Advertisement
Photo Details/zeeodisha/odisha1852231
photoDetails0hindi

Aashiqui 3: 'ଆଶିକୀ -୩'ରେ କାର୍ତ୍ତିକଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

Aashiqui 3: 'ଚକୋଲେଟ ବୟ' ନାମରେ ଜଣାଶୁଣା ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଫିଲ୍ମ 'ଆଶିକୀ -୩' (Aashiqui 3) କୁ ନେଇ ଚର୍ଚ୍ଚାକେ ରହିଛନ୍ତି। 'ଆଶିକୀ -୩' ଲାଗି କେଉଁ ହିରୋଇନଙ୍କୁ କାଷ୍ଟ କରାଯିବା ସେନେଇ ଦୀର୍ଘ ଦିନରୁ ସନ୍ଧାନ ଜାରି ରଖାଯାଇଥିଲା । ତେବେ ବର୍ତ୍ତମାନ ଏହି ଚଳଚ୍ଚିତ୍ର ପାଇଁ ହିରୋଇନଙ୍କ ସନ୍ଧାନ ଶେଷ ହୋଇଛି। ତେବେ ଆସନ୍ତୁ ଜାଣିବା 'ଆଶିକୀ -୩'ରେ କାହା ସହ ରୋମାନ୍ସ କରିବେ କାର୍ତ୍ତିକ ଆର୍ଯ୍ୟନ୍ ।

1/5

ଫିଲ୍ମ 'ଆଶିକୀ -୩' ଘୋଷଣା ହେବା ପରେ ଏହାର ନିର୍ମାତା ହିରୋଇନ ଖୋଜିବାରେ ଲାଗିପଡ଼ିଥିଲେ । ଫିଲ୍ମ ପାଇଁ ନିର୍ମାତାଙ୍କୁ ନୂଆ ଚେହେରା ଖୋଜୁଥିଲେ । ତେବେ ଦୀର୍ଘ ଦିନ ପରେ ଫିଲ୍ମ ଲାଗି ଅଭିନେତ୍ରୀଙ୍କ ନାଁ ଫାଇନାଲ ହୋଇଛି ।

2/5

 'ଆଶିକୀ -୩'ରେ କାର୍ତ୍ତିକ ଆର୍ଯ୍ୟନଙ୍କ ଅପୋଜିଟରେ କନ୍ନଡ଼ ଅଭିନେତ୍ରୀ ଆକାଂଷା ଶର୍ମାଙ୍କୁ କାଷ୍ଟ କରାଯିବା ନେଇ ସୂଚନା ମିଳିଛି । ଏନେଇ ଅଭିନେତ୍ରୀ ଫିଲ୍ମମେକରଙ୍କୁ ଅନେକ ଥର ଭେଟିଥିବା କୁହାଯାଉଛି । ତେବେ ଯଦି ସବୁ ଠିକ୍ ରୁହେ ତାହାଲେ ଆକାଂଷା 'ଆଶିକୀ -୩'ର ନାୟିକା ହେବେ ବୋଲି ଚର୍ଚ୍ଚା ହେଉଛି । ସେପଟେ କିନ୍ତୁ ଏନେଇ ମେକର୍ସଙ୍କ ପକ୍ଷରୁ କୌଣସି ଅଫିସିଆଲ ଆନାଉସମେଣ୍ଟ କରାଯାଇନାହିଁ ।  

3/5

'ଆଶିକି' ଫ୍ରାଞ୍ଚାଇଜରେ ଆରମ୍ଭରୁ ସବୁବେଳେ ନୂଆ ଚେହେରାଙ୍କୁ କାଷ୍ଟ କରାଯାଇଛି । ଏହାର ପାର୍ଟ-୨ରେ ଆଦିତ୍ୟ ରୟ ଓ ଶ୍ରଦ୍ଧା କପୁରଙ୍କ ଯୋଡ଼ିକୁ ବେଶ ପସନ୍ଦ କରିଥିଲେ ଦର୍ଶକ ।

4/5

ତେବେ କାର୍ତ୍ତିକଙ୍କ ସହ ଆକାଂଷାଙ୍କ କେମିଷ୍ଟ୍ରି ଭଲ ହେବା ନେଇ ଆଶା କରାଯାଉଛି । ଏହା ପୂର୍ବରୁ ଜେନିଫର ୱିଙ୍ଗେଟେଜ ଓ ଫତିମା ସନା ସେଖଙ୍କ ନାଁ ଲିଡ଼ ରୋଲ ନେଇ ସାମ୍ନାକୁ ଆସି୍ଥିଲା ।

5/5

ଆକାଂଷା ଜଣେ ମଡ଼େଲ ଓ କନ୍ନଡ଼ ଫିଲ୍ମ ଅଭିନେତ୍ରୀ ଅଟନ୍ତି । ସେ ମଡ଼େଲିଂରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ୨୦୨୦ ମସିହାରେ ରିଲିଜ ହୋଇଥିବା କନ୍ନଡ଼ ଫିଲ୍ମ ‘ତ୍ରିବିକ୍ରମ’ରେ ଜରିଆରେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାସହ ସେ ଟାଇଗର ଶ୍ରଫଙ୍କ ସହ ମ୍ୟୁଜିକ୍ ଭିଡ଼ିଓ ‘ଡିସ୍କୋ-୮୨’ରେ ନଜର ଆସିଥିଲେ । ଏହା ପରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିବା ବେଳେ କେହି ଏନେଇ ମୁହଁ ଖୋଲି ନଥିଲେ ।