Advertisement
Photo Details/zeeodisha/odisha1835718
photoDetails0hindi

Sushmita sen: ସୁସ୍ମିତା ସେନ୍ କହିଲେ ମୁଁ ବିବାହ କରିବାକୁ ଚାହିୁଁଛି, ହେଲେ ଝିଅ...

Sushmita Sen: ସୁସ୍ମିତା ସେନ୍ ସର୍ବଦା ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ଅଭିନେତ୍ରୀ ୪୭ ବର୍ଷ ବୟସରେ ଅବିବାହିତ ଥିବାବେଳେ ଦୁଇ ଝିଅଙ୍କ ଦାୟିତ୍ବ ମଧ୍ୟ ନେଇଛନ୍ତି। ତେବେ ଏତେ ବର୍ଷେ ପରେ ବି ଅଭିନେତ୍ରୀ କାହିଁକି ବିବାହ କରିନାହାଁନ୍ତି ସେ ସେ ମୁହଁ ଖୋଲିଛନ୍ତି ।

1/5

ନିକଟରେ ରିଲିଜ୍ ହୋଇଛି ସୁସ୍ମିତା ସେନ୍ ଅଭିନୀତ ୱେବ୍ ସିରିଜ୍ ‘ତାଲି’। ଏଥିରେ ତାଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଉଛି । ଏହି ସିରିଜରେ ସୁସ୍ମିତା ଟ୍ରାନ୍ସଜେଣ୍ଡର ଶ୍ରୀ ଗୌରୀ ସାୱନ୍ତଙ୍କ ଭୂମିକାରେ ନଜର ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ବଲିଉଡ଼ ଅଭିନେତ୍ରୀ ବିବାହ କରିନଥିବା ବେଳେ ସିଙ୍ଗଲ ମଦର ଭାବେ ଦୁଇଟି ଝିଅଙ୍କ ଦାୟିତ୍ବ ନେଇଛନ୍ତି । ତେବେ ବିବାହକୁ ନେଇ ଅଭିନେତ୍ରୀ ନିକଟରେ ଏକ ବୟାନ ଦେଇଛନ୍ତି ।

2/5

ପୂର୍ବତନ ବିଶ୍ବ ସୁନ୍ଦରୀ ନିଜ ବ୍ୟକ୍ତିଗତ ଜୀବନକୁ କେବେ ବି ଲୁଚାଇ ରଖନ୍ତି ନାହିଁ। ପୂର୍ବତନ ପ୍ରେମିକ ରେହମାନ ଶଲଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣନ୍ତି । ତେବେ ଅଭିନେତ୍ରୀ ନିକଟରେ କହିଛନ୍ତି ଯେ, ସେ ବିବାହ କରିବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କ ଝିଅମାନେ ସେ ବିବାହ କରନ୍ତୁ ବୋଲି ଚାହାଁନ୍ତି ନାହିଁ।

3/5

ନିକଟରେ ଅଭିନେତ୍ରୀଙ୍କୁ ତାଙ୍କ ଝିଅମାନେ କେବେ ବାପାର ସେହ୍ନ ବା ଅଭାବ ଅନୁଭବ କରିଛନ୍ତି କି ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ଅଭିନେତ୍ରୀ କହିଛନ୍ତି- 'ଆଦୌ ନୁହେଁ। କାରଣ, ସେମାନଙ୍କୁ ପିତାର ଆବଶ୍ୟକତା ନାହିଁ । ଆପଣ କେବଳ ତାହାକୁ ମିସ୍ କରନ୍ତି ତାହା ଆପଣଙ୍କ ନିକଟରେ ରହିଥାଏ । ଯଦି କୌଣସି ଜିନିଷ ଆପଣଙ୍କ ନିକଟରେ ନଥିଲା ତାହାଲେ ଆପଣ ତାହାକୁ କିପରି ମିସ୍ କରିବେ । ଯେତେବେଳେ ମୁଁ ସେମାନଙ୍କୁ ବିବାହ କରିବାକୁ ଚାହୁଁଛି ବୋଲି କହୁଛି ସେମାନେ କହୁଛନ୍ତି- 'କ’ଣ? କିନ୍ତୁ କାହିଁକି? ଆମକୁ ପିତାର ଆବଶ୍ୟକତା ନାହିଁ। ମୁଁ ସେମାନଙ୍କୁ କହିଲି, ମୁଁ କିନ୍ତୁ ଏକ ସ୍ୱାମୀ ଚାହୁଁଛି । ତାଙ୍କର ତୁମ କୌଣସି ସମ୍ପର୍କ ନାହିଁ । ଆମେ ପ୍ରାୟତଃ ଏହାକୁ ନେଇ ଥଟ୍ଟା କରିଥାଉ’ ।

4/5

ସୁସ୍ମିତା ଆହୁରି ମଧ୍ଯ କହିଛନ୍ତି- 'ତାଙ୍କ ନିକଟରେ ଟାଟା ଅର୍ଥାତ୍ ମୋ ବାପା ଓ ସୋମାନଙ୍କ ଅଜା ଅଛନ୍ତି । ଏହା ସେମାନଙ୍କ ପାଇଁ ଯଥେଷ୍ଟ । ଯେତେବେଳେ ବି ସେମାନେ ପିତାର ଅଭାବ ଅନୁଭବ କରିବେ ଟାଟା ତାଙ୍କ ପାଇଁ ସବୁବେଳେ ସେ ସ୍ଥାନରେ ରହିଥିବେ' । ୨୦୦୦ ମସିହାରେ ଅଭିନେତ୍ରୀ ରେନିଙ୍କୁ ଓ ୨୦୧୦ ମସିହାରେ ଆଲିଶାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ।

5/5

ସୁସ୍ମିତାଙ୍କ ନୂତନ ୱେବ୍ ସିରିଜ୍ ‘ତାଲି’ କିନ୍ନର ଶ୍ରୀ ଗୌରୀ ସାୱନ୍ତଙ୍କ ସଂଘର୍ଷର କାହାଣୀକୁ ନେଇ ଗତିଶୀଳ । ଏଥିରେ ଅଭିନେତ୍ରୀଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଉଛି ।