Advertisement
Photo Details/zeeodisha/odisha1915336
photoDetails0hindi

OnePlus: ଆଇଫୋନ୍ କିଣିବାକୁ ଚାହୁଁଥିବା ଲୋକ ବି ପସନ୍ଦ କରୁଛନ୍ତି ଏହି ଫୋନ୍

ଆମାଜନରେ ଚାଲିଛି ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ । ଏହି ସମୟରେ ସ୍ମାର୍ଟଫୋନରେ ଗ୍ରାହକଙ୍କୁ ଅନେକ ଅଫର ଦିଆଯାଉଛି । ଚଳିତଥର  ୱାନ୍ ପ୍ଲସ୍ (OnePlus) ଫୋନରେ ମଧ୍ୟ ଅନେକ ଅଫର ଦିଆଯାଇଛି । ଆସନ୍ତୁ ଜାଣିବା ଏହି ଅଫରରେ କଣ ସବୁ ମିଳୁଛି । କାହିଁକି ଆଇଫୋନ କିଣିବାକୁ ଚାହୁଁଥିବା ଲୋକଙ୍କୁ ପସନ୍ଦ ଆସୁଛି ଏହି ଫୋନ୍

1/5

ଆମେ ଆପଣଙ୍କୁ OnePlus Nord CE 3 5G ବିଷୟରେ କହିବାକୁ ଯାଉଛୁ । ଏହି ସ୍ମାର୍ଟଫୋନଟି ଚଳିତ ବର୍ଷ ଜୁଲାଇ ମାସରେ ଭାରତରେ ଲଞ୍ଚ କରାଯାଇଥିଲା । ଏହି ସ୍ମାର୍ଟଫୋନ୍ 8GB + 128GB ଏବଂ 12GB + 256GB ପ୍ରକାରରେ ଉପଲବ୍ଧ ରହିଛି । ଲଞ୍ଚ୍ ସମୟରେ ଏହି ଫୋନର ଦାମ ଯଥାକ୍ରମେ ୨୬,୯୯୯ ଏବଂ ୨୮,୯୯୯ ଟଙ୍କା ଥିଲା ।

2/5

ବର୍ତ୍ତମାନ ଏହି ଫୋନର ବେସ୍ ଭାରିଆଣ୍ଟ ଆମାଜନରେ ୨୬,୯୯୯ ଟଙ୍କାରେ ବିକ୍ରୀ ହେଉଛି । ଗ୍ରାହକମାନେ ଆମାଜନ କୁପନ ମାଧ୍ୟମରେ ଏହି ଫୋନ ଉପରେ ୨ ହଜାର ଟଙ୍କା ରିହାତି ପାଇପାରିବେ । କେବଳ ସେତିକି ନୁହେଁ ଗ୍ରାହକମାନେ ଏସବିଆଇ କ୍ରେଡିଟ କାର୍ଡ ମାଧ୍ୟମରେ ୧,୨୫୦ ଟଙ୍କା ରିହାତି ପାଇବେ ।

3/5

ତେବେ ନୂଆ ଫୋନର ବେସ୍ ଭାରିଆଣ୍ଟର ମୂଲ୍ୟ ରହିଛି ୨୩,୭୪୯ ଟଙ୍କା ହେବ । ଯଦି ଆପଣ ଚାହିଁବେ ତେବେ ଆପଣଙ୍କ ପୁରୁଣା ଫୋନ୍ ଏକ୍ସଚେଞ୍ଜ କରି ଏହି ନୂଆ ଫୋନରେ ୨୫,୧୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ଯଦି ଆପଣ ଅଧିକ ରିହାତି ଚାହୁଁଛନ୍ତି ତେବେ ଆପଣଙ୍କ ଫୋନର କଣ୍ଡିସନ ଭଲ ଥିବା ଆବଶ୍ୟକ ।

4/5

OnePlus Nord CE 3 ରେ ରହିଛି କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୮୨ଜି । ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୩ ଆଧାରିତ ଅକ୍ସିଜେନ ୧୩.୧ ରେ ଚାଲିଥାଏ ।

5/5

ଫଟୋଗ୍ରାଫି ପାଇଁ ଏହି ଫୋନଟି ଖୁବ ଭଲ । ଫୋନର ପଛ ପଟରେ ୫୦ଏମପି (50MP) ପ୍ରାଇମେରୀ କ୍ୟାମେରା, ୮ଏମପି (8MP) ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା ଏବଂ ୨ଏମପି (2MP) ମାକ୍ରୋ ସେନ୍ସର ରହିଛି । ଫୋନର ବ୍ୟାଟେରୀ କ୍ଷମତା ରହିଛି ୫ ହଜାର ଏମଏଏଚ (5000mAh) ଏବଂ 80W SuperVOOC ଫାଷ୍ଟ ଚାର୍ଜିଂ ଏଥିରେ ରହିଛି ।