Advertisement
photoDetails0hindi

Surya Gochar 2023: ଏହି ଦିନ ମୀନ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବ ବଡ଼ ପରିବର୍ତ୍ତନ

Surya Gochar 2023: ଆସନ୍ତା ୧୫ ତାରିଖ ଦିନ ସୂର୍ଯ୍ୟ ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଫଳରେ ୪ଟି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ଶୁଭଫଳ ପ୍ରଦାନ କରିବା ସହ କ୍ୟାରିୟରରେ ଉନ୍ନତି ଆଣିବ। ସୂର୍ଯ୍ୟ ବୃହସ୍ପତି ରାଶି ମୀନ ରାଶିରେ ପ୍ରବଶ କରିବାକୁ ଯାଉଛନ୍ତି । ତେବେ କହି ରଖୁଛୁ ଯେ ସୂର୍ଯ୍ୟ ଓ ବୃହସ୍ପତି ମଧ୍ୟରେ ସମ୍ପର୍କ ଭଲ ଅଟେ । ଏଭଳି ପରିସ୍ଥିତିରେ ସୂର୍ଯ୍ୟଙ୍କ ଆଗମନ କେତେକ ରାଶିଙ୍କ ଜୀବନରେ ସକାରାତ୍ମକତା ଆଣିବ । ଏହି ସମୟ ମଧ୍ଯରେ ୫ଟି ରାଶିର ବ୍ୟକ୍ତି ବିଶେଷଙ୍କ କ୍ୟାରିୟରେ ଉନ୍ନତି ହେବା ସହ ଭାଗ୍ୟ ଉଜ୍ଜଳ ହେବ । ସୂର୍ଯ୍ୟଙ୍କ ଆଗମନ ଏହି ରାଶିଙ୍କ ଜୀବନରେ ଖୁସି ଆଣିଦେବ ।

1/4

ବୃଷ ରାଶି(Taurus )- ସୂର୍ଯ୍ୟଙ୍କ ଆଗମନ ଫଳରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆର୍ଥିକ ଲାଭ ଆଣିଦେବ। ଏହି ସମୟ ମଧ୍ଯରେ ସମ୍ପତ୍ତି ଓ ବାହାନ କିଣିବା ନେଇ ଯୋଗ ରହିଛି । ଗମନାଗମନ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ଅଟେ। ଦମ୍ପତ୍ତି ଜୀବନ ସୁଖମୟ ହେବ । ଏହି ସମୟରେ ନିବେଶରୁ ଲାଭ ପ୍ରାପ୍ତି ହେବେ ।

2/4

ମିଥୁନ ରାଶି(Gemini) -  ଏହି ସମୟ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ବେଶ ଅନୁକୂଳ ରହିବ। କ୍ୟାରିୟରରେ ଶୁଭଫଳ ପ୍ରାପ୍ତି ସହ ଖ୍ଯାତି ଅର୍ଜନ କରିବେ। ଏହି ସମୟରେ ପଦୋନ୍ନତି ନେଇ ସମ୍ଭବନା ରହିଛି । ପରିବାର ଲୋକଙ୍କ ସହ ବ୍ୟବସାୟ ଆରମ୍ଭ କରିବା ଲାଗି ସମୟ ଅତ୍ୟନ୍ତ ଶୁଭ ଅଟେ। ବହୁ ଲୋକଙ୍କ ସହଯୋଗ ମିଳିବ। ଦମ୍ପତ୍ତିଙ୍କୁ ସନ୍ତାନପ୍ରାପ୍ତି ଯୋଗ ରହିଛି ।

3/4

ବିଛା ରାଶି(Scorpio)- ସୂର୍ଯ୍ୟଙ୍କ ଆଗମନ ବିଛା ରାଶିର ଲୋକଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବ। ଚାକିରି କରୁଥିବା ଲୋକଙ୍କ ଦରମା ବୃଦ୍ଧି ପାଇବ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଜୀବନ ସୁଖମୟ ହେବ। ଦୀର୍ଘ ସମୟ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ ।

4/4

ମୀନ ରାଶି(Pices)- ସୂର୍ଯ୍ୟଙ୍କ ଆଗମନ ଫଳରେ ଏହି ରାଶିର ଲୋକକମାନେ ସବୁଠୁ ବେଶି ଲାଭବାନ ହେବେ। ଏହି ସମୟରେ କ୍ଷମତା ଓ ସମାଜରେ ମାନ ସମ୍ମାନରେ ବୃଦ୍ଧି ପାଇବ । ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ । ଏହି ସମୟରେ ପରାମର୍ଶ ଦେଉଥିବା ଲୋକଙ୍କୁ ଅଣଦେଖା କରନ୍ତୁ ନାହିଁ । ସରକାରୀ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଉନ୍ନତି ଆସିବା ସହ ପଦୋନ୍ନତି ନେଇ ଯୋଗ ରହିଛି ।