Advertisement
photoDetails0hindi

Ind vs Aus 4th test 2023: ଏହିଠାରେ ଖେଳାଯିବ ଚତୁର୍ଥ ଟେଷ୍ଟ ମ୍ୟାଚ୍, କୌଣସି ପଞ୍ଚ ତାରକା ହୋଟେଲଠାରୁ କମ୍ ନୁହେଁ ଏହି ଷ୍ଟାଡ଼ିୟମ୍

ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ଯରେ ଖେଳାଯିବ ଚତୁର୍ଥ ଟେଷ୍ଟ । ତେବେ ଏହି ଷ୍ଟାଡ଼ିୟମଟି କୌଣସି ପଞ୍ଚ ତାରକା ହୋଟେଲ ଠାରୁ କମ ନୁହେଁ ।

1/5

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ ସିରିଜର ଶେଷ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳାଯିବ । ପଞ୍ଚ ତାରକା ହୋଟେଲରୁ କୌଣସି ଗୁଣରେ କମ ନଥିବା ଏହି ଷ୍ଟାଡ଼ିୟମରେ ସମସ୍ତ ପ୍ରକାରର ସୁବିଧା ରହିଛି ।

2/5

ଅହମ୍ମଦାବାଦର ସାବରମତି ନଦୀ କୂଳରେ ଅବସ୍ଥିତ ଏହି ଷ୍ଟାଡ଼ିୟମ ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ ଅଟେ । ଖେଳାଳିଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଠାରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

3/5

ଏହି ଷ୍ଟାଡ଼ିୟମରେ ପ୍ରାୟ ୧୩, ୨୦୦୦ ଦର୍ଶକ ବସିବା ଲାଗି ସୁବିଧା ରହିଛି । ଖେଳାଳିଙ୍କ ମନୋରଞ୍ଜନ ଲାଗି ଏଠାରେ ଥିଏଟର ନିର୍ମାଣ କରାଯାଇଛି । ଯେଉଁଠାରେ ସେମାନେ ବସି ଫିଲ୍ମ ଦେଖିପାରିବେ ।

4/5

ଖେଳାଳି ପାଇଁ ଫିଟନେସ ଅତ୍ୟନ୍ତ ଜରୁରୀ ହୋଇଥାଏ । ସେମାନଙ୍କ ସୁବିଧା ଲାଗି ଏଠାରେ ଜିମ୍ ରହିଛି । ଏହା ବ୍ୟତୀତ ସୁଇମିଂ ପୁଲର ମଧ୍ଯ ସୁବିଧା ରହିଛି, ଯାହା ଖେଳାଳି ମାନେ ରିଲାକ୍ସ ହେବା ଲାଗି ବ୍ୟବହାର କରିପାରିବେ  ।

5/5

ଏଠାରେ ଖେଳାଯିବାକୁ ଥିବା ଚତୁର୍ଥ ମ୍ୟାଚ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଅଟେ । ଶେଷ ମ୍ୟାଚ ଜିତି ଟିମ ଇଣ୍ତିଆ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲକୁ ପ୍ରବେଶ କରିଥିଲା ।