Advertisement
Photo Details/zeeodisha/odisha1204597
photoDetails0hindi

କେକେଙ୍କ ପୂର୍ବରୁ ୨୦୨୧ରେ ଏହି ସେଲିବ୍ରିଟି ମାନଙ୍କ ମୃତ୍ୟୁ କାରଣ ଥିଲା ହୃଦଘାତ

Bollywood Celebrities Heart Attack Death: ଲୋକମାନଙ୍କୁ ବିଶ୍ୱାସ ହେଉନାହିଁ ଯେ କେକେ ଆଉ ସେମାନଙ୍କ ମଝିରେ ନାହାଁନ୍ତି । ମଙ୍ଗଳବାର ୫୩ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । କେକେଙ୍କ ମୃତ୍ୟୁର କାରଣ ହୃଦଘାତ (Heart Attack) ବୋଲି କୁହାଯାଉଛି । କିନ୍ତୁ କେବଳ କେକେ ନୁହଁନ୍ତି ବରଂ ନିକଟ ଅତୀତରେ ଏପରି ଅନେକ ସେଲିବ୍ରିଟି ଅଛନ୍ତି, ଯାହାଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି ।

1/6

Bollywood Celebrities Heart Attack Death: ଲୋକପ୍ରିୟ ଗାୟକ କେକେ (Bollywood Singer KK) ଙ୍କ ନିଧନ ଯୋଗୁଁ ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି । ଲୋକମାନଙ୍କୁ ବିଶ୍ୱାସ ହେଉନାହିଁ ଯେ କେକେ ଆଉ ସେମାନଙ୍କ ମଝିରେ ନାହାଁନ୍ତି । ମଙ୍ଗଳବାର ୫୩ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । କେକେଙ୍କ ମୃତ୍ୟୁର କାରଣ ହୃଦଘାତ (Heart Attack) ବୋଲି କୁହାଯାଉଛି । କିନ୍ତୁ କେବଳ କେକେ ନୁହଁନ୍ତି ବରଂ ନିକଟ ଅତୀତରେ ଏପରି ଅନେକ ସେଲିବ୍ରିଟି ଅଛନ୍ତି, ଯାହାଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି ।

ସିଦ୍ଧାର୍ଥ ଶୁକ୍ଲା (Sidharth Shukla)

2/6
ସିଦ୍ଧାର୍ଥ ଶୁକ୍ଲା (Sidharth Shukla)

୨୦୨୧ରେ ଲୋକପ୍ରିୟ ଟିଭି ଧାରାବାହିକ ବାଲିକା ବଧୁ ଓ ରିୟଲିଟି ଶୋ' ବିଗ୍ ବସ୍ ୧୩ର ବିଜେତା ଅଭିନେତା ସିଦ୍ଧାର୍ଥ ଶୁକ୍ଲା (Sidharth Shukla) ଙ୍କର ହୃଦ୍‌ଘାତ ଯୋଗୁଁ ୨ ସେପ୍ଟେମ୍ବର ୨୦୨୧ରେ ହଠାତ୍ ଦେହାନ୍ତ ହୋଇଥିଲା ।

ରାଜୀବ କପୁର (Rajiv Kapoor)

3/6
ରାଜୀବ କପୁର (Rajiv Kapoor)

ରାଜୀବ କପୁର ବଲିଉଡ ଜଗତର ସବୁଠାରୁ ଲୋକପ୍ରିୟ ତଥା କପୁର ପରିବାରର ସାନପୁଅ ରାଜୀବ କପୁରଙ୍କ ନିଧନ ମଧ୍ୟ ୫୮ ବର୍ଷ ବୟସରେ ହୃଦଘାତରେ ହୋଇଥିଲା । ରାଜୀବ କପୁର ୯ ଫେବୃଆରୀ ୨୦୨୧ରେ ଦୁନିଆରୁ ବିଦାୟ ନେଇଥିଲେ ।

ଅମିତ ମିସ୍ତ୍ରୀ (Amit Mistry)

4/6
ଅମିତ ମିସ୍ତ୍ରୀ (Amit Mistry)

ଅମିତ ମିସ୍ତ୍ରୀ ଟିଭି, ଥିଏଟର ଏବଂ ବଲିଉଡର ଜଣେ ଜଣାଶୁଣା ଚେହେରା । ଅଭିନେତା ଅମିତ ମିସ୍ତ୍ରୀ ମଧ୍ୟ ୪୭ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ ।

ରାଜ କୌଶଲ (Raj Kaushal)

5/6
ରାଜ କୌଶଲ (Raj Kaushal)

ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ରାଜ କୌଶଲଙ୍କ ହୃଦଘାତ ଯୋଗୁଁ ୩୦ ଜୁନ ୨୦୨୧ରେ ନିଧନ ହୋଇଯାଇଥିଲା । ସେ ମୁମ୍ବାଇରେ ୫୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁ ଲୋକଙ୍କୁ ଚକିତ କରିଦେଇଥିଲା ।

ଏହା ବି ପଢ଼ନ୍ତୁ:-ହୃଦଘାତ ନା ଅପ୍ରାକୃତିକ ମୃତ୍ୟୁ? ଲାଇଭ୍ କନ୍ସର୍ଟ ପରେ କେକେଙ୍କ ମୃତ୍ୟୁକୁ ନେଇ ଉଠିଛି ଏହି ୫ଟି ବଡ଼ ପ୍ରଶ୍ନ

ଏହା ବି ପଢ଼ନ୍ତୁ:-ରାଜ୍ୟ ସଭା ନିର୍ବାଚନ ପରେ ସଚିନଙ୍କୁ ମିଳିବ ରାଜସ୍ଥାନର କମାଣ!

ଅଧିକ ପଢ଼ନ୍ତୁ:-ରାଜ୍ୟ ସଭା ନିର୍ବାଚନ: କଂଗ୍ରେସକୁ କ୍ରସ୍ ଭୋଟିଂର ଡର, ଦଳ ନେଲା ଏହି ବଡ଼ ପଦକ୍ଷେପ

ପୁନିତ ରାଜକୁମାର (Puneeth Rajkumar)

6/6
ପୁନିତ ରାଜକୁମାର (Puneeth Rajkumar)

ପୁନିତ ରାଜକୁମାର କନ୍ନଡ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ଥିଲେ । ପୁଣିତ ରାଜକୁମାରଙ୍କ ଗତ ବର୍ଷ ୪୦ ବର୍ଷ ବୟସରେ ହୃଦଘାତ ଯୋଗୁଁ ଦେହାନ୍ତ ହୋଇଥିଲା ।