Advertisement
Photo Details/zeeodisha/odisha1765591
photoDetails0hindi

Alka yagnik: ସ୍ବାମୀଙ୍କଠାରୁ ଦୀର୍ଘ ୨୮ ବର୍ଷ ହେବ ଦୂରରେ ରହିଛି, ପର ପୁରୁଷଙ୍କ ଲାଗି...

Alka yagnik: ବର୍ତ୍ତମାନ ସମୟରେ ବିବାହ ପରି ପବିତ୍ର ବନ୍ଧନକୁ ସମ୍ଭାଳିବା ଏକ ଚ୍ୟାଲେଞ୍ଜ ପାଲଟିଛି । ଚାକିରି ଲାଗି ବହୁ ଦମ୍ପତି ପରସ୍ପରଠାରୁ ଅଲଗା ରହିଥିବା ଦେଖିବାକୁ ମିଳିଥାଏ । ଏଥିପାଇଁ ସେମାନଙ୍କ ମଧ୍ୟରେ ଭୁଲ ବୁଝାମଣା, କଳହ ଓ ପରାକୀୟା ପ୍ରୀତି ଭଳି ସମସ୍ୟା ଦେଖାଦେଇଥାଏ। ଆଜିକାଲି ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଅନେକ ନେତା, ରାଜନେତା ଓ ଅଭିନେତାଙ୍କ ଛାଡ଼ପତ୍ର ଖବର ଗଣମାଧ୍ୟମରେ ହେଡ଼ଲାଇନ ପାଲଟୁଛି । ତେବେ ଏସବୁ ଭିତରେ ଗାୟିକା ଅଲକା ୟାଗ୍ନିକଙ୍କ ବୈବାହିକ ଜୀବନ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

1/6

ଅଲକା ୟାଗ୍ନିକ୍ ୧୯୮୯ ମସିହାରେ ବ୍ୟବସାୟୀ ନୀରଜ କପୁରଙ୍କୁ ବିବାହ କରିଥିଲେ । ବିବାହ ପରେ ନୀରଜ ଅଲକାଙ୍କ ସହ ସିଲଂ ଛାଡ଼ି ମୁମ୍ବାଇରେ ରହିବାକୁ ଆସିଥିଲେ ।

2/6

 ସେ ମୁମ୍ବାଇରେ ରହି ନିଜ ବ୍ୟବସାୟ ବଢାଇବାକୁ ଚେଷ୍ଟା କରିଥିଲେ । ମାତ୍ର ମୟାନଗରୀ ମୁମ୍ବାଇରେ ବ୍ୟବସାୟରୁ ଲାଭ ନମିଳିବାରୁ ସେ ସିଲଂ ଫେରିଯାଇଥିଲା ।

3/6

ଉଭୟଙ୍କ ବିବାହକୁ ଇତି ମଧ୍ଯରେ ୨୮ ବର୍ଷ ବିତିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ, ହେବେ ଉଭୟ ସେବେଠାରୁ ହିଁ ପରସ୍ପରଠାରୁ ଅଲଗା ରହିଛନ୍ତି ।

4/6

ଅଲକା ଏକ ସାକ୍ଷାତକାରରେ କହିଛନ୍ତି ଯେ, ସ୍ବାମୀଙ୍କ ଠାରୁ ଅଲଗା ରହିବା କାରଣରୁ ଅନେକ ଥର ପର ପୁରୁଷଙ୍କ ପ୍ରତି ଆର୍କିଷିତ ହୋଇଛି । କିନ୍ତୁ ମୁଁ କେବେ ବି ନିଜର ସୀମା ଭୁଲି ନଥିଲି ।

5/6

ଦୀର୍ଘ ବର୍ଷ ଧରି ପରସ୍ପରଠାରୁ ଅଲଗା ରହିବା ପରେ ମଧ୍ଯ ଉଭୟ ପରସ୍ପରଠାରୁ କେବେ ଯୋଗାଯୋଗ ଛିନ୍ନ କରିନୁ । ଦୁହେଁ ଦୁହେଁଙ୍କୁ ଭଲ କରି ବୁଝୁଥିବାରୁ ସମ୍ପର୍କ ବଞ୍ଚି ରହିଥିବା ସେ କହିଛନ୍ତି ।

6/6

ଉଭୟ ନିଜ ନିଜ କ୍ୟାରିୟରକୁ ଗୁରୁତ୍ବ ଦେଉଛୁ । ଦୁହେଁଙ୍କ ମଧ୍ୟରେ ସଠିକ୍ ବୁଝାମଣା ଥିବାରୁ ସଂପର୍କ ବଞ୍ଚିଛି ।