Valentine's Day 2023: ପ୍ରେମ ସପ୍ତାହ ଆରମ୍ଭ ହୋଇଛି । ତେବେ, ଏହି ଭାଲେଣ୍ଟାଇନ୍ସ ଓ୍ବିକରେ ଆପଣ ନିଜ ପାର୍ଟନରଙ୍କୁ ରୋମାଣ୍ଟିକ୍ ସ୍ଥାନକୁ ବୁଲାଇବାକୁ ନେଇ ପାରିବେ। ତେବେ,ନଜର ପକାନ୍ତୁ ଦୁନିଆର ଏହି ୫ଟି ରୋମାଣ୍ଟିକ ସହର ଉପରେ।
ଫ୍ରାନ୍ସର ପ୍ୟାରିସ୍ ସହର ପ୍ରେମୀ ଯୁଗଳଙ୍କ ପାଇଁ ଏହି ସ୍ଥାନଟି ବହୁତ୍ ଖାସ୍ । ଏହାକୁ 'ଲଭ୍ ସିଟି'ବୋଲି କୁହାଯାଏ । ପ୍ୟାରିସରେ ଆପଣଙ୍କୁ ପ୍ରତି ହୋଟେଲରେ ସୁଲଭ ଦରରରେ ପ୍ରତି ହୋଟେଲରେ କ୍ୟାଣ୍ତେଲ ଲାଇଟ ଡିନର ମିଳି ପାରିବ । ଏବଂ ଆପଣ ନିଜ ପାର୍ଟନରଙ୍କ ସହ (Eiffel Tower) ବୁଲି ପାରିବେ। ଯେଉଁଠାରୁ ଆପଣ ସହରର ସୁନ୍ଦର ଦୃଶ୍ୟ ଦେଖିବାକୁ ପାଇବେ। ଏପରିକି ସହରରେ ବହୁତ ଗୁଡିଏ ରୋମାଣ୍ଟିକ୍ ସ୍ଥାନ ମଧ୍ୟ ରହିଛି।
ସେହିପରି ଆଉ ଏକ ସୁନ୍ଦର ସ୍ଥାନ ହେଉଛି ଇଟାଲୀରେ ଭେନିସ୍ ସହର । ଏହି ସହର ବହୁତ ସୁନ୍ଦର। କେନାଲ ଉପରେ ନିର୍ମିତ ଘର ଗୁଡିକ ରହିଛି । ଘରର ଚାରିପଟେ ନୀଳ ଜଳ ରାଶି ରହିଛି । ଯାହାକି ପ୍ରେମୀ ଯୁଗଳଙ୍କ ପାଇଁ ଏକ ରୋମାଣ୍ଟିକ ସ୍ଥାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ,ଏହି କାରଣରୁ ଭେନିସ୍ କପଲଙ୍କ ଡ୍ରିମ୍ ପ୍ଲେସ ବୋଲି କୁହାଯାଏ ।
ଭ୍ୟାକେସନରେ ଅଧିକାଂଶ ଲବବାର୍ଡ ଇଟାଲୀର ରୋମ ସହରକୁ ଯାଆନ୍ତି। କେବଳ ଏହି ସହର ଐତିହାସିକ ସ୍ଥାନ ପାଇଁ ପ୍ରସିଦ୍ଧି ନୁହେଁ, ସୁନ୍ଦର ଅଟ୍ଟାଳିକା ଠାରୁ ଆରମ୍ଭ କରି ବଡ ବଡ କାଫେ ଏବଂ ଖାଦ୍ୟ ଆପଣଙ୍କ ଯାତ୍ରାକୁ ଅଧିକ ସ୍ପେଶାଲ କରିଥାଏ । ଆପଣ ଏଠାରେ ଥିବା ସୁନ୍ଦର ବଗିଚାରେ ବୁଲାବୁଲି କରି ଐତିହାସିକ ଅଟ୍ଟାଳିକା ପରିଦର୍ଶନ କରିପାରିବେ।
ସେହିପରି ଆଉ ଏକ ରୋମାଣ୍ଟିକ୍ ସ୍ଥାନ ହେଉଛି ଗ୍ରୀସର ସାଣ୍ଟୋରିନି ସହର। ସୁନ୍ଦର ଧଳା ଘର ଏବଂ କୋଠା, ବେଳାଭୂମି ସାଙ୍ଗକୁ ନୀଳ ଜଳରାଶି ଲୋକଙ୍କ ମନ କିଣେ। ସୂର୍ଯ୍ୟ ଅସ୍ତ ହେବା ସମୟ ଏଠାରେ ବିତାଇବା ରୋମାଣ୍ଟିକ୍ ହୋଇଥାଏ । ଏଗାନ୍ ସମୁଦ୍ର(Aegean Sea)କୁ ଦେଖିବାବେଳେ ଆପଣ ଗ୍ରୀକ୍ ଖାଦ୍ୟର ମଜା ମଧ୍ୟ ନେଇପାରିବେ।
ଯଦି ଆପଣ ଏକ ବିଦେଶୀ ସ୍ଥାନକୁ ଯିବାକୁ ଚାହାଁନ୍ତି,ତେବେ ଇଣ୍ଡୋନେସିଆର ବାଲି ସହର ଏକ ଅତି ସୁନ୍ଦର ରୋମାଣ୍ଟିକ ସ୍ଥାନ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସ୍ଥାନଟି ବହୁତ୍ ଖାସ୍ । ସମୁଦ୍ର କୂଳରେ ଆରାମ କରିବା ସହ ଆପଣ ଏଠାରେ କ୍ରୁଜରେ ଏକ ରୋମାଣ୍ଟିକ କ୍ୟାଣ୍ତେଲ ଲାଇଟ୍ ଡିନର ମଧ୍ୟ କରିପାରିବେ ।
ट्रेन्डिंग फोटोज़