Advertisement
Photo Details/zeeodisha/odisha1742017
photoDetails0hindi

Amisha Patel: ଜାଣନ୍ତୁ କାହିଁକି କୋର୍ଟରେ ଆତ୍ମସମର୍ପଣ କଲେ ଅମୀଷା ପଟେଲ..

Amisha Patel: ଅନେକ ସମୟରେ ସେଲିବ୍ରେଟି ମାନେ ନିଜର ଭୁଲ ପଦକ୍ଷେପ ପାଇଁ ବାଦ ବିବାଦରେ ଫସିଥିଆନ୍ତି।  ନିକଟରେ ଗଦର ଅଭିନେତ୍ରୀ ଅମୀଷା ପଟେଲ ବିବାଦ ଘେରକୁ ଆସିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଶେଷରେ ସେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

1/5

ଅଭିନେତ୍ରୀଙ୍କ ବିରୋଧରେ ରାଞ୍ଚିର ଫିଲ୍ମ ପ୍ରଯୋଜକ ଅଜୟ କୁମାର ସିଂ ଠକେଇ ଓ ଧମକ ଅଭିଯୋଗ ଆଣିଥିଲେ । ଖାଲି ଏତିକି ନୁହେଁ, ଚେକ୍ ବାଉନ୍ସ ନେଇ ଥାନାରେ ମାମଲା ରୁଜୁ କରି ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ ।

2/5

ପ୍ରଯୋଜକ ଏକ ସିନେମାର ପ୍ରଚାର ପ୍ରସାର ଓ ପବ୍ଲିସିଟି ନିମନ୍ତେ ଅମୀଷାଙ୍କୁ ୨.୫ କୋଟି ଟଙ୍କା ଦେଇଥିଲେ। ସିନେମା ସଂମ୍ପୂର୍ଣ୍ଣ ହେବା ପରେ ସୁଧ ସହ ଟଙ୍କା ଫେରାଇ ଦେବା ଲାଗି ସେ ଅଭିନେତ୍ରୀଙ୍କ ସହ ଚୁକ୍ତି କରିଥିଲେ।

3/5

୨୦୧୩ ମସିହାରୁ ଆରମ୍ଭ ହୋଇଥିବା ସିନେମା ଶେଷ ହେବାରେ ବିଳମ୍ବ ହେବାରୁ ଅଜୟ ଅମୀଷାଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ । ହେଲେ ସେ ଟଙ୍କା ନ ଫେରାଇ ଓଲଟି ତାଙ୍କୁ ଧମକ ଦେଇଥିଲେ ।

4/5

ପରେ ଏ ମାମଲାରେ ହାଜର ହେବା ଲାଗି ଅଭିନେତ୍ରୀଙ୍କ ନିକଟକୁ କୋର୍ଟ ବାରମ୍ବାର ନୋଟିସ୍  ଜାରି କରିଥିଲେ । କିନ୍ତୁ ଏହାକୁ ଖାତିର କରି ନଥିଲେ ଅମୀଷା ।

5/5

ଏହାପରେ କୋର୍ଟ ତାଙ୍କ ନିକଟକୁ ୱାରେଣ୍ଟ ଜାରି କରିଥିଲେ । ତେବେ ଆଜି ଏନେଇ ରାଞ୍ଚି କୋର୍ଟରେ ଆତ୍ମସର୍ମପଣ କରିଛନ୍ତି ଅଭିନେତ୍ରୀ ।