Advertisement
photoDetails0hindi

World Cup: ଜାଣନ୍ତୁ ବିଶ୍ୱକପରେ କେଉଁ ଖେଳାଳି ମାରିଛନ୍ତି ସର୍ବାଧିକ ଛକା...

World cup: ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବକପ ୨୦୨୩ । ତେବେ ଏହାପୂର୍ବରୁ, ଜାଣନ୍ତୁ କେଉଁ ଖେଳାଳି ବିଶ୍ୱକପ ଇତିହାସରେ ସିକ୍ସର୍ କିଙ୍ଗ ପ୍ରମାଣିତ ହୋଇଛନ୍ତି ।

1/5

ବିଶ୍ୱକପରେ ସର୍ବାଧିକ ଛକା ମାରିବାର ରେକର୍ଡ ୱେଷ୍ଟଇଣ୍ଡିଜ୍ ର ମହାନ ଖେଳାଳି କ୍ରିସ୍ ଗେଲଙ୍କ (Chris Gayle) ନାଁରେ ରହିଛି । ୨୦୦୩ ମସିହାରୁ ୨୦୧୯ ମଧ୍ୟରେ ସେ ୩୫ଟି ବିଶ୍ୱକପ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୪୯ଟି ଛକା ମାରିଛନ୍ତି।

2/5

ଏହି ମାମଲାରେ ଦକ୍ଷିଣ ଆଫ୍ରିକାର ଏ.ବି ଡି ଭିଲିୟର୍ସ (AB de Villiers) ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଡି ଭିଲିୟର୍ସ ୨୦୦୭ରୁ ୨୦୧୫ ମଧ୍ୟରେ ୨୩ଟି ବିଶ୍ୱକପ୍ ମ୍ୟାଚ୍ ଖେଳଥିବା ବେଳେ ୩୭ଟି ଛକା ମାରିଛନ୍ତି ।

3/5

ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ (Ricky Ponting) । ପଣ୍ଟିଂ ୧୯୯୯୬ରୁ ୨୦୧୧ ମଧ୍ୟରେ ୪୬ଟି ଦିନିକିଆ ବିଶ୍ୱକପ୍ ମ୍ୟାଚ୍ ଖେଳିଥିବା ବେଳେ ମୋଟ ୩୧ଟି ଛକା ମାରିଥିଲେ।

4/5

ନ୍ୟୁଜିଲ୍ୟାଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ (Brendon McCullum) ମ୍ୟାକକୁଲମ୍ ମଧ୍ୟ ପଛରେ ନାହାନ୍ତି। ମ୍ୟାକକୁଲମ୍ ୨୦୦୩ ମସିହାରୁ ୨୦୧୫ ମଧ୍ୟରେ ୩୪ଟି ବିଶ୍ୱକପ୍ ମ୍ୟାଚ୍ ଖେଳି ଥିବାବେଳେ ୨୯ଟି ଛକା ମାରିଛନ୍ତି ।

5/5

ଦକ୍ଷିଣ ଆଫ୍ରିକାର ସିକ୍ସର କିଙ୍ଗ ଭାବେ ଜଣାଶୁଣା ହର୍ସେଲ ଗିବ୍ସ (Herschelle Gibbs) ପଞ୍ଚମ ନମ୍ବର ସ୍ଥାନରେ ରହିଛନ୍ତି। ୧୯୯୯ ମସିହାରୁ ୨୦୦୭ ମଧ୍ୟରେ ଗିବ୍ସ ଖେଳିଥିବା ୨୫ଟି ବିଶ୍ୱକପ୍ ମ୍ୟାଚ୍ ରେ ୨୮ଟି ଛକା ମାରିଛନ୍ତି ।