Advertisement
photoDetails0hindi

Babar Azam 50th Century: ୫୦ଟି ଶତକ ଲଗାଇ ସାରିଲେଣି ବାବର ଆଜମ, ଦେଖନ୍ତୁ କ'ଣ ରହିଛି ବିରାଟ କୋହଲି-ରୋହିତ ଶର୍ମା ସ୍ଥିତି

Babar Azam 50th Century: ପାକିସ୍ତାନ ଅଧିନାୟକ ବାବର ଆଜମ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି । ସେ ଲଙ୍କା ପ୍ରିମିୟର ଲିଗର ଏକ ମ୍ୟାଚରେ ଶତକ ହାସଲ କରିଥିଲେ । ଏହା ଥିଲା ତାଙ୍କର ଟି-୨୦ କ୍ୟାରିୟରର ଦଶମ ଶତକ । ସେ ଏପର୍ଯ୍ୟନ୍ତ ସମସ୍ତ ତିନୋଟି ଫର୍ମାଟରେ ୫୦ଟି ଶତକ ହାସଲ କରି ସାରିଛନ୍ତି ।

 

1/6

Babar Azam records: ୨୮ ବର୍ଷୀୟ ବାବର ଆଜମ ଗାଲ ଟାଇଟାନ୍ସ ବିପକ୍ଷରେ ୫୯ ବଲରୁ ୧୦୪ ରନ କରି ଏକ ଇନିଂସ ଖେଳିଥିଲେ । ସେ ଏହି ଇନିଂସରେ ୮ଟି ଚୌକା ଓ ୫ଟି ଛକା ମାରିଥିଲେ । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୭୬ ଥିଲା । କ୍ରିସ୍ ଗେଲଙ୍କ ପରେ ସେ ପ୍ରଥମ କ୍ରିକେଟର ଯିଏକି ଟି-୨୦ କ୍ରିକେଟରେ ୧୦ କିମ୍ବା ଏହାଠାରୁ ଅଧିକ ଶତକ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ୍‌ କ୍ରିସ୍ ଗେଲ୍ ମଧ୍ୟ ଟି-୨୦ ରେ ସର୍ବାଧିକ ୨୨ଟି ଶତକ ହାସଲ କରିଛନ୍ତି । (Photo Courtesy: Social Media)

 

2/6

୨୮ ବର୍ଷୀୟ ବାବର ଆଜମ ଗାଲ ଟାଇଟାନ୍ସ ବିପକ୍ଷରେ ୫୯ ବଲରୁ ୧୦୪ ରନ କରି ଏକ ଇନିଂସ ଖେଳିଥିଲେ । ସେ ଏହି ଇନିଂସରେ ୮ଟି ଚୌକା ଓ ୫ଟି ଛକା ମାରିଥିଲେ । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୭୬ ଥିଲା । କ୍ରିସ୍ ଗେଲଙ୍କ ପରେ ସେ ପ୍ରଥମ କ୍ରିକେଟର ଯିଏକି ଟି-୨୦ କ୍ରିକେଟରେ ୧୦ କିମ୍ବା ଏହାଠାରୁ ଅଧିକ ଶତକ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ୍‌ କ୍ରିସ୍ ଗେଲ୍ ମଧ୍ୟ ଟି-୨୦ ରେ ସର୍ବାଧିକ ୨୨ଟି ଶତକ ହାସଲ କରିଛନ୍ତି ।

 

3/6

୧୦ଟି ଶତକ ଓ ୭୭ଟି ଅର୍ଦ୍ଧଶତକ ସହାୟତାରେ ବାବର ଆଜାମ ଟି-୨୦ ରେ ୯୪୧୨ ରନ୍ ସଂଗ୍ରହ କରିଛନ୍ତି । ଏହା ବ୍ୟତୀତ ସେ ୨୮ ଶତକ ଓ ୪୪ଟ୍ ଅର୍ଦ୍ଧଶତକ ଆଧାରରେ ଲିଷ୍ଟ-ଏ କ୍ରିକେଟ୍ ର ୧୬୪ ମ୍ୟାଚରେ ୮୦୦୫ ରନ୍ ସଂଗ୍ରହ କରିଛନ୍ତି । ଏହା ବ୍ୟତୀତ ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ବାବର ୮୫ଟି ମ୍ୟାଚରେ ୧୪୨ ଇନିଂସରେ ୫୭୮୪ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ସେ ୧୨ଟି ଶତକ ଓ ୩୮ ଅର୍ଦ୍ଧଶତକ ହାସଲ କରିଛନ୍ତି ।

 

4/6

ବର୍ତ୍ତମାନ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ (Virat Kohli) ବିଷୟରେ କହିବାକୁ ଗଲେ ସେ ମୋଟ ଟି-୨୦ ରେ ୮ଟି ଶତକ ହାସଲ କରିଛନ୍ତି । ଅର୍ଥାତ୍ ଏହି ପ୍ରସଙ୍ଗରେ ବାବର ଆଜାମ ତାଙ୍କଠାରୁ ବହୁତ ଆଗରେ ଅଛନ୍ତି । କୋହଲି ଲିଷ୍ଟ-ଏ କ୍ରିକେଟରେ ୫୦ଟି ଶତକଓବଂ ପ୍ରଥମ ଶ୍ରେଣୀ କ୍ରିକେଟରେ ୩୬ଟି ଶତକ ହାସଲ କରିଛନ୍ତି । ଅର୍ଥାତ୍ ତାଙ୍କ ନାମରେ ୯୪ଟି ଶତକ ଅଛି । ଏଠାରେ ପହଞ୍ଚିବା ପାଇଁ ପାକିସ୍ତାନର ଅଧିନାୟକ ବାବରଙ୍କୁ ଯଦିଓ କଠିନ ପରିଶ୍ରମ କରିବାକୁ ପଡିବ ।

 

5/6

ଆମେ ଯଦି ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ (Rohit sharma) ରେକର୍ଡକୁ ଦେଖିବା, ତେବେ ସେ ମୋଟ ଟି-୨୦ ରେ ୬ଟି ଶତକ ହାସଲ କରିଛନ୍ତି । ସେ ମଧ୍ୟ ବାବର ଆଜମଙ୍କର ବହୁ ପଛରେ ରହିଯାଇଛନ୍ତି । ରୋହିତ ଲିଷ୍ଟ-ଏ କ୍ରିକେଟରେ ୩୩ଟି ଶତକ ଓ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୭ଟି ଶତକ ହାସଲ କରିଛନ୍ତି । ଅର୍ଥାତ୍ ତାଙ୍କ ନାମରେ ସମୁଦାୟ ୬୬ଟି ଶତକ ରହିଛି ।

 

6/6

ବାବର ଆଜାମ ୨୦୨୩ ମସିହାରେ ଟି-୨୦ ଫର୍ମାଟରେ ଏପର୍ଯ୍ୟନ୍ତ ୩ଟ ଶତକ ହାସଲ କରିଛନ୍ତି । ଲଙ୍କା ପ୍ରିମିୟର ଲିଗ୍ ପୂର୍ବରୁ ସେ ପାକିସ୍ତାନ ସୁପର ଲିଗ୍ ଓ ଆନ୍ତର୍ଜାତୀୟ କ୍ରିକେଟ୍ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ଶତକ ଲଗାଇଥିଲେ । ସେ ୨୦୧୯ ରେ ୩ଟି ​​ଶତକ, ୨୦୨୦ ରେ ଗୋଟିଏ, ୨୦୨୧ ରେ ୨ଟି ଓ ୨୦୨୨ ରେ ଗୋଟିଏ ଶତକ ଲଗାଇ ସାରିଛନ୍ତି ।