Advertisement
photoDetails0hindi

ଚୁଲୁବୁଲି କୋରିଓଗ୍ରାଫର: ଜାଣନ୍ତୁ କେମିତି ପ୍ରେମରେ ପାଗଳ ହୋଇଥିଲେ ୟୁଭି

Dhanashree Verma: ବ୍ୟସ୍ତବହୁଳ ଜୀବନରେ ଫୁରସତର ସମୟ ବିତାଇବାକୁ କାହାକୁ ବା ଭଲ ନ ଲାଗେ । ଚାକିରି ଜୀବନ ହେଉ ବା ନିଜର ବୃତ୍ତିଗତ ଜୀବନ ରୁ ଟିକିଏ ସମୟ ବାହାର କରି ସଭିଁଏ ବୁଲିବାକୁ ଭାରି ପସନ୍ଦ କରନ୍ତି। ତେବେ ମସୁରି ପରି ହିଲ୍ସ  ଷ୍ଟେସନରେ ଏବେ ନିଜର ଛୁଟି ବିତାଉଛନ୍ତି ଧନଶ୍ରୀ ବର୍ମା ଓ ୟୁଜବେନ୍ଦ୍ର ଚହଲ। ଏହାର କିଛି ସୁନ୍ଦର ଫଟୋ ଧନଶ୍ରୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରିଛନ୍ତି ଯେଉଁଠି ସିଏ,ୟୁଭି ଓ ତାଙ୍କ ନିକଟତର ବନ୍ଧୁ ମସୁରିରେ ଖୁବ ମସ୍ତି କରୁଥିବାର ନଜର ଆସିଛନ୍ତି । 

1/5

ଭାରତୀୟ କ୍ରିକେଟରଙ୍କ ପତ୍ନୀଙ୍କ ମଧ୍ୟରେ ୟୁଭିଙ୍କ ପତ୍ନୀ ଧନଶ୍ରୀ ଖୁବ ଚୁଲୁବୁଲି । ଧନଶ୍ରୀ ଫେମସ କୋରିଓଗ୍ରାଫର ସହ ଜଣେ ଡେଣ୍ଟିସ୍ ମଧ୍ୟ ଅଟନ୍ତି । ୨୬ ବର୍ଷୀୟ ଧନଶ୍ରୀ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । 

2/5

ଧନଶ୍ରୀ ୧୯୯୬ ମସିହା ସେପ୍ଟେମ୍ବର ମାସରେ ଜନ୍ମ ଗ୍ରହଣ କରିଥିଲେ । ଧନଶ୍ରୀ ଓ ୟୁଜବେନ୍ଦ୍ର ବହୁ ଦିନର ଡେଟ୍ ପରେ ପରସ୍ପରକୁ ୨୦୨୦ ମସିହାରେ ବିବାହ କରିଥିଲେ । 

3/5

ଆଇପିଏଲ ସରିବା ପରେ ଏବେ ୟୁଭି ଓ ଧନଶ୍ରୀ ମସୁରୀରେ ସୁନ୍ଦର ଟ୍ରିପର ମଜା ନେଉଛନ୍ତି । ଏହି ମଜା ମସ୍ତିର ଅନେକ ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

4/5

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଆଇପିଏଲରେ ପ୍ରଥମେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିଲେ। ଏହି ଟିମ୍ ରେ ସେ ଏହି ଟିମ ରେ ସେ ୪ ବର୍ଷ ଧରି ଖେଳିଥିଲେ। 

5/5

ପରେ ୨୦୨୨ ଓ ୨୦୨୩ ରେ ରାଜସ୍ଥାନ ୬.୫୦ କୋଟି ଟଙ୍କାରେ କିଣିଥିଲା। ଯଦି ରେକର୍ଡ ଦେଖିବା ଆଇପିଏଲ୍‌ ଇତିହାସରେ ରାଜସ୍ଥାନ ରୟାଲ୍ସ ସ୍ପିନର ୟୁଜବେନ୍ଦ୍ର ଚହଲ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇଛନ୍ତି। ଚହଲ ୧୪୩ ତମ ମ୍ୟାଚ୍‌ରୁ ୧୮୭ ୱିକେଟ୍‌ ନେଇ ଏହି ତାଲିକାରେ ଡ୍ବେନ ବ୍ରାଭୋଙ୍କୁ ପଛରେ ପକାଇଛନ୍ତି।