Advertisement
Photo Details/zeeodisha/odisha1800068
photoDetails0hindi

Bollywood News: ଏହି ସ୍ଥାନରେ ଗର୍ଲପ୍ରେଣ୍ଡଙ୍କ ସହ ଡେଟ୍ କରୁଛନ୍ତି ହ୍ରିତିକ ରୋଶନ !

ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ସୁପରଷ୍ଟାର ହ୍ରିତିକ ରୋଶନଙ୍କ ସହ ସବା ଆଜାଦଙ୍କ ଫଟୋ ।

1/6

Bollywood News: ସାବା ଆଜାଦଙ୍କ ଏକ ପୋଷ୍ଟକୁ ନେଇ ବର୍ତ୍ତମାନ ଚାରିଆଡେ ଖୁବ୍ ଚର୍ଚ୍ଚା । କାରଣ ନିକଟରେ ସବା ଆଜାଦ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଥିଲେ ଯେଉଁଥିରେ ସେ ହ୍ରିତିକଙ୍କ ସହ ନଜର ଆସିଥିଲେ । ଏଥିସହ ଲେଖାଯାଇଥିଲା ଯେ, 'My hippo heart'

2/6

ସୂଚନା ମିଳିଛି ଯେ ଏହି ଫଟୋ ଆର୍ଜେଣ୍ଟିନାର ବୁଏନୋସ୍ ଆଇରେସର ଉଠାଯାଇଛି । ଫଟୋରେ ଏହି ଦମ୍ପତି ନିଆରା ଢଙ୍ଗରେ ପୋଜ୍ ଦେଇଥିବା ଦେଖିବାକୁ ମିଳିଛି ।

3/6

ଖବର ଅନୁଯାୟୀ ହ୍ରିତିକ ରୋଶନ ଏବଂ ସାବା ଆଜାଦ ଗତ ବର୍ଷରୁ ଉଭୟେ ଉଭୟଙ୍କୁ ଡେଟିଂ ଆରମ୍ଭ କରିଛନ୍ତି । ସବା ପ୍ରାୟତଃ ଅନେକ ସମୟରେ ହ୍ରିତିକ ରୋଶନଙ୍କୁ ତାଙ୍କ ପାରିବାରିକ କାର୍ଯ୍ୟରେ ସାମିଲ କରିବା ସହ ଛୁଟିଦିନରେ ସମୟ ବିତାନ୍ତି ।

4/6

ହ୍ରିତିକ ରୋଶନ ପ୍ରଥମେ  ୨୦୦୦ ମସିହାରେ ସୁସାନ ଖାନଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୧୪ ମସିହାରେ ଉଭୟଙ୍କ ଛାଡପତ୍ର ହୋଇଯାଇଥିଲା । ବର୍ତ୍ତମାନ ସୁସାନ ଖାନ ଅଭିନେତା ଆର୍ସଲାନ ଗୋନିଙ୍କୁ ଡେଟ କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

5/6

ସାବା ଏବଂ ହ୍ରିତିକଙ୍କ ବିଷୟରେ କହିବାକୁ ଗଲେ ଏହି ଦମ୍ପତି ଏକାଠି ହୋଇ ଫଟୋ ଉଠାଇବା ସହ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିବାକୁ ପସନ୍ଦ କରନ୍ତି ।

6/6

ସିନେମା ସମ୍ପର୍କରେ କହିବାକୁ ଗଲେ ୱାର୍କ ଫ୍ରଣ୍ଟରେ ହ୍ରିତିକ ରୋଶନଙ୍କୁ ସୈଫ ଅଲି ଖାନଙ୍କ ବିପକ୍ଷରେ ବିକ୍ରମ ବେଦରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।  ପରବର୍ତ୍ତୀ ସମୟରେ ସେ ଦୀପିକା ପାଦୁକୋନ ଏବଂ ଅନିଲ କପୁରଙ୍କ ସହ ଫାଇଟରରେ ନଜର ଆସିବେ । ଏହି ଅଭିନେତାଙ୍କର ଆଉ ଏକ ସିନେମା ଫାଇଟ୍ ୨ ମଧ୍ୟ ରହିଛି ।