗାମୀ ଫିଲ୍ମ  'ଯବାନ' ('Jawan') ମଧ୍ୟ ଖୁବଶିଘ୍ର ରିଲିଜ୍ ହେବାକୁ ଯାଉଛି ।