Advertisement
Photo Details/zeeodisha/odisha1569439
photoDetails0hindi

Chanakya Niti: ଜୀବନରେ ସଫଳତା ଚାହୁଁଥିଲେ, ଅନ୍ୟକୁ ଜଣାନ୍ତୁ ନାହିଁ ଏହି କଥା

Chanakya Niti: ଚାଣକ୍ୟଙ୍କ ସଫଳତା ମନ୍ତ୍ର, ଆଚାର୍ଯ୍ୟ ଚାଣକ୍ୟ ଜଣେ ନୈତିକ କୂଟନୀତିଜ୍ଞ ଭାବରେ ଜଣାଶୁଣା। କୁହାଯାଏ ଯେ ତାଙ୍କ କଥା ଅନୁସରଣ କରି ଜୀବନରେ ଅନେକ କିଛି ହାସଲ କରାଯାଇପାରେ। 

1/5

ଚାଣକ୍ୟ ନୀତି ଅନୁଯାୟୀ, ଦାମ୍ପତ୍ୟ ଜୀବନରେ ଘଟୁଥିବା କଥାକୁ ଅନ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ। ତେଣୁ ଭୁଲ୍‍ ରେ ମଧ୍ୟ ଏପରି କରନ୍ତୁ ନାହିଁ।

2/5

ଆଚାର୍ଯ୍ୟ ଚାଣ୍ୟକଙ୍କ ଅନୁଯାୟୀ, ନିଜ ଆର୍ଥିକ ସ୍ଥିତି ବିଷୟରେ ମଧ୍ୟ ଅନ୍ୟ ଜଣାନ୍ତୁ ନାହିଁ। ଏଥିରେ ଧନ ଲାଭରେ ବାଧା ସୃଷ୍ଟି ହେବା ସହ ସମ୍ପର୍କ ଉପରେ ମଧ୍ୟ ଏହାର ନକରାତ୍ମକ ପ୍ରଭାବ ପଡିଥାଏ।

3/5

ଆଚାର୍ଯ୍ୟଙ୍କ କହିବାନୁଯାୟୀ, କେହି ଯଦି ଆପଣଙ୍କୁ  ଧୋକ୍କା ଦେଇଥାଏ ,ଠକି ଥାଏ ଏହା ମଧ୍ୟ ସଭିଁଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ। ଏହା ଦ୍ୱାରା ଅନ୍ୟ ମାନେ ସଠିକ ସମ୍ମାନ ପ୍ରଦାନ କରନ୍ତି ନାହିଁ।

4/5

ପରିବାରରେ କୌଣସି ପ୍ରକାରର କଳହ କିମ୍ବା ତିକ୍ତତା ଥିଲେ, ଏହା ମଧ୍ୟ ସଭିଁଙ୍କୁ ଜଣାନ୍ତୁ ନାହିଁ। ଏହାଦ୍ୱାରା ଅନ୍ୟମାନେ ଆପଣଙ୍କୁ ଅପମାନିତ କରିପାରନ୍ତି। ସମ୍ପର୍କରେ ଏହାର କୁପ୍ରଭାବ ପଡିପାରେ।

5/5

ଆଚାର୍ଯ୍ୟ ଚାଣ୍ୟକଙ୍କ ଅନୁଯାୟୀ, ନିଜ କର୍ମ କ୍ଷେତ୍ରରେ ଘଟୁଥିବା କୌଣସି ସମସ୍ୟାକୁ ନେଇ ମଧ୍ୟ କୌଣସି ସମ୍ପର୍କୀୟ ସହ ଚର୍ଚ୍ଚା କରନ୍ତୁ ନାହିଁ ।