Nayanthara: ‘ଜୱାନ’ ଲାଗି ଦୀର୍ଘ ଦିନ ହେବ ବେଶ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ନୟନତାରା । ତେବେ ନିକଟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ନେଇ ଲାଇମଲାଇଟକୁ ଆସିଛନ୍ତି ଅଭିନେତ୍ରୀ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
ନିକଟରେ ନୟନତାରା ନିଜର ଏକ ଇନ୍ଷ୍ଟାଗ୍ରାମ୍ରେ ଆକାଉଣ୍ଟ ଖୋଲିଥିଲେ। ଇନ୍ଷ୍ଟ୍ରାଗ୍ରାମ୍କୁ ଆସିବାର ମାତ୍ର ୧୦ ଘଣ୍ଟା ଭିତରେ ସେ ୧ ମିଲିୟନ ଫଲୋୟର୍ସ ହାସଲ କରିଥିବା ଦେଖିବାକୁ ମିଳିଛି ।
ଏଥିସହ ସେ ବଲିଉଡ଼ର ଆଗଧାଡ଼ିର ହିରୋଇନ କାଟ୍ରିନା କୈଫଙ୍କୁ ମଧ୍ୟ ପଛରେ ପକାଇ, ଦେଶର ପ୍ରଥମ ଅଭିନେତ୍ରୀ ଭାବେ ସେ ଗୋଟିଏ ଦିନରେ ୧୦ ଲକ୍ଷ ଫଲୋୟର୍ସ ହାସଲ କରିଛନ୍ତି ।
ତେବେ ଇତିମଧ୍ୟରେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଫଲୋୟର୍ସ ସଂଖ୍ୟା ୨୫ ଲକ୍ଷ ଟପିଛି । ତେବେ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ସିକ୍ରେଟ୍ ରଖିବାକୁ ପସନ୍ଦ କରନ୍ତି । ତେଣୁ ପ୍ରଥମେ ସେ ସୋସିଆଲ ମିଡ଼ିଆକୁ ଆସିବା ନେଇ ନାପସନ୍ଦ କରୁଥିଲେ ।
ହେଲେ ଅପକମିଙ୍ଗ ଫିଲ୍ମ ‘ଜୱାନ୍’ର ପ୍ରମୋସନ ପାଇଁ ସେ ଇନ୍ଷ୍ଟାଗ୍ରାମ୍ ଜରିଆରେ ସୋସିଆଲ ମିଡ଼ିଆରେ ପାଦ ଦେଇଥିଲେ । ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ସେ ଅପଲୋଡ଼ କରିଥିବା ପ୍ରଥମ ରିଲ୍ରେ ସେ ନିଜ ଦୁଅ ଯାଆଁଳା ପୁଅ ଉୟିର ଓ ଉଲାଗ୍ଙ୍କୁ ଧରି ଚାଲୁଥିବାର ଦେଖିବାକୁ ମିଳିଛି।
ଅଟଲୀଙ୍କ ଦ୍ବାରା ନିର୍ଦ୍ଦେଶିତ ‘ଜୱାନ୍’ ଆସନ୍ତା ୭ ତାରିଖରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ ହେବାକୁ ଯାଉଛି । ନୟନତାରା ଏଥିରେ ଜଣେ ଗୁଇନ୍ଦା କର୍ମଚାରୀ ଭୂମିକା ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି ।
ट्रेन्डिंग फोटोज़