Advertisement
photoDetails0hindi

AUS vs IND: କେ.ଏଲ୍ ରାହୁଲ ନଷ୍ଟ କରିଦେଲେ ନିଜ କ୍ୟାରିଅର, ବିସିସିଆଇ ନେଲା ଏହି ବଡ଼ ଆକ୍ସନ୍

AUS vs IND: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ୪ ମ୍ୟାଚ୍ ଟେଷ୍ଟ ସିରିଜ୍ ଟିମ୍ ଇଣ୍ଡିଆର (Team India) ଓପନର୍ କେ.ଏଲ୍ ରାହୁଲଙ୍କ (KL Rahul) ଶେଷ ଟେଷ୍ଟ ସିରିଜ୍ ହୋଇପାରେ । କ୍ୟାପଟେନ ରୋହିତ ଶର୍ମା (Rohit Sharma) ଓ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ଏହି ଓପନରଙ୍କୁ ଅନେକ ସୁଯୋଗ ଦେଇଥିଲେ, କିନ୍ତୁ ସେ ଅନେକ ଇନିଂସରେ ରନ୍ ସ୍କୋର କରିବାରେ ବିଫଳ ହୋଇଥିଲେ । ଏବେ ବିସିସିଆଇ (BCCI) ତାଙ୍କ ବିରୋଧରେ ଏକ ବଡ ପଦକ୍ଷେପ ନେଇଛି । ବର୍ତ୍ତମାନ ତାଙ୍କୁ ଟେଷ୍ଟ ଦଳର ଉପ-ଅଧିନାୟକ (vice captain) ପଦରୁ ହଟାଇ ଦିଆଯାଇଛି ।

 

1/5

2/5

ଭାରତୀୟ ଦଳର ଓପନର୍ କେ.ଏଲ୍ ରାହୁଲଙ୍କ ଟେଷ୍ଟ କ୍ୟାରିୟର ବର୍ତ୍ତମାନ ସଙ୍କଟରେ ପଡିଛି । ଦକ୍ଷିଣ ଆଫ୍ରିକା ସିରିଜରେ ଶେଷ ଥର ପାଇଁ ଅର୍ଦ୍ଧଶତକ ହାସଲ କରିବା ପରେ ତାଙ୍କୁ ବର୍ତ୍ତମାନ କ୍ରମାଗତ ବିଫଳତାର ସ୍ୱାଦ ଚାଖିବାକୁ ପଡିଛି । ବାଂଲାଦେଶ ଗସ୍ତରେ ଅଧୀନୟକ ଥିବା ରାହୁଲ, ବର୍ତ୍ତମାନ ଦଳର ଉପ-ଅଧିନାୟକ ମଧ୍ୟ ନୁହଁନ୍ତି ।

3/5

ନାଗପୁରରେ ଫ୍ଲପ୍ ସୋ ଓ ପରେ ଦିଲ୍ଲୀ ଟେଷ୍ଟ ପରେ ମଧ୍ୟ କୋଚ୍ ରାହୁଲଙ୍କୁ କୋଚ୍ ରାହୁଲ ଦ୍ରାବିଡ ଓ ଅଧିନାୟକ ରୋହିତ ଶର୍ମା ସୁଯୋଗ ଦେଇଥିଲେ । ଏହି ଦୁଇଟି ଟେଷ୍ଟରେ ରନ୍ ତାଙ୍କ ବ୍ୟାଟରୁ ବାହାରି ନଥିଲା । ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ୨୦ ରନ୍, ଦିଲ୍ଲୀ ଟେଷ୍ଟର ପ୍ରଥମ ଇନିଂସରେ ୧୭ ରନ୍ କରିଥିବା ରାହୁଲ, ସେ ଦ୍ୱିତୀୟ ଇନିଂସରେ ୧ ରନ୍ ସ୍କୋର କରିବା ପରେ ଆଉଟ ହୋଇ ଯାଇଥିଲେ । ଏଭଳି ପ୍ରଦର୍ଶନକୁ ନେଇ ବିସିସିଆଇ ବହୁତ ନିରାଶ ହୋଇଛି । ଖରାପ ଫର୍ମ ପରେ ନିରନ୍ତର ସୁଯୋଗକୁ ହାତଛଡ଼ା କରିବା ପରେ ବୋର୍ଡ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓ ବର୍ତ୍ତମାନ ସେ ଦଳରୁ ବାଦ ପଡ଼ିବାକୁ ଯାଉଛନ୍ତି ।

4/5

ଭାରତୀୟ ଦଳରେ ଟପ୍ ଫର୍ମରେ ଚାଲୁଥିବା ଶୁବମନ ଗିଲ ଓପନର୍ ଭାବରେ ତାଙ୍କ ପର୍ଯ୍ୟାୟକୁ ଅପେକ୍ଷା କରିଛନ୍ତି । ନିକଟରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ODI ସିରିଜରେ ଏକ ଦ୍ୱିଶତକ ହାସଲ କରିଥିଲେ ଓ ପରେ ଟି -୨୦ ରେ ତୋଫାନି ପାରି ଖେଳିଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ଇନ୍ଦୋରରେ ଖେଳାଯିବାକୁ ଥିବା ପରବର୍ତ୍ତୀ ଟେଷ୍ଟରେ ତାଙ୍କୁ କେ.ଏଲ୍ ରାହୁଲଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ ।

5/5

କେ.ଏଲ୍ ରାହୁଲଙ୍କ ପୂର୍ବରୁ ଅଜିଙ୍କ୍ୟ ରାହାଣେଙ୍କ ସହ ସମାନ ଘଟଣା ଘଟିଥିଲା । ଲଗାତାର ଫ୍ଲପ୍ ଯୋଗୁଁ ତାଙ୍କୁ ବିସିସିଆଇ ଦ୍ୱାରା ତାଙ୍କୁ ଉପ-ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା । ଏହା ପରେ ସେ ଗତ ବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଦଳରୁ ବାଦ ପଡିଥିଲେ ।