Car Sales 2023: ବର୍ତ୍ତମାନ ଘରେ ଘରେ କାର ଦେଖିବାକୁ ମିଳୁଛି । ଆଜିକାଲି ଲୋକେ ଦୁଇ ଚକିଆ ଯାନ ବଦଳରେ ଚାରି ଚକିଆ ଯାନକୁ କିଣିବା ଲାଗି ଅଧିକ ପସନ୍ଦ କରୁଛନ୍ତି । ତେବେ ମାର୍ଚ୍ଚରେ କେଉଁ ସବୁ କାର ଅଧିକ ବିକ୍ରି ହୋଇଥିଲା ଆସନ୍ତୁ ଜାଣିବା ।
ମାର୍ଚ୍ଚ ୨୦୨୩ରେ ଅଧିକ ବିକ୍ରି ହୋଇଥିବା କାର ତାଲିକାରେ ପ୍ରଥମ ନାମ ହେଉଛି ମାରୁତିର ଲୋକପ୍ରିୟ ସ୍ୱିଫ୍ଟ କାର (Maruti swift )। ଗତ ମାସରେ, କମ୍ପାନୀ ଏହି କାରର ୧୭,୫୫୯ ୟୁନିଟ୍ ବିକ୍ରୟ କରିବାରେ ସଫଳ ହୋଇଥିଲା ।
ମାରୁତିର ସବୁଠାରୁ ଅଧିକ ବିକ୍ରି ହୋଇଥିବା କାର ହେଉଛି ମାରୁତି ୱାଗନ- ଆର (Wagon R ) । ମାର୍ଚ୍ଚ ମାସରେ କମ୍ପାନୀ ଏହି କାରର ୧୭,୩୦୫ ୟୁନିଟ୍ ବିକ୍ରି କରିବାରେ ସଫଳ ହୋଇଥିଲା ।
ତୃତୀୟ ନମ୍ବରରେ ଥିବା ମାରୁତି ଏସୟୁଭି ବ୍ରେଜାକୁ (Xuv Brezza) ଲୋକେ ବେଶ ପସନ୍ଦ କରିଥିଲେ। ଗତ ମାସରେ, କମ୍ପାନୀ ୧୬,୨୨୭ ୟୁନିଟ୍ ବିକ୍ରି କରିବାରେ ସକ୍ଷମ ହୋଇଥିଲା ।
ଚତୁର୍ଥ ନମ୍ବରରେ ରହିଛି ମାରୁତର ବାଲେନୋ ନେକ୍ସା କାର (Nexa Boleno car) । ଗତ ମାସରେ ଏହି କାରର ୧୬,୧୬୮ ୟୁନିଟ୍ ବିକ୍ରି କରିବାରେ କମ୍ପାନୀ ସଫଳ ହୋଇଥିଲା ।
ଏହି ତାଲିକାର ପଞ୍ଚମରେ ଟାଟା ନେକ୍ସନ୍ ର (Tata Nexon) ନାମ ରହିଛି । ଗତ ମାସରେ, ଟାଟା ମୋଟର୍ସ ଏହି କାରର ୧୪,୭୬୯ ୟୁନିଟ୍ ବିକ୍ରି କରିବାରେ ସକ୍ଷମ ହୋଇଥିଲା ।
ट्रेन्डिंग फोटोज़