Advertisement
photoDetails0hindi

Guess Who: ମାଆଙ୍କ ମୃତ୍ୟୁ ପରେ ଭଉଣୀଙ୍କର କରିଥିଲେ ଦେଖାଶୁଣା ଏବେ ପାଲଟିଛନ୍ତି ବଲିଉଡ଼ ଷ୍ଟାର, ଦେଖନ୍ତୁ ପିଲା ଦିନର ଫଟୋ

Guess Who: ଆଜି ଏମିତି ଜଣେ ଅଭିନେତାଙ୍କ ବିଷୟରେ ଆଲୋଚନା କରିବା ଯିଏ ମାଆଙ୍କ ମୃତ୍ୟୁ ପରେ ସାନ ଭଉଣୀକୁ ପାଳି ପେଷି ବଡ଼ କରିଥିଲେ । ଭାଇ ଭଉଣୀର ସମ୍ପର୍କକୁ ଦୁନିଆର ସବୁଠାରୁ ସୁନ୍ଦର ସମ୍ପର୍କ ଭାବେ ଗଣନା କରାଯାଇଥାଏ । ଏହା ଏପରି ଏକ ସମ୍ପର୍କ ଅଟେ ଯେଉଁଠାରେ ହସ, ଖୁସି, ଝଗଡ଼ା ଓ ଆଦର ଭରି ରହିଥାଏ । ଆଜି ଆମେ ବଲିଉଡ଼ର ଏକ ଭାଇ ଭଉଣୀ ଯୋଡ଼ି ବିଷୟରେ ଆଲୋଚନା କରିବା

1/5

ଲୋକଙ୍କ ଭିତରେ ଷ୍ଟାର ମାନଙ୍କ ଭାଇ ଭଉଣୀ ବିଷୟରେ ଜାଣିବା ଲାଗି ବେଶ ଉତ୍ସାହ ରହିଥାଏ । ପ୍ରଥମେ ସେହି ସେଲିବ୍ରେଟି ଭାଇ ଭଉଣୀଙ୍କ ପିଲାବେଳର ଫଟୋ ଦେଖନ୍ତୁ । ଫଟୋରେ ଦେଖିପାରୁଥିବେ ସେହି ଷ୍ଟାର ଅଭିନେତା ଜଣଙ୍କ ଛୋଟ ଭଉଣୀଙ୍କୁ କୋଳରେ ଧରି ପୋଜ ଦେଉଛନ୍ତି ।

2/5

ଏହି ଫଟୋରେ ଷ୍ଟାର ଜଣଙ୍କ ଖେଳନା ଉପରେ ବସିଥିବା ତାଙ୍କ ସାନ ଭଉଣୀଙ୍କୁ ବେଶ ଯତ୍ନର ସହ ଖେଳାଉଥିବାର ଦେଖିବାକୁ ମିଳିଛି । ଧ୍ଯାନ ଦେଇ ଦେଖିଲେ ହୁଏତ ଆପଣ ଏହି ଦୁଇ ଭାଇ ଭଉଣୀଙ୍କୁ ଜାଣିପାରିବେ ।

3/5

ତେବେ ଫଟୋରେ ଥିବା କୁନି ଝିଅର ଭାଇ ଜଣେ ଜଣାସୁଣା ବଲିଉଡ଼ ଷ୍ଟାର ଅଟନ୍ତି। କ’ଣ ଜାଣିପାରିଲେ କିଏ ଏହି ଷ୍ଟାର ? ଫଟୋରେ ଥିବା ଏହି ଷ୍ଟାର ହେଉଛନ୍ତି ଅଭିନେତା ଅର୍ଜୁନ କପୁର। ନିକଟରେ ଅର୍ଜୁନ କପୁର ସୋସିଆଲ ମିଡ଼ିଆରେ ଭଉଣୀ ଅନସୁଲା କପୁରଙ୍କ ସହ ଛୋଟବେଳର ଫଟୋ ସେୟାର କରିଛନ୍ତି ।

4/5

ଫଟୋ ପୋଷ୍ଟ କରିବା ସହ ଅର୍ଜୁନ ଏକ କ୍ୟାପସନ ମଧ୍ଯ ଲେଖିଛନ୍ତି, 'ମୋ ପୁରା ଜୀବନ ସାଥୀ । ଆମେ ସବୁବେଳେ ଏକାଠି ରହିଥାଉ । ତୁମେ ଜୀବନରେ ସବୁ ଭଲ ଜିନିଷ ପାଇଁ ହକଦାର' । ଅର୍ଜୁନଙ୍କ ଏହି ପୋଷ୍ଟକୁ ବେଶ ପସନ୍ଦ କରିଛନ୍ତି ଫ୍ୟାନ୍ସ । ଉଭୟ ଭାଇ ଭଉଣୀଙ୍କ ମଧ୍ଯରେ ଥିବା ଭଲ ପାଇବାକୁ ପ୍ରଶଂସକମାନେ ବେଶ ପସନ୍ଦ କରିବା ସହ ବହୁ କମେଣ୍ଟ ମଧ୍ୟ କରିଛନ୍ତି ।

5/5

ଅର୍ଜୁନ ଫିଲ୍ମ ‘ଇଶକଜାଦେ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏଥିରେ ତାଙ୍କ ସହ ଅଭିନେତ୍ରୀ ପରିଣିତି ଚେପ୍ରା ନଜର ଆସିଥିଲେ । ଏହାପରେ ବହୁ ଫିଲ୍ମରେ ତାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ମଲାଇକା ଆରୋରାଙ୍କ ସହ ସମ୍ପର୍କକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ।