Advertisement
Photo Details/zeeodisha/odisha1790437
photoDetails0hindi

Armaan Malik Birthday: ଜାଣିଛନ୍ତି କି ଗୋଟେ ଗୀତ ପାଇଁ କେତେ କୋଟି ଚାର୍ଜ କରନ୍ତି ଅରମାନ୍?

Armaan Malik Birthday: କଣ୍ଠଶିଳ୍ପୀ ଅରମାନ ମଲିକଙ୍କୁ(Armaan Malik Birthday) କିଏବା ନ ଜାଣେ। ସେ ବଲିଉଡ୍ (Bollywood) ସମେତ କେତେକ ଆଲବମରେ ଗୀତ ଗାଇଛନ୍ତି । ତାଙ୍କ ଗୀତକୁ ଶୁଣିବା ପାଇଁ ଆଜିବି ଲୋକେ ପାଗଳ ପ୍ରାୟ । ଆଜି ତାଙ୍କ ଜନ୍ମଦିନ । ୨୨ ଜୁଲାଇ , ୧୯୯୫ ମସିହାରେ ମୁ୍ମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ ।

1/8

୪ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ଆଉ ଅରମାନ୍ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଗୀତ ଗାଇବା ଆରମ୍ଭ କରିଥିଲେ। ପରେ ସାରେଗାମା ପା ଲିଟିଲ୍ ଚାମ୍ପରେ ଭାଗ ନେଇଥିଲେ। ସୋ ବିଜେତା ହୋଇ ନ ଥିଲେ ମଧ୍ୟ ଟପ୍ ୭ ମଧ୍ୟରେ ସେ ଥିଲେ। ଶୋ ହାଇଥିଲେ ମଧ୍ୟ ତାଙ୍କ ମଧ୍ୟରେ ଗୀତ ଗାଇବାର ଜୋସ୍ କମି ନ ଥିଲା।

 

2/8

କିନ୍ତୁ ସବୁଠାରୁ ବଡ କଥା ହେଉଛି ଯେ,ବଲିଉଡରେ ଡେବ୍ୟୁ କରିବା ତାଙ୍କ ପାଇଁ ଏତେ କଠିନ ନଥିଲା। ଯେତେବେଳେ ସେ ସ୍କୁଲରେ ହଠାତ୍ ସେହି ସମୟରେ ସ୍କୁଲରେ ପହଞ୍ଚିଥିଲେ ଅରମାନଙ୍କ  ମାଆ । ଆଉ ତାଙ୍କ ମାଆଙ୍କ ସାଙ୍ଗରେ ଥିଲେ ସିଙ୍ଗର୍ ବିଶାଲ୍ ଶେଖର । ବିଶାଲ୍ ଶେଖରଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅରମାନ୍ । ଫିଲ୍ମ 'ଭୁତନାଥ୍' ରେ ଏକ ଗୀତ ଗାଇବା ପାଇଁ ଅରମାନଙ୍କୁ କହିଥିଲେ ବିଶାଲ୍ । ଯାହା ଅମିତାଭଙ୍କ ପାଇଁ ଥିଲା। ସେବେଠାରୁ ବଲିଉଡରେ ଗୋଟିଏ ପରେ ଗୋଟିଏ ଅଫର ତାଙ୍କୁ ଅଫଲ ମିଳିବାରେ ଲାଗିଥିଲା। 

3/8

ଯେତେବେଳେ ତାଙ୍କୁ ୧୮ ବର୍ଷ ହୋଇଥିଲା,ସେତେବେଳେ ସେ ପ୍ରଥମ  ଆଲବମରେ ଗୀତ ଗାଇଥିଲେ । ଏହି ଆଲବମର ଗୀତ ସଲମାନ ଖାନଙ୍କୁ ବେଶ ପସନ୍ଦ ଆସିଥିଲା। ପରେ ସଲମାନ ତାଙ୍କୁ ଫିଲ୍ମ 'ଜୟ ହୋ'ରେ ଗୀତ ଗାଇବା ପାଇଁ ଅଫର ଦେଇଥିଲେ। ତେବେ, 'ମେନ୍ ରାହୁନ୍ ୟା ନା ରାହୁନ୍' ଗୀତରୁ ଅରମାନ୍ ରାତାରାତି ଷ୍ଟାର ହୋଇଯାଇଥିଲେ । 

4/8

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ଅରମାନ ମଲ୍ଲିକ୍ ମଧ୍ୟ ଜଣେ ଭଲ ଡବିଂ କଳାକାର ।

 

5/8

 ସେ 'ସ୍ଲୁମଡୋଗ୍ ମିଲିଅନେୟାର'(Slumdog Millionaire) ରେ ସଲିମଙ୍କ ଚରିତ୍ରରେ ସ୍ୱର ଦେଇଥିଲେ। ଏଥି ସହିତ ଅନେକ ଫିଲ୍ମରେ ସେ ସ୍ବର ମଧ୍ୟ ଦେଇଛନ୍ତି।

 

6/8

ଅରମାନ ମଲିକ ଆଜି ବଲିଉଡର ଜଣେ ଆଗଧାଡିର କଣ୍ଠଶିଳ୍ପୀ । ଗୋଟିଏ ଗୀତ ପାଇଁ ସେ ୧୦ରୁ ୩୦ ଲକ୍ଷ ଚାର୍ଜ କରନ୍ତି ।

 

7/8

କେବଳ ସେତିକି ନୁହେଁ, ଅରମାନ ନିକଟରେ ନିଜ ରିଲେସନସିପକୁ ନେଇକି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ସେ ମଡେଲ୍ ତଥା ବ୍ଲଗର ( Aashna Shroff) ଆସନା ସ୍ରଫଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଥିଲା । 

 

8/8

ଯଦି ଆମେ ତାଙ୍କ ମୋଟ ସମ୍ପତ୍ତି ବିଷୟରେ କଥା ହେବା ,ତେବେ ଅରମାନ ୭୪ କୋଟିର ମାଲିକ ଅଟନ୍ତି ।