Advertisement
photoDetails0hindi

Women of the year 2023: ପଢନ୍ତୁ ‘ୱମେନ୍ ଅଫ ଦି ଇୟର’ ଭାବେ ସମ୍ମାନିତ ୫ ମହିଳାଙ୍କ ସଂର୍ଘଷମୟ କାହାଣୀ

ଟାଇମ୍ସ, ମାଗାଜିନ୍ ୨୦୨୩ ପକ୍ଷରୁ 'ୱମେନ ଅଫ ଦି ଇୟର' ଘୋଷଣା କରାଯାଇଛି । ପ୍ରତିଭାଶାଳୀ ମହିଳାମାନଙ୍କୁ ଏହି ପୁରସ୍କାର ଦିଆଯାଇଥାଏ । ତେବେ ଏଥିରେ ସମୁଦାୟ ୧୨ ଜଣ ମହିଳା ଅନ୍ତର୍ଭୁକ୍ତ କରାଯାଇଛି ତେବେ ଆନ୍ତଜାର୍ତୀୟ ମହିଳା ଦିବସ ଅବସରରେ ଆସନ୍ତୁ ଆଲୋଚନା କରିବା ୫ ଜଣ ମହିଳାଙ୍କ ସଂଘର୍ଷର କାହାଣୀ ବିଷୟରେ ।

1/5

ଭେରୋନିକା କ୍ରୁଜ ସାଞ୍ଚେଜ(Verónica Cruz Sánchez )-  ଦୀର୍ଘ ୨୦ ବର୍ଷ ଧରି ଭେରୋନିକା କ୍ରୁଜ ମେକ୍ସିକୋରେ ମହିଳାମାନଙ୍କୁ ଗର୍ଭପାତ କରିବାରେ ସାହାଯ୍ୟ କରିଆସୁଛନ୍ତି । ଗତବର୍ଷ ପର୍ଯ୍ୟନ୍ତ ଗୁଆନାଜୁଟୋରେ ସମସ୍ତ ପ୍ରକାର ଗର୍ଭପାତ ନିଷେଧ କରାଯାଇଥିଲା ।  ଭେରୋନିକା ତାଙ୍କ ସହକର୍ମୀମାନଙ୍କ ସହ ମିଶି ଅଭାବୀ ମହିଳାଙ୍କ ପାଇଁ ଗର୍ଭପାତ ବଟିକା ଉପଲବ୍ଧ କରାଉଥିଲେ । ତାଙ୍କର ନିରନ୍ତର ସଂଘର୍ଷ ପରେ ମେକ୍ସିକୋ ଗତ ବର୍ଷ ଗର୍ଭପାତ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଥିଲେ । ବର୍ତମାନ ଭେରୋନିକା ଆମେରିକୀୟ ମହିଳାମାନଙ୍କୁ ସହଯୋଗ କରିଆସୁଛନ୍ତି ଯେଉଁଠାରେ ଗତବର୍ଷ ଗର୍ଭପାତ ନିଷେଧ କରାଯାଇଥିଲା ।

2/5

ଆନିଏଲ ଫ୍ରାଙ୍କୋ(Anielle Franco )-  ଆନିଏଲ ଫ୍ରାଙ୍କୋ ବାଜ୍ରିଲରେ ଜାତିଭେଦ ବିରୋଧରେ ସ୍ବର ଉତ୍ତୋଳନ କରିଆସୁଛନ୍ତି । ୫ ବର୍ଷ ପୂର୍ବେ ସେ ଜଣେ ସ୍କୁଲ ଶିକ୍ଷକ ସହ ଭଲବଲ୍ ଖେଳାଳି ଥିଲେ । ୨୦୧୮ ମସିହାରେ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିଲା ଏହାପରେ ଆନିଏଲ ଜାତିଭେଦ ବିରୋଧରେ ଲଢେଇ ଆରମ୍ଭ କରିଥିଲେ । ଚଳିତ ବର୍ଷ ଲୁଲା ଡ଼ା ସିଲଭା ସରକାର ଗଠନ ହେବାପରେ ଆନିଏଲଙ୍କୁ ଜାତିଗତ ସମାନତା ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଛି । ବର୍ତ୍ତମାନ ସେ ବାଜ୍ରିଲରେ ୧୧୫ ନିୟୁତ ଲୋକଙ୍କ ଅଧିକାର ପ୍ରଦାନ ଦିଗରେ କାର୍ଯ୍ୟ କରୁଛନ୍ତି ।

3/5

ରାମଲା ଅଲ୍ଲୀ (Ramla Ali )-  ସାଉଦି ଆରବରେ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେଇଥି୍ବା ପ୍ରଥମ ମହିଳା ହେଉଛନ୍ତି ରାମଲା ଅଲ୍ଲୀ । ଶରଣାର୍ଥୀଙ୍କ ଅଧିକାର ପାଇଁ ସ୍ବର ଉତ୍ତୋଳନ କରିଥିବାରୁ ଟାଇମ ପକ୍ଷରୁ ତାଙ୍କୁ ‘ୱମେନ୍ ଅଫ ଦି ଇୟର’ ଭାବେ ମନୋନୀତ କରାଯାଇଛି । ୨୦୧୮ ମସିହାରେ ରାମଲାଙ୍କ ଭଉଣୀ ଏକ କ୍ଲବ ଆରମ୍ଭ କରିଥିଲେ । ଏଠାରେ ଗରିବ ଓ ମହିଳାଙ୍କୁ ବକ୍ସିଂ ତାଲିମ ପ୍ରଦାନ କରାଯାଉଛି । ରାମଲା ୟୁନିସେଫ ବ୍ରିଟେନର ରାଷ୍ଟ୍ରଦୂତ ମଧ୍ଯ ଅଟନ୍ତି । ପିଲାଦିନେ ତାଙ୍କ ପରିବାରକୁ ସୋମାଲିଆ ଛାଡ଼ି ବ୍ରେଟେନରେ ଆଶ୍ରୟ ନେବାକୁ ପଡ଼ିଥିଲା ।

4/5

ମେଗାନ୍ ରାପିନୋ(Megan Rapinoe )-  ମେଗାନ ରାପିନୋ ଆମୋରିକାର ସର୍ବୋତ୍ତମ ମହିଳା ଫୁଟବଲ ଖୋଳାଳି ଅଟନ୍ତି । ୨୦୧୯ ମସିହାରେ ମହିଳା ବିଶ୍ବକପରେ ମେଗାନ ଆମେରିକାକୁ ବିଜୟୀ କରାଇଥିଲେ । ଏହାପରେ ସେ ସମାନ ଦରମା ଲାଗି ସଂଗ୍ରାମ ଆରମ୍ଭ କରିଥିଲେ । ଯାହା ଫଳରେ ପୁରୁଷ ଓ ମହିଳାଙ୍କୁ ସମାମ ଦରମା ଦେବା ପାଇଁ ୨୦୨୨ ମସିହାରେ ଏକ କମିଟି ଗଠନ ହୋଇଥିଲା । ଖାଲି ଏତିକି ନୁହେଁ ମେଗାନ୍ ରାପିନୋ କାନାଡ଼ା, ସ୍ପେନ ଓ ଅନ୍ୟାନ୍ୟ ଦେଶରେ ମହିଳାମାନଙ୍କୁ ସମାନ ଦରମା ପାଇଁ ସ୍ବର ଉତ୍ତୋଳନ କରିବା ଲାଗି ପ୍ରେରଣା ଦେଇଥିଲେ ।

5/5

ଓଲେନା ଶେଭେଙ୍କୋ(Olena Shevchenko )- ୟୁକ୍ରେନରେ ରହୁଥିବା ମହିଳା ଓ ସମଲିଙ୍ଗୀ ସମ୍ପର୍କ ନେଇ ସ୍ବର ଉତ୍ତୋଳନ କରୁଥିବାରୁ ଗତ ୫ ବର୍ଷରେ ଓଲେନାଙ୍କୁ ସାତ ଥର ଆକ୍ରମଣ କରାଯାଇଛି । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଶେଭେଙ୍କୋ ଗୋଷ୍ଠୀ ଟ୍ରାନ୍ସଜେଣ୍ତର ମହିଳାମାନଙ୍କୁ ସହାୟତା କିଟ୍ ଯୋଗାଇବା ପାଇଁ ପ୍ରାୟ ୩୩ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିଥିଲେ ।