Advertisement
Photo Details/zeeodisha/odisha1926050
photoDetails0hindi

୨ୟ ବିବାହରେ ବି ଫେଲ୍ ଏହିସବୁ ଟେଲି ଅଭିନେତ୍ରୀ, ଦେଖନ୍ତୁ ଫଟୋ

TV Actresses Who Suffered Two divorce: ବଲିଉଡ଼ ଅଭିନେତ୍ରୀଙ୍କ ପରି ବହୁ ଟେଲି ଟିଭି ଅଭିନେତ୍ରୀମାନେ ମଧ୍ୟ ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ଟେଲି ଇଣ୍ଡଷ୍ଟ୍ରିରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଥରେ ନୁହେଁ ବରଂ ଦୁଇଥର ବିବାହ କରି ବିଫଳ ହୋଇଛନ୍ତି ।

1/5

ଶ୍ୱେତା ତିୱାରୀ: ଶ୍ୱେତା ତିୱାରୀ ୧୯୯୮ ମସିହାରେ ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ, ୨୦୦୭ ମସିହାରେ ଏହି ବିବାହ ଭାଙ୍ଗି ଯାଇଥିଲା । ଘରୋଇ ସେ ସମୟରେ ହିଂସା ସମେତ ପୂର୍ବତନ ସ୍ୱାମୀଙ୍କ ବିରୋଧରେ ବହୁ ଗୁରୁତର ଅଭିଯୋଗ ଆଣିଥିଲେ ଶ୍ୱେତା । ଏହାପରେ ଅଭିନେତ୍ରୀ ୨୦୧୩ ମସିହାରେ ଦ୍ବିତୀୟ ବିବାହ କରିଥିଲେ, କିନ୍ତୁ ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ତିଷ୍ଠି ପାରିନଥିଲା । ଅନେକ ବିବାଦ ପରେ  ୨୦୧୯ ମସିହାରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିଲେ।

2/5

ଚାରୁ ଅସୋପା: ସୁସ୍ମିତା ସେନଙ୍କ ପୂର୍ବତନ ଭାଉଜ ଅର୍ଥାତ୍ ରାଜୀବ ସେନଙ୍କ ପୂର୍ବତନ ପତ୍ନୀ ଚାରୁ ଅସୋପା ମଧ୍ୟ ଦୁଇଥର ଛାଡପତ୍ରର ଯନ୍ତ୍ରଣା ଭୋଗିଛନ୍ତି। ଚାରୁ ୧୮ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ । ଛାଡ଼ପତ୍ର ପରେ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବଙ୍କୁ ୨୦୧୮ ମସିହାରେ ଦ୍ୱିତୀୟ ବିବାହ କରିଥିଲେ, କିନ୍ତୁ ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ତିଷ୍ଠି ପାରିନଥିଲା । ବହୁ ବାଦ ବିବାଦ ପରେ ଶେଷରେ ଉଭୟଙ୍କ ଛାଡପତ୍ର ହୋଇଥିଲେ।

3/5

ଚାହତ ଖାନ୍ନା: ଟିଭି ଅଭିନେତ୍ରୀ ତଥା ମଡ଼େଲ ଚାହତ ଖାନ୍ନାଙ୍କର ମଧ୍ୟ ଦୁଇଥର ଛାଡପତ୍ର ହୋଇଛି। ଚାହତ ୨୦୦୬ ମସିହାରେ ଭାରତ ନରସିଂହନୀଙ୍କୁ ବିବାହ କରିଥିଲେ । ୨୦୦୭ ମସିହାରେ ଏହି ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ, ଚାହତ୍ ୨୦୧୩ରେ ଫରହାନ୍ ମିର୍ଜାଙ୍କୁ ବିବାହ କରିଥିଲେ, କିନ୍ତୁ ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ଚାଲିପାରିନଥିଲା । ଅଭିନେତ୍ରୀ ୨୦୧୮ରେ ଦ୍ୱିତୀୟ ସ୍ୱାମୀଙ୍କୁ ମଧ୍ୟ ଛାଡପତ୍ର ଦେଇଥିଲେ।

4/5

ଦୀପଶିଖା ନାଗପାଲ: ଟିଭି ଅଭିନେତ୍ରୀ ଦୀପଶିଖା ନାଗପାଲ ପ୍ରଥମେ ଜିତ୍ ଉପେନ୍ଦ୍ରଙ୍କୁ ବିବାହ କରିଥିଲେ । ଦୁହେଁ ୧୦ ବର୍ଷ ପରେ ପରସ୍ପରଠାରୁ ଅଲଗା ହୋଇଥିଲେ। ଏହାପରେ ସେ କେଶବ ଆରୋରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ, କିନ୍ତୁ ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ଚାଲି ପାରିନଥିଲା ।

5/5

ସ୍ନେହା ୱାଗ୍: ପ୍ରସିଦ୍ଧ ମରାଠୀ ଅଭିନେତ୍ରୀ ସ୍ନେହା ଅନେକ ହିନ୍ଦୀ ଟିଭି ଶୋ’ରେ ଅଭିନୟ କରିଛନ୍ତି । ସେ ପ୍ରଥମେ ଆବିଷ୍କାର ଦାର୍ବେକରଙ୍କୁ ବିବାହ କରିଥିଲେ । ସ୍ନେହା ପୂର୍ବତନ ସ୍ବାମୀଙ୍କ ବିରୋଧରେ ଘରୋଇ ହିଂସା ନେଇ ଅଭିଯୋଗ କରିଥିଲେ। ଏହାପରେ ସେ ଇଣ୍ଟେରିୟର ଡିଜାଇନର୍ ଅନୁରାଗ ସୋଲଙ୍କିଙ୍କୁ ଦ୍ବିତୀୟ ବିବାହ କରିଥିଲେ, କିନ୍ତୁ ଏହି ସମ୍ପର୍କ ମାତ୍ର ୮ ମାସ ମଧ୍ୟରେ ଭାଙ୍ଗିଯାଇଥିଲା ।