Advertisement
Photo Details/zeeodisha/odisha1566484
photoDetails0hindi

Astro Tips: କାଳୀ ବିଲେଇ ଦେଖିବା ଶୁଭ ନା ଅଶୁଭ? କାଳୀ ବିଲେଇ ଦେଖିବା ଦ୍ୱାରା ମିଳିଥାଏ ଅନେକ ସଙ୍କେତ

Religious Beliefs on Black Cat: କାଳୀ ବିଲେଇକୁ ନେଇ ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ରହିଛି। କେତେକ କ୍ଷେତ୍ରରେ କାଳୀ ବିଲେଇ ଦେଖିବା ଶୁଭ ହୋଇଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ଅଶୁଭ ହୋଇଥାଏ।

1/5

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଘରେ ବାରମ୍ବାର ବିଲେଇ ଆସିବା ଯଦିଓ ଅଶୁଭ ବୋଲି ଗ୍ରହଣ କରାଯାଏ। ହେଲେ ଶକୁନ୍ ଶାସ୍ତ୍ର ବିଲେଇ ଖାସ କରି  କଳା ରଙ୍ଗର ବିଲେଇ ସହିତ ଜଡିତ ଅନେକ ଶୁଭ ଏବଂ ଅଶୁଭ ସଙ୍କେତ ସମ୍ପର୍କରେ ସଙ୍କେତ ଦିଆଯାଇଛି। ଯଦି କୌଣସି ସ୍ଥାନକୁ ଯିବାବେଳେ ଯଦି କାଳୀ ବିଲେଇ ବାମ ପାର୍ଶ୍ୱରୁ ଡାହାଣ ପାର୍ଶ୍ୱକୁ ରାସ୍ତା ଅତିକ୍ରମ କରେ, ତାହେଲେ ଏହାକୁ ଅଶୁଭ ଭାବେ ଭାବେ ବିବେଚନା କରାଯାଏ। ଏହା ବ୍ୟତୀତ ଯଦି ବିଲେଇ ଘରର କୌଣସି ସ୍ଥାନରେ ପରିସ୍ରା କରେ, ତାହେଲେ ଏହା କୌଣସି ଅଘଟଣ ଘଟିବାର ସଙ୍କେତ ଦେଇଥାଏ। 

 

2/5

ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ କାଳୀ ବିଲେଇ ଦେଖନ୍ତି, ତାହେଲେ ଏହାର ଅର୍ଥ ହେଉଛି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଭବିଷ୍ୟତରେ କୌଣସି ବଡ଼ ଧରଣର କ୍ଷତି ସହିବାକୁ ଯାଉଛନ୍ତି। ଏହା ସହିତ ସ୍ୱପ୍ନରେ କାଳୀ ବିଲେଇ ସ୍ୱପ୍ନ ଦେଖିବା କେତେକ କ୍ଷେତ୍ରରେ ଆର୍ଥିକ ଉନ୍ନତିର ସଙ୍କେତ ଦେଇଥାଏ। 

3/5

ଯଦି ଆପଣ ସକାଳ ସମୟରେ କାଳୀ ବିଲେଇ ଦେଖନ୍ତି, ତାହେଲେ ଏହାର ଅର୍ଥ ହେଉଛି ଅତିଥି ଆପଣଙ୍କ ଘରକୁ ଆସୁଛନ୍ତି କିମ୍ବା ଆପଣ ଆପଣଙ୍କର କୌଣସି ପୁରୁଣା ବନ୍ଧୁଙ୍କୁ ଭେଟିବାକୁ ଯାଉଛନ୍ତି। 

4/5

ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ଏକ କାଳୀ ବିଲେଇ ନିଜ ଉପରେ କିମ୍ବା ଅନ୍ୟ କାହା ଉପରେ ଆକ୍ରମଣ କରୁଥିବାର ଦେଖନ୍ତି, ତାହେଲେ ଏହାକୁ ଅତ୍ୟନ୍ତ ଖରାପ ସଙ୍କେତ ଭାବେ ବିବେଚନା କରାଯାଏ। ଅନ୍ୟ ପଟେ ଯଦି କାଳୀ ବିଲେଇ ଆପଣଙ୍କ ଘରେ ପଶି ଫେରିଯାଏ, ତାହେଲେ ଏହାକୁ ଶୁଭ ପ୍ରତୀକ ଭାବେ ବିବେଚନା କରାଯାଏ।

5/5

ଯଦି ଆପଣ କାଳୀ ବିଲେଇ ଅନ୍ୟ କାଳୀ ବିଲେଇ ସହିତ ଲଡେଇ ଝଗଡା କରୁଥିବାର ଦେଖଛନ୍ତି, ତାହେଲେ ଏହା ଆପଣଙ୍କ ଘରେ ପାରିବାରିକ ବିବାଦ ଭଳି ଘଟଣା ଘଟିବାର ସଙ୍କେତ ଦେଇଥାଏ। ଯଦି କାଳୀ ବିଲେଇ ଡାହାଣ ପାର୍ଶ୍ୱରେ ଗୋଟିଏ ଦିଗକୁ ଗତି କରୁଥିବା ଦେଖାଯାଏ, ତାହେଲେ ଏହାକୁ ଏକ ଶୁଭ ପ୍ରତୀକ ଭାବେ ବିବେଚନା କରାଯାଏ।