Advertisement
Photo Details/zeeodisha/odisha2019790
photoDetails0hindi

Entertainment News: ୨୦୨୪, ଜାନୁଆରୀରେ ରିଲିଜ୍ ହେବ ଏହି ୬ଟି ହାଇ ବଜେଟ୍ ଫିଲ୍ମ, ଦେଖନ୍ତୁ ତାଲିକା

Entertainment News: ଆଉ ଦିନ କେଇଟା ପରେ ଶେଷ ହୋଇ ଯିବ ପୁରୁଣା ବର୍ଷ । ଆଉ ଆସିବ ନୂଆ ବର୍ଷ । ବର୍ଷ ଆରମ୍ଭରୁ ଦର୍ଶକଙ୍କୁ ନୂଆ ଫିଲ୍ମ ଭେଟି ଦେବାକୁ ପ୍ରସ୍ତୁତ ଅଛନ୍ତି ଫିଲ୍ମ ନିର୍ମାତା । ଏନେଇ ଜାନୁଆରୀ ମାସରେ ରିଲିଜ୍ ହେବାକୁ ଯାଉଛି ୬ଟି ହାଇ ବଜେଟ୍  ବଲିଉଡ( Bollywood) ଫିଲ୍ମ। ଯାହା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ । ତେବେ, ଆସନ୍ତୁ ନଜର ପକାଇବା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ ଜାନୁଆରୀ ମାସରେ କେଉଁ କେଉଁ ହାଇ ବଜେଟ୍ ଫିଲ୍ମ ରିଲିଜ୍ ହେବାକୁ ଯାଉଛି (୬ big films will be released in January 2024) । 

1/6

ଆମୀର ଖାନଙ୍କ ପ୍ରଡକସନ ହାଉସରେ (Aamir Khan's production house) ନିର୍ମାଣ ହୋଇଛି ଫିଲ୍ମ 'ଲାପତା ଲେଡ଼ିଜ୍' (Lapata Ladies)। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମୀରଙ୍କ ପତ୍ନୀ କିରନ୍ ରାଓ । ଅତିଶ୍ ଜୈନ୍ ଅଖିଲ , ଶିବମ୍ ଗୌରିୟା, ରବି କିଶନ୍ ଓ ନିତାଂଶି ଗୋଏଲ ନଜର ଆସିବେ। ଫିଲ୍ମଟି ୨୦ କୋଟି ବଜେଟ୍ ରେ ନିର୍ମିତ ହୋଇଥିଲା ବେଳେ ଜାନୁଆରୀ ୫ରେ ରିଲିଜ୍ ହେବ ବୋଲି ଚର୍ଚ୍ଚା ହେଉଛି।  

 

2/6

ସେହିପରି ଜନ୍ ଆବ୍ରାହମ୍ ଙ୍କ ଅଭିନୀତ ଫିଲ୍ମ 'ଦି ଡିପଲୋମାଟ୍ '(John Abraham's 'The Diplomat') ବି ଆସନ୍ତାବର୍ଷ ଜାନୁଆରୀ ୧୧ରେ ରିଲିଜ୍ ହେବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶିବମ୍ ନେର୍। 

 

3/6

ସେହିପରି, ଆୟୁସ୍ ଶର୍ମାଙ୍କ ଅଭିନୀତ ଫିଲ୍ମ ' ଦି ରୁସଲାନ୍ '(The Ruslaan) ଜାନୁଆରୀ ୧୨ ତାରିଖରେ ରିଲିଜ୍ ହେବ। ସୁର୍ଲି ମିଶ୍ରା ନାୟିକା ଭୂମିକାରେ ନଜର ଆସିବେ। ଏବଂ ସାଉଥ୍ ଷ୍ଟାର ଜଗପତି ବାବୁ ଭିଲେନ୍ ଭାବରେ ଅଭିନୟ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫିଲ୍ମଟି ୩୦ କୋଟି ବଜେଟରେ ନିର୍ମାଣ ହୋଇଛି। 

 

4/6

କ୍ୟାଟ୍ରିନା କୈଫ୍ - ବିଜୟ ସେତୁପତିଙ୍କ ଅଭିନୀତ ଫିଲ୍ମ 'ମେରି ଖ୍ରୀଷ୍ଟମାସ୍' (Merry Christmas) ମଧ୍ୟ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସିବ। ୫୦ କୋଟି ବଜେଟରେ ଏହି ଫିଲ୍ମ ନିର୍ମାଣ ହୋଇଛି।

5/6

ପଙ୍କଜ୍ ତ୍ରିପାଠୀଙ୍କ ଅଭିନୀତ ଫିଲ୍ମ 'ମେଁ ହୁଁ ଅଟଲ୍ ' ଜାନୁଆରୀ ୧୯ ତାରିଖରେ ରିଲିଜ୍ ହେବ। ଫିଲ୍ମଟିର ନିର୍ଦ୍ଦେଶକ ଅଛନ୍ତି ରବି ଯାଦବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମଟିର କାହାଣୀ (former Prime Minister of the country Atal Bihari Vajpayee)। ୨୦ କୋଟି ବଜେଟରେ ଏହି ଫିଲ୍ମ ତିଆରି ହୋଇଛି।

 

6/6

ବଲିଉଡ଼ ଅଭିନେତା ହ୍ରିତିକ୍ ରୋଶନ୍ ( hrithik roshan) ଓ ଦୀପିକା ପାଦୁକୋନଙ୍କ (deepika padukone) ଅଭିନୀତ ଫିଲ୍ମ ‘ଫାଇଟର’ଜାନୁଆରୀ ୨୫ରେ ରିଲିଜ୍ ହେବାକୁ ଯାଉଛି। ୨୫୦ କୋଟି ବଜେଟର ଏହି ଫିଲ୍ମଟି ତିଆରି ହୋଇଛି।  ଏହାର ନିର୍ଦ୍ଦେଶକ ଅଛନ୍ତି ସିର୍ଦ୍ଧାର୍ଥ ଆନନ୍ଦ।