Advertisement
Photo Details/zeeodisha/odisha1563259
photoDetails0hindi

Actress Expensive Wedding Outfit: ବିବାହ ଲେହେଙ୍ଗା ପାଇଁ ଲକ୍ଷ ଲକ୍ଷ ଟଙ୍କା ଉଡେଇଛନ୍ତି ଏହି ବଲିଉଡ ଅଭିନେତ୍ରୀ

Actress Expensive Wedding Outfit: ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ କିୟାରା ଡଭାନୀ ଓ ସିଦ୍ଧାର୍ଥ ମଲୋହୋତ୍ରା । ଯାହା ବାଦ୍ ଏହି ଦୁଇ ଲଭବାର୍ଡଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି। ତେବେ କିୟାରା ଆଡଭାନୀଙ୍କ ବିବାହର ଫଟୋ ଭାଇରାଲ ହେବା ପରେ ତାଙ୍କ ବିବାହ ଲୁକ୍ ବିଷୟରେ ଖୁବ ଆଲୋଚନା ହେଉଛି । ଉଲ୍ଲେଖଥାଉ କି, କିୟାରାଙ୍କ ଲେହେଙ୍ଗାକୁ ନେଇ ବେଶ ଚର୍ଚ୍ଚା ହେଉଥିବା ବେଳେ ଏହାପୂର୍ବରୁ ମଧ୍ୟ ବଲିଉଡ ଅଭିନେତ୍ରୀଙ୍କ ବିବାହ ଲୁକକୁ ନେଇ ଖୁବ ଆଲୋଚନା କରାଯାଇଛି। ଏହାର ଅର୍ଥ ହେଉଛି ନିଜ ବିବାହ ଦିନକୁ ସ୍ପେଶାଲ କରିବା ପାଇଁ ଅଭିନେତ୍ରୀ ମାନେ ଲକ୍ଷ ଲକ୍ଷ ଟଙ୍କା କେବଳ ଲେହେଙ୍ଗା ପାଇଁ ପାଣି ପରି ଖର୍ଚ୍ଚ କରିଛନ୍ତି।

Aishwarya Rai

1/5
Aishwarya Rai

ବଲିଉଡରେ ଏପର୍ଯ୍ୟନ୍ତ ସବୁଠୁ ଦାମୀ ବିବାହ ପୋଷାକ ପିନ୍ଧିଥିବା ଅଭିନେତ୍ରୀ ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଯିଏକି ବିଶ୍ୱ ସୁନ୍ଦରୀ ଟାଇଟଲ୍ ମଧ୍ୟ ଜିତିଛନ୍ତି। ଐଶ୍ୱର୍ଯ୍ୟା ତାଙ୍କ ବିବାହରେ ଏକ ଗୋଲ୍ଡେନ ଶାଢୀ ପିନ୍ଧିଥିବା ଅପସରା ଠାରୁ କମ୍ ଦେଖାଯାଉ ନଥିଲେ ଏବଂ ସୁନା ତାରରେ ନିର୍ମିତ ଏହି ଶାଢୀର ମୂଲ୍ୟ ୭୫ ଲକ୍ଷ ପର୍ଯ୍ୟନ୍ତ ହେବ ବୋଲି କୁହାଯାଉଛି।

Sonam Kapoor

2/5
Sonam Kapoor

ଅଭିନେତ୍ରୀ ସୋନମ କପୁର ବ୍ୟବସାୟୀ ଆନନ୍ଦ ଅହୁଜାଙ୍କୁ ତାଙ୍କ ଜୀବନ ସାଥୀ ଭାବରେ ବାଛିଛନ୍ତି। ଯେଉଁ ବିବାହ ବଲିଉଡର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟରୁ ଅନ୍ୟତମ । ସୋନମ କପୁର ଏକ ଲାଲ ରଙ୍ଗର ଶାଢୀ ରେ ବହୁତ ସୁନ୍ଦର ଦେଖାଯାଉଥିଲେ ଏବଂ ତାଙ୍କ ଲେହେଙ୍ଗା ଅନୁରାଧା ୱକିଲଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିଲା । ଯାହାର ମୂଲ୍ୟ ୭୦ ରୁ ୮୦ ଲକ୍ଷ ବୋଲି କୁହାଯାଉଛି।

Shilpa Shetty

3/5
Shilpa Shetty

ଯେତେବେଳେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବିବାହ କରିଥିଲେ ।  ସେତେବେଳେ ସେ ତରୁଣ ତେହଲାନୀଙ୍କ ଦ୍ୱାରା ଏକ ଡିଜାଇନର୍ ଶାଢୀ ପିନ୍ଧିଥିଲେ । ଯେଉଁଥିରେ ସୁନାତାର କାମ କରାଯାଇଥିଲା । ଏହି ଶାଢୀରେ କ୍ରିଷ୍ଟାଲ୍ ଲଗାଯାଇଥିଲା ଏବଂ ଏହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ଥିଲା 

Kareena Kapoor

4/5
Kareena Kapoor

ବଲିଉଡର ବେବୋ ବେବୋ ଯଥା କରୀନା କପୁର ନିଜ ବିବାହରେ ଶାଶୂ ଶର୍ମିଲା ଟାଗୋରଙ୍କ ଲେହେଙ୍ଗା ପିନ୍ଧିଥିଲେ। କିନ୍ତୁ ରିସେପ୍ସନରେ ସେ ମନୀଷ ମଲହୋତ୍ରାଙ୍କ ଡିଜାଇନର୍ ଲେହେଙ୍ଗା ପିନ୍ଧି ନିଜ ଲୁକ୍ ସହିତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ। ଏହି ଲେହେଙ୍ଗାର ମୂଲ୍ୟ ୫୦ ଲକ୍ଷ ଟଙ୍କା ବୋଲି ଚର୍ଚ୍ଚା ହୁଏ।  

Anushka Sharma

5/5
Anushka Sharma

ଇଟାଲୀରେ ବିରାଟ କୋହଲି ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସିକ୍ରେଟ ମ୍ୟାରେଜ କରିଥିଲେ । ସେହି ବିବାହରେ ବହୁତ ସୁନ୍ଦର ଡିଜାଇନର୍ ଲେହେଙ୍ଗା ପିନ୍ଧିଥିଲେ ଅନୁଷ୍କା । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ସବ୍ୟାସାଚୀ ତାଙ୍କ ଲେହେଙ୍ଗା ଡିଜାଇନ୍ କରିଥିଲେ, ଯାହାର ମୂଲ୍ୟ ୩୦ ଲକ୍ଷ ପର୍ଯ୍ୟନ୍ତ ହେବ ବୋଲି କୁହାଯାଏ।