Advertisement
Photo Details/zeeodisha/odisha2059445
photoDetails0hindi

Vk Pandian At Srimandira: ଜଗା ଦର୍ଶନ ପରେ ଯଜ୍ଞ ଓ ଅନ୍ୟାନ୍ୟ ପ୍ରସ୍ତୁତି ଅନୁଧ୍ୟାନ କଲେ 5T ଅଧ୍ୟକ୍ଷ

Vk Pandian At Srimandira: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଚାଲିଛି ଆଦ୍ୟପୂଜା । ଗତକାଲି ଅଙ୍କୁର ପୂଜନ ସହ ମଣ୍ଡପ ସ୍ଥାପନ କରାଯାଇଥିଲା । ଆଜି ଧ୍ବଜା ଓ ତୋରଣ ସ୍ଥାପନ କରାଯିବ । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ଆରମ୍ଭ ହେବ ମହାଯଜ୍ଞ । ମହାପ୍ରଭୁଙ୍କ ପରିକ୍ରମା ଲୋକାର୍ପଣକୁ ନେଇ ରାଜ୍ୟରୁ ଦେଶ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳୁଥିବା ବେଳେ ସକାଳୁ ସକାଳୁ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ। 

 

1/5

ସକାଳୁ ସକାଳୁ ପୁରୀରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ପୁରୀରେ ପହଞ୍ଚିବା ପରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ପାଣ୍ଡିଆନ । 

 

2/5

ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ପହଞ୍ଚିଥିଲେ ପରିକ୍ରମା ପ୍ରକଳ୍ପ ସ୍ଥଳରେ । ପ୍ରକଳ୍ପ ସ୍ଥଳ ବୁଲି ଦେଖିବା ସହ ଉଦଘାଟନ ନେଇ ଯଜ୍ଞ ଓ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ।

 

3/5

5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଙ୍କ ସହ ପୁରୀ ଜିଲ୍ଲାପାଳ ଓ ଏସ୍ପି ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମଧ୍ୟ ପାଣ୍ଡିଆନ ଙ୍କ ସହ ପରିକ୍ରମା ପ୍ରକଳ୍ପ ସ୍ଥଳ ଯାଞ୍ଚ କରିଥିଲେ। 

 

4/5

ଏହାସହ ଶ୍ରୀ ମାର୍ଗ, ଶ୍ରୀ ଜଗନ୍ନାଥ ବଲାଭ ବିହାର, ଶ୍ରୀ ସେତୁ ଏବଂ ସାମଙ୍ଗା ପାର୍କିଂ ସ୍ଥଳ ମଧ୍ୟ ଯାଞ୍ଚ କରିଥିଲେ ଏବଂ ସାମଙ୍ଗା ପାର୍କିଂରୁ ପରିକ୍ରମା ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କର ସୁଗମ ଆଗମନ ତଥା ଗତିବିଧି ଉପରେ ଆଲୋକପାତ କରିଥିଲେ ପାଣ୍ଡିଆନ।

 

5/5

5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଙ୍କ ସହ ବରିଷ୍ଠ ଅଧିକାରୀ ଯଥା SP, MD OBCC ଅଫିସରଙ୍କ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।