iPhone Updates: ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ମାସ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । ଏ-ହି ବର୍ଷ ଅର୍ଥାତ୍ ସେପ୍ଟେମ୍ବର ମାସରେ କିଛି ଆଇଫୋନ୍ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଏକ ପୂଜା ଭେଟି ଦେବାକୁ ଯାଉଛି । ପ୍ରଥମେ ଆପଲ୍ ଏହାର ନୂତନ ଆଇଫୋନ୍ ୧୬ ସିରିଜ୍ ଲଞ୍ଚ କଲା ଏବଂ ବର୍ତ୍ତମାନ କମ୍ପାନୀ ଏହାର ସର୍ବଶେଷ ଅପରେଟିଂ ସିଷ୍ଟମ୍ (iOS 18) ମଧ୍ୟ ଲଞ୍ଚ କରିଛି । ଏହି ନୂଆ ଫୋନ୍ ରେ ଅଣରେ ଗୁଡିଏ ଲାଟେଷ୍ଟ ଫିଜର ରହିଛି। ତେବେ, ଆସନ୍ତୁ ଜାଣିବା ଏହି ଫୋନରେ କଣ ସବୁ ଖାସ୍ ସୁବିଧା ରହିଛି।
IOS 18ରେ, ଉପଭୋକ୍ତାମାନେ କଷ୍ଟମ୍ ହୋମ୍ ସ୍କ୍ରିନ୍ ଲେଆଉଟ୍ ଏବଂ ଏକ ନୂଆ କଣ୍ଟ୍ରୋଲ୍ ସେଣ୍ଟର ପାଇବେ । ଫଳରେ ହୋମ ସ୍କ୍ରିନକୁ ନିଜ ଇଚ୍ଛାରେ କଷ୍ଟମାଇଜ୍ କରିପାରିବ ଏବଂ କଣ୍ଟ୍ରୋଲ୍ ସେଣ୍ଟର ସାହାଯ୍ୟରେ ଅଧିକ ଫିଚର ଆକ୍ସେସ୍ କରିପାରିବ ।
ଏଆଇ ଅପଗ୍ରେଡ୍ (AI Upgrades) ଏବଂ (Eye Tracking) ଆଇ ଟ୍ରାକିଂ ଅର୍ଥାତ୍ ଫୋନକୁ ନଛୁଇଁ ଆପଣ ନିଜ ଆଖି ସାହାର୍ଯ୍ୟରେ ମଧ୍ୟ ପରିଚାଳନା କରିପାରିବେ।
IOS 18 ଫୋନରେ (Musical Haptics ) ସୁବିଧା ମଧ୍ୟ ପାଇପାରିବେ।
ସଫାରି ଏବଂ ମ୍ୟାପ୍ ଆପ୍ସରେ ମଧ୍ୟ ଅନେକ ଉନ୍ନତି କରାଯାଇଛି । ସଫାରି ବର୍ତ୍ତମାନ ପୂର୍ବାପେକ୍ଷା ଆହୁରି ତୀବ୍ର ଏବଂ ଅଧିକ ସୁରକ୍ଷିତ ଥିବାବେଳେ ନାଭିଗେସନ୍କୁ ଆହୁରି ସହଜ କରିବା ପାଇଁ ମ୍ୟାପ୍ସ ଆପରେ ନୂତନ ଫିଚର ଗୁଡିକକୁ ସାମିଲ୍ କରାଯାଇଛି।
iOS 18 ରେ ଏକ ନୂଆ ଫଟୋ ଆପ୍ ଏବଂ ଆପଲ୍ ହେଲ୍ଥ ଇକୋସିଷ୍ଟମ୍ ମଧ୍ୟ ଅନ୍ତର୍ଭୁକ୍ତ । ଫଟୋ ଆପ୍ ବର୍ତ୍ତମାନ ଆହୁରି ଉନ୍ନତ କଷ୍ଟମାଇଜେସନ୍ ବିକଳ୍ପ ପାଇବେ ଗ୍ରାହକ। ଏହି ଫୋନରେ ସୁରକ୍ଷା ଏବଂ ଗୋପନୀୟତା ଫିଚର ଗୁଡିକ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ବର୍ତ୍ତମାନ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ରହିବ ।
ट्रेन्डिंग फोटोज़