Advertisement
Photo Details/zeeodisha/odisha1832836
photoDetails0hindi

Dulquer Salmaan: ମୋ ସହ ଅସଦାଚରଣ କରିବା ସହ ଜୋରଜରଦସ୍ତି ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ..

Dulquer Salmaan: ବଲିଉଡ଼ ଅଭିନେତା ଦୁଲକର ସଲମାନ ନିଜର ୱେବ ସିରିଜ ‘ଗନ୍ସ ଆଣ୍ତ ଗୁଲାବ୍ସ’ର (Guns and Gulaabs ) ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ସିରିଜ ନେଟଫ୍ଲିକ୍ସରେ ରିଲିଜ ହୋଇଛି । ଏଥିରେ ଅଭିନେତା ରାଜକୁମାର ରାଓ ଏଥିରେ ମୁଖ୍ୟ ଭୂମିକା ନଜର ଆସିଛନ୍ତି ।

1/5

ନିକଟରେ ଅଭିନେତା ଦୁଲକର ସଲମାନ ଗଣାମାଧ୍ୟମ ସାମ୍ନାରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି ।

2/5

ଦୁଲକର କହିଛନ୍ତି ଯେ, 'ଦୁଇ ବୃଦ୍ଧ ମହିଳା ମୋ ସହ ଅସଦାଚରଣ କରିବା ସହ ଜୋରଜରଦସ୍ତି ମୋତେ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ । ଏହି ଘଟଣାପରେ ମୁଁ ଭୟଭୀତ ହୋଇଯାଇଛି' ।

3/5

ସେ ଆଉ ମଧ୍ଯ କହିଛନ୍ତି, ଏକଦା ମୁଁ ଏକ ମଞ୍ଚକୁ ଯାଇଥିଲି। ସେଠାରେ ବହୁତ ଗହଳି ଥିଲା, ଏହି ସମୟରେ ଜଣେ ବୃଦ୍ଧ ମହିଳା ମୋ ପାଖକୁ ଫଟୋ ଉଠାଇବାକୁ ଆସିଥିଲେ। ଆଉ ଜବରଦସ୍ତି ଚୁମ୍ବନ ଦେଇଥି‌ଲେ। ଏହାପରେ ଅନ୍ୟ ଜଣେ ବୃଦ୍ଧ ମହିଳା ଆସି ମୋତେ ଚିପି ପକାଇଥିଲେ। ଏହାପରେ ମୋତେ ସେହି ସ୍ଥାନରେ ଯନ୍ତ୍ରଣା ହୋଇଥିଲା।

4/5

ଅଭିନେତା କହିଥିଲେ, 'ମୁଁ ବୁଝିପାରିଲି ନାହିଁ କାହିଁକି ସୋମାନେ ମୋ ସହ ଏମିତି କଲେ । ଏତେ ସବୁ ପରେ ବି ମୁଁ କ୍ୟାମେରା ସାମ୍ନାରେ ହସୁଥିଲି' ।  

5/5

'ସେବେଠାରୁ ମୋତେ ଗହଳ ସ୍ଥାନକୁ ଯିବା ଲାଗି ଭୟ ଲାଗେ । ଲୋକେ ଏମିତି କେମିତି କରିପାରନ୍ତି। ଏପରି କରିବାକୁ ଖରାପ ଲାଗେ ନାହିଁ।’