ପୂର୍ବରୁ ହଜାର ହଜାର ସଂଖ୍ୟା ରେ କୁକୁଡ଼ା ମରିଯିବା ଫଳରେ ଆନିମଲ ଡ଼ିଜିଜ ରିସର୍ଚ୍ଚ ସେଂଟର ପକ୍ଷରୁ କୁକୁଡ଼ାର ରକ୍ତ ମଳ ମୁତ୍ର କଫ ସଂଗ୍ରହ କରିବା ସହିତ ମଲା କୁକୁଡ଼ାକୁ ସାଥିରେ ନେଇ ଏହାକୁ ପରୀକ୍ଷା କରାଯିବା ପାଇଁ ଭେଲୋର ପରୀକ୍ଷା ପାଇଁ ପଠାଯାଇଥିଲା ।
ତେବେ ଏହି ନମୁନାରୁ ପଜିଟିଭ୍ ଆସିଥିବା ବେଳେ ଏହା ବାର୍ଡ଼ଫ୍ଲୁ ବୋଲି ଜଣାପଡ଼ିଛି । ଯାହାକୁ ନେଇ ଆଜି ପିପିଲି ର ବିଭିନ୍ନ କୁକୁଡ଼ା ଫାର୍ମରେ କୁକୁଡ଼ା ମାରିବା ପୂର୍ବରୁ ପିପିଲି ଦୁର୍ଗାଦାସ ପୁରରେ ଭେଟେନାରି ଟିମର ପ୍ରସ୍ତୁତି ବୈଠକ ବସିଛି ।
କୁକୁଡ଼ା ମାରିବା ପାଇଁ ୫୪ ଜଣ ଆସିଥିବା ରାଜ୍ୟ ର ବିଭିନ୍ନ ଜିଲ୍ଲାର ଭେଟେନାରୀ ଷ୍ଟାଫ ଙ୍କ ରକ୍ତ ନମୁନା ସଂଗ୍ରହ କରିଛି ସ୍ୱାସ୍ଥ୍ୟ ବିଭାଗ । କୁକୁଡ଼ା ମାରିବା ପୂର୍ବରୁ କିଭଳି ରହିବେ ସଜାଗ ସେଥିପାଇଁ ପିପିଲି ମଙ୍ଗଳପୁରୁ ଠାରେ ଦିଆଯାଇଛି ପ୍ରଶିକ୍ଷଣ ।
ହେଲେ କୁକୁଡା ଚାଷ କରିଥିବା ଚାଷୀ କୁକୁଡା ମାରିବାକୁ ଦେବାକୁ ଅମଙ୍ଗ ହୋଇଛନ୍ତି । କାରଣ ଲୋନ କରି ଧାର ଉଧାର କରି ଚାଷ କରିଥିବାରୁ କ୍ଷତିପୂରଣ ନଦେବା ଯାଏଁ କୁକୁଡା ମାରିବାକୁ ମନା କରିଛନ୍ତି କୁକୁଡ଼ା ଚାଷୀ
ट्रेन्डिंग फोटोज़