Advertisement
Photo Details/zeeodisha/odisha1751943
photoDetails0hindi

ମାଆଙ୍କ ମୃତ୍ୟୁ ପରେ ଲିପଷ୍ଟିକ୍ ଓ ନେଲପଲିସ ବିକ୍ରି କରୁଥିବା ଏହି ଅଭିନେତା ଜଣଙ୍କ କିଏ ଜାଣଛନ୍ତି କି?

Arshad Warsi: କିଛି କଳାକାରଙ୍କୁ ବଲିଉଡ଼ରେ ଅତି ସହଜରେ କାମ ମିଳିଯାଉଥିବା ବେଳେ ଆଉ କିଛି କଳାକାରଙ୍କୁ ଏଥିଲାଗି ବହୁ ସଂଘର୍ଷ କରିବାକୁ ପଡ଼ିଥାଏ । ବହୁ କଷ୍ଟ ଓ ଅନେକ ସଂଘର୍ଷ ପରେ ସେମାନେ ବନିଥାଆନ୍ତି ପରଦା ଉପରର ସୁପରଷ୍ଟାର । ତେବେ ଆଜି ଆସନ୍ତୁ ସେପରି ଏକ ଅଭିନେତାଙ୍କ ସଂଘର୍ଷମୟ କାହାଣୀ ଉପରେ ଆଲୋଚନା କରିବା ଯିଏ ବହୁ କଷ୍ଟ ପରେ ବଲିଉଡ଼ରେ ନିଜର ପରିଚୟ ତିଆରି କରିପାରିଛନ୍ତି ।

1/6

ବଲିଉଡ଼ର ଜଣେ ନାମକରା ଅଭିନେତା ଭାବେ ବେଶ ଜଣାସୁଣା ଅର୍ଶଦ ୱାର୍ସୀ । କମେଡ଼ିଠାରୁ ଆରମ୍ଭ କରି ତାଙ୍କ ଅଭିନୟକୁ ବେଶ ପସନ୍ଦ କରିଥାଆନ୍ତି ଦର୍ଶକ ।

2/6

ଏକ ସାକ୍ଷାତକାରରେ ଅର୍ଶଦ ନିଜ ସଂଘର୍ଷମୟ କାହାଣୀ ବିଷୟରେ କହିଥିଲେ । ସେ କହିଥିଲେ ଯେ, ‘ମୋତେ ୧୪ ବର୍ଷ ବୟସ ହୋଇଥିବା ବେଳେ ମୁଁ ମାଆ ଓ ବାପାଙ୍କୁ ହରାଇଥିଲି’ ।

3/6

ଏହାପରେ ମୁଁ ୧୦ମ ଶ୍ରେଣୀ ପରେ ପାଠପଢା ଛାଡ଼ ଦେଇଥିଲି । ସେ ସମୟରେ ଟଙ୍କା ପାଇଁ ମୁଁ ଘର ଘର ବୁଲି ଲିପଷ୍ଟିକ ଓ ନେଲପଲିସ ବିକ୍ରି କରୁଥିଲି ।

4/6

ସେଥିରୁ ଯାହା ରୋଜଗାର ହେଉଥିଲା ତାହାକୁ ସଞ୍ଚୟ କରି ମୁଁ ଡ୍ୟାନ୍ସ ଶିଖିଥିଲି । ଡ୍ୟାନ୍ସ  ଶିଖିବା ପରେ ମୁଁ ୨୧ ବର୍ଷ ବୟସରେ ମୋର ଡ୍ୟାନ୍ସ ଷ୍ଟୁଡ଼ିଓ ଖୋଲିଥିଲି ।

5/6

ସେ ସମୟରେ ମୁଁ କୋରିଓଗ୍ରାଫର ଭାବେ ବେଶ ଚର୍ଚ୍ଚିତ ଥିଲି ।  ଏହା ପରେ ମୁଁ ୧୯୯୬ ମସିହାରେ ‘ତେରେ ମେରେ ସପନେ’ ଫିଲ୍ମ ଜରିଆରେ ବଲିଉଡ଼ରେ ପାଦ ଦେଇଥିଲି ।

6/6

୨୦୦୩ ରିଲିଜ ହୋଇଥିବା ‘ମୁନ୍ନା ଭାଇ ଏମ.ବି.ବି.ଏସ’ରେ ସର୍କିଟ ମୋ ଜୀବନର ଟର୍ଣ୍ଣିଂ ପଏଣ୍ଟ ଥିଲା ।