Advertisement
photoDetails0hindi

Dharmendra: ଲାଇମଲାଇଟରୁ ଦୂରରେ ରହୁନ୍ତି ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ଦୁଅ ଝିଅ, ଜାଣନ୍ତୁ କ’ଣ କରନ୍ତି..

ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର । ସେ ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ପାଇଁ ସେ ବେଶ୍ ଚର୍ଚ୍ଚାରେ ରହଥାନ୍ତି । ସେ ଏମିତି ଜଣେ ଅଭିନେତା  ଯିଏ ଫ୍ୟାନ୍ସଙ୍କୁ ହସାଇଥାନ୍ତି ଓ କେବେ କେବେ କନ୍ଦାଇ ମଧ୍ୟଥାନ୍ତି । ବଲିଉଡ଼କୁ ୧୦୦ରୁ ଅଧିକ ହିଟ୍ ଫିଲ୍ମ ଦେଇଥିବା ଧର୍ମେନ୍ଦ୍ରଙ୍କର ଅନେକ ଫ୍ୟାନ୍ ଫଲୋୟର୍ସ ରହିଛନ୍ତି । ଆଜି

1/5

ଏହି ରୋମାଣ୍ଚିକ ହିରୋ ୨ଟି ବିବାହ କରିଥିବା ବେଳେ ତାଙ୍କର ୬ ସନ୍ତାନଟି ରହିଛନ୍ତି । କିଛି ସନ୍ତାନ ବଡ଼ ପରଦାରେ ନଜର ଆସି ସାରିଥିବା ବେଳେ ଅନ୍ୟମାନେ କଣ କରନ୍ତି ଆସନ୍ତୁ ଜାଣିବା ..

2/5

ଧର୍ମେନ୍ଦ୍ରଙ୍କର ରହିଛନ୍ତି ୬ଟି ସନ୍ତାନ । ଏମାନଙ୍କ ମଧ୍ୟରୁ ବଡ଼ ପରଦାରେ ଇଶା, ଶନି ଓ ବବି ଦେଓଲଙ୍କୁ ତ ଆପଣ ଦେଖିଥିବେ। କିନ୍ତୁ ତାଙ୍କର ଅନ୍ୟ ତିନି ସନ୍ତାନ ପ୍ରାୟ ଲାଇମଲାଇଟରୁ ଦୂରେଇ ରହିଥାନ୍ତି ।

3/5

ଆଜିବି ବଲିଉଡରେ ଧର୍ମେନ୍ଦ୍ର ଜଲୱା ଦେଖିବାକୁ ମିଳେ । ଧର୍ମେନ୍ଦ୍ରଙ୍କର ପ୍ରଥମ ବିବାହ ମାତ୍ର ୧୯ ବର୍ଷ ବୟସରେ ହୋଇଥିଲା । ସେତେବେଳେ ସେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ । ଧର୍ମେନ୍ଦ୍ର ଓ ପ୍ରକାଶଙ୍କର ୪ଟି ସନ୍ତାନ ଥିଲେ । ଅଜୟ ସିଂ( ସନ୍ନି ଦେଓଲ), ବିଜୟ ସିଂ(ବବି ଦେଓଲ), ବିଜେତା ଓ ଅଜେତା ଦେଓଲ ।

4/5

ଧର୍ମେନ୍ଦ୍ର ୧୯୮୦ରେ ଦ୍ୱିତୀୟ ଥର ପାଇଁ ହେମା ମାଳିନୀଙ୍କୁ ବିବାହ କରିଥିଲେ । ହେମା ଓ ଧର୍ମେନ୍ଦ୍ରଙ୍କର ୨ ଝିଅ ଇଶା ଓ ଅହାନା ଦେଓଲ । ବଲିଉଡ଼ ଅଭିନେତା ଧର୍ମେନ୍ଦ୍ରଙ୍କର ବଡ ପୁଅ ସନ୍ନ ଦେଓଲ ଜଣେ ବଲିଉଡ ଅଭିନେତା ହେବା ସହ ଜଣେ ରାଜନେତା ମଧ୍ୟ । ତାଙ୍କ ସାନ ପୁଅ ବବି ଦେଓଲ ମଧ୍ୟ ଅଭିନୟରେ ନିଜର ନାଁ କରିଛନ୍ତି । କିନ୍ତୁ ଧର୍ମେନ୍ଦ୍ର ଓ ପ୍ରକାଶ କୌରଙ୍କ ୨ଝିଅ ବିଜେତା ଓ ଅଜେତା ଲାଇମଲାଇଟ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ।

5/5

ବିବାହ ପରେ ଅଜେତା କାଲିଫର୍ଣ୍ଣିଆରେ ରହୁଥିବା ବେଳେ ବିଜେତାଙ୍କର ଏକ ପ୍ରଡକ୍ସନ ହାଉସ ରହିଛି । ଯାହାର ନାଁ ରହିଛି ବିଜେତା ପ୍ରଡକ୍ସନ ହାଉସ । ବଜେତା ଆମେରିକାରେ ରୁହନ୍ତି । ସେହିପରି ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ବଡ଼ ଝିଅ ଇଶା ବାପା ଓ ମାଙ୍କ ଭଳି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଯୋଡି଼ ହୋଇ ରହିଛନ୍ତି । ଇଶା ବିଜନେସ ମ୍ୟାନ ଭରତ ତାଖତାନୀଙ୍କୁ ବିବାହ କରିଥିବା ବେଳେ ସାନ ଝିଅ ଅହାନା ଦେଓଲ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଅଟନ୍ତି । ତେବେ ସେ ମଧ୍ୟ ବିଜନେସମ୍ୟାନ ବୈଭବ କୁମାରଙ୍କୁ ବିବାହ କରିଛନ୍ତି ।