Advertisement
Photo Details/zeeodisha/odisha1189378
photoDetails0hindi

କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟରେ ଏଶ୍ୱର୍ଯ୍ୟା ରାୟଙ୍କ ଜଲୱା, ସବୁ ସୁନ୍ଦରୀଙ୍କୁ ମାତ ଦେଲେ ନୀଳ ନୟନା!

Cannes 2022 Aishwarya Rai Bachchan: ରେଡ୍ କାର୍ପେଟରେ ଏଶ୍ୱର୍ଯ୍ୟା ରାୟ ଏକ ସୁନ୍ଦର କଳା ଗାଉନରେ ନଜର ଆସିଥିଲେ । ଏହି ଗାଉନରେ ରଫଲ ଫୁଲର ସ୍ପର୍ଶ ଦିଆଯାଇଥିଲା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

1/5

Cannes 2022 Aishwarya Rai Bachchan: କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ଚଳଚ୍ଚିତ୍ର ମହୋତ୍ସବ (Cannes Film Festival) ଆରମ୍ଭ ହୋଇଛି । ଆଉ ଏହି ମହୋତ୍ସବରେ ରେଡ୍ କାର୍ପେଟରେ ଚଳିତ ବର୍ଷ ଦେଶର ସୁନ୍ଦରୀଙ୍କ  ଜଲୱା ଦେଖିବାକୁ ମିଳିଛି । କିନ୍ତୁ ଏହା ଭିତରେ ଯେବେ ବଲିଉଡର ଡିଭା ଏଶ୍ୱର୍ଯ୍ୟା ରାୟ ପହଞ୍ଚିଥିଲେ, ସମସ୍ତଙ୍କ ନଜର ତାଙ୍କ ପାଖରେ ହିଁ ଅଟକି ଯାଇଥିଲା । ଏଶ୍ୱର୍ଯ୍ୟା ରାୟଙ୍କ ସୁନ୍ଦରତା ସାମ୍ମାରେ ସବୁ କିଛି ଫିକା ପଡ଼ିଯାଇଥିଲା ।

2/5

ରେଡ୍ କାର୍ପେଟରେ ଏଶ୍ୱର୍ଯ୍ୟା ରାୟ ଏକ ସୁନ୍ଦର କଳା ଗାଉନରେ ନଜର ଆସିଥିଲେ । ଏହି ଗାଉନରେ ରଫଲ ଫୁଲର ସ୍ପର୍ଶ ଦିଆଯାଇଥିଲା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

3/5

ଏଶଙ୍କ ଲୁକ ବିଷୟରେ କହିବାକୁ ଗଲେ ତାଙ୍କ ଗାଉନର ହାତରେ ବହୁ ରଙ୍ଗବେରଙ୍ଗର ରଙ୍ଗୀନ ଫୁଲ ତାଙ୍କୁ ଅଧିକ ସୁନ୍ଦର କରୁଥିଲା । ଏଶ୍ୱର୍ଯ୍ୟାଙ୍କ ମେକଅପ୍  କଥା କହିବା ସେ ନ୍ୟୁଡ୍ ମେକଅପ୍ ରେ ଏକ ଦମ୍ ଚମତ୍କାର ଦେଖାଯାଉଥିଲେ ।

4/5

ଏଶ୍ୱର୍ଯ୍ୟା ରାୟ ରେଡ୍ କାର୍ପେଟରେ ଯେମିତି ଓହ୍ଲାଇଥିଲେ ସେ ପୁଣି ଥରେ ପ୍ରମାଣ କରିଛନ୍ତି କି, ସେ ଦୁନିଆର ସବୁଠାରୁ ସୁନ୍ଦର ମହିଳା ଅଟନ୍ତି । ସେୋସିଆଲ ମିଡିଆରେ ଏଶଙ୍କ ଫଟୋ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହା ବି ପଢ଼ନ୍ତୁ:-ମୋଦି ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଆରମ୍ଭ ହେଲା ହଙ୍ଗାମା, ଇଜିପ୍ଟ କଲା ଏହି ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିବା ଦାବି ଉପରେ କଙ୍ଗନା ରାଣାୱତ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ପୁଣି ବୃଦ୍ଧି, ଦିନକରେ ଚିହ୍ନଟ ହେଲା ଏତିକି ମାମଲା

5/5

ଆପଣଙ୍କୁ କହି ରଖୁଛି କି ଏଶ୍ୱର୍ଯ୍ୟା ରାୟ ପ୍ରାୟ ପ୍ରତିବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦିଅନ୍ତି ଓ ପ୍ରତ୍ୟେକ ଥର ସେ ନିଜର ଲୁକ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି କିନ୍ତୁ ଏଥର ସେ ରେଡ କାର୍ପେଟରେ ଆସିବା ମାତ୍ରେ ତାଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି ।