Advertisement
photoDetails0hindi

Chhena Poda: ପୋଡ ଛେନାରୁ ବିଶ୍ୱ ଦରବାର; କିପରି ଥିଲା ଛେନାପୋଡ଼ର ଯାତ୍ରା

Odisha Sweet Cuisine Chhena Poda: ଅପ୍ରେଲ ୧୧ ତାରିଖ ଆଜି ହେଉଛି ଛେନାପୋଡ଼ ଦିବସ। ସର୍ବପ୍ରଥମେ ଗତ ୨୦୨୨ ଅପ୍ରେଲ ୧୧ ତାରିଖରୁ ଛେନାପୋଡ଼ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଥିଲା। ୧୯୩୧ ମସିହା ଆଜିର ଦିନରେ ନୟାଗଡ଼ ଜିଲ୍ଲାର ସାତପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଛେନାପୋଡ଼ର ଜନକ ସୁଦର୍ଶନ ସାହୁ।  

1/5

ଛେନାପୋଡ଼ ବାରଶହ ଶତାବ୍ଦୀରେ ନୟାଗଡ଼ ଜିଲାରେ ଜନ୍ମଥିବାର କୁହାଯାଏ। ମାତ୍ର ଷାଠିଏ ଦଶକ ବେଳକୁ ଏହାର ଜନକ ସୁଦର୍ଶନ ସାହୁଙ୍କ ପାଇଁ ଜନମାନସକୁ ଆସିଥିଲା। ଛେନପୋଡ଼ ଲୋକପ୍ରିୟ ହେବା ପଛରେ ତାଙ୍କର ଏକ ବହୁତ ବଡ଼ ଭୂମିକା ରହିଥିଲା। ଥରେ ସେ ତାଙ୍କ ଦୋକାନରେ ବଳକା ଛେନାକୁ ଗୁଡ଼ ମିଶାଇ ତାହାକୁ ସାରା ରାତି ଚୁଲି ଉପରେ ରଖିଦେଇଥିଲେ। ଯାହା ତାହା ପର ଦିନ ସକାଳେ ଛେନାପୋଡ଼ ରୂପ ନେଇଥିଲା। 

2/5

ଛେନାପୋଡ଼ ହେଉଛି ଗୋଟିଏ ଓଡ଼ିଆ ମିଠା। ଯାହା ଛେନା, ଚିନି, ସୁଜି, କାଜୁ, କିସମିସ ବ୍ୟବହାର କରି ତିଆରି କରାଯାଏ। ଛେନାପୋଡ଼ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ପୋଡ଼ା ଯାଇଥିବା ଛେନା। ଛେନାକୁ ପୋଡ଼ି ତିଆରି କରାଯାଇଥିବା ମିଠା। ଛେନା ବାଦାମୀ ହେବା ପର୍ଯ୍ୟନ୍ତ ଏହାକୁ ପୋଡ଼ାଯାଇଥାଏ। ଯାହା ପରେ ଛେନାପୋଡ଼ ରୂପ ନେବା ସହଲ ଦେଶ ବିଦେଶରେ ପରିଚିତ ହୋଇଯାଏ। 

3/5

ଛେନା ପୋଡ଼ ତିଆରି କରିବା ପଛରେ ରହିଥିବା କାହାଣୀ ମଧ୍ୟ କହିସାରିଛନ୍ତି ଏହାର ଜନକ ସୁଦର୍ଶନ ସାହୁ। ଯିଏ ୧୯୪୭ ମସିହାରେ ନୟାଗଡ଼ ସହରକୁ ବ୍ୟବସାୟ ଉଦ୍ଦେଶ୍ୟରେ ଆସିଥିଲେ। ନୟାଗଡ଼ କଚେରୀ ବଜାରରେ ଦଶପଲ୍ଲା ହୋଟେଲ ଆରମ୍ଭ କରିଥିଲେ। ଥରେ କିଛି ବଳକା ଛେନାକୁ ନେଇ ତିଆରି କରିଥିଲେ ନୂଆ ପ୍ରକାରର ଏକ ମିଠା ଦ୍ରବ୍ୟ। ଯାହାକୁ ସେ ଛେନାପୋଡ଼ ନାମ ଦେଇଥିଲେ। ବର୍ତ୍ତମାନ ସମୟରେ ଛେନାପୋଡ଼ ଦେଶ ବିଦେଶରେ ସୁପରିଚିତ। ତାଙ୍କ ଦ୍ୱାରା ଆବିଷ୍କୃତ ଛେନାପୋଡ଼ ଖାଇ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ପ୍ରବାଦ ବିଜୁ ପଟ୍ଟନାୟକ ତାଙ୍କୁ ବେଶ ପ୍ରଶଂସା କରିଥିଲେ।  

 

4/5

ଥରେ ସୁଦର୍ଶନ ସାହୁ କହିଥିଲେ ଯେ ମୁଁ ଏକ ଜଳଖିଆ ଦୋକାନ କରିଥିବାବେଳେ ୧୯୪୭ ମସିହାରେ ଛେନାପୋଡ ପ୍ରଥମେ ତିଆରି କରିଥଲି। ଦୋକାନରେ ବଳକା ରହିଯାଉଥିବା ଛେନାକୁ କିପରି ୨/୩ ଦିନ ସାଇତି ରଖିହେବ ସେ କଥା ଚିନ୍ତା କରି ଛେନାରେ ଚିନି-ଚାଉଳ ଗୁଣ୍ଡ ମିଶାଇ ଏକ ସ୍ୱତନ୍ତ୍ର ଧରଣର ପିଠା ତିଆରି କରିବାର ଏକ ଉଦ୍ଭଟ ଚିନ୍ତାଧାରା ମୋ ମନକୁ ଆସିଥିଲା। ଏହା ପରେ ଛେନା ଚିନି ସହ ଚାଉଳ ଗୁଣ୍ଡର ମିଶ୍ରଣକୁ କଦଳୀ ପତ୍ରରେ ଗୁଡାଇ ଚୁଲି ନିଆଁରେ ପୋଡ଼ି ଦେଇଥିଲି। 

5/5

କିଛି ଘଣ୍ଟା ପରେ ତାକୁ ବାହାରକୁ ଆଣି ପ୍ରଥମେ ନିଜେ ଚାଖିଲି। ସ୍ୱାଦ ଲାଗିବାରୁ ଅନ୍ୟମାନଙ୍କୁ ଚଖାଇଲି। ସମସ୍ତେ ଏହାକୁ ପ୍ରଶଂସା କରିଥିଲେ। ଯାହା ମୋ ମନରେ ଉତ୍ସାହ ବଢାଇ ଦେଇଥିଲା। ଏହା ପରେ ଆରମ୍ଭ କରିଥିଲି ଛେନାକୁ ପୋଡ଼ି ପ୍ରସ୍ତୁତ କରାଯାଉଥିବା ପିଠା। ଯାହାର ନାମ ରଖିଥିଲି ଛେନାପୋଡ। ସେବା ଠାରୁ ଆରମ୍ଭ ହେଲା ଛେନାପୋଡ ବେପାର। ମୋ ପାଖରୁ ଆହୁରି ଅନେକ ଦୋକାନୀ ମଧ୍ୟ ଛେନାପୋଡ ତିଆରି କରିବା ଶିଖିଥିଲେ।