Advertisement
photoDetails0hindi

Riva Arora: ଅଭିନେତ୍ରୀଙ୍କ ବୟସ ୧୩, କିନ୍ତୁ ମା’ ଦେଲେ ୪୪ ଲକ୍ଷର କାର୍ ଉପହାର

Riva Arora: ଶିଶୁ କଳାକାର ରିବା ଆରୋରା (Riva Arora) । ବଲିଉଡ ଓ ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ କାମ କରିଥିବା ରିବାଙ୍କର(Riva Arora) ‌ସୋସିଆଲ ମିଡିଆରେ ମଧ୍ୟ ଲକ୍ଷ ଲକ୍ଷ ଫଲୋଓ୍ବର୍ସ ଅଛନ୍ତି।

1/5

ବର୍ତ୍ତମାନ ଅଭିନେତ୍ରୀଙ୍କ ଫଲୋୱର ସଂଖ୍ୟା ୧୦ମିଲିୟନରେ ପହଞ୍ଚିବା ପରେ ତାଙ୍କ ମା’ ତାଙ୍କୁ ୪୪ଲକ୍ଷ ଟଙ୍କାର ଅଡି କ୍ୟୁ୩ ଉପହାର (car worth Rs 44 lakh) ଦେଇଛନ୍ତି।

2/5

ଏହାର ଫଟୋ ଇନଷ୍ଟାରେ ସେୟାର କରି ରିବା ନିଜର ଖୁସି ବ୍ୟକ୍ତ କରିଥିବା ବେଳେ ଲୋକ‌େ ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି। 

3/5

ଜଣେ ୟୁଜର୍ସ ଲେଖିଛନ୍ତି, ପ୍ରଥମେ ଡ୍ରାଇଭିଙ୍ଗ ଲାଇସେନ୍ସ (driving licence)କର। ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି, ସରକାର ଇନଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ। ତେବେ କିଛି ତାଙ୍କୁ ଟ୍ରୋଲ କରୁଥିଲେ ବି ତାଙ୍କ ପ୍ରଶଂସକ ଅଭିନେତ୍ରୀଙ୍କ ଖୁସିରେ ଖୁସିଥିବା କହିଛନ୍ତି।

4/5

ଏହି ଅଭିନେତ୍ରୀ ୨୦୧୧ ମସିହାରେ ଚଳଚ୍ଚିତ୍ର ‘ରକଷ୍ଟାର୍’ ସହିତ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଏହା ପରେ ସେ ଫିଲ୍ମ ‘ମମ୍’,‘ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍’, ‘ଗୁଞ୍ଜନ ସକ୍ସେନା: ଦି କାର୍ଗିଲ୍ ଗର୍ଲ’ ଆଦିରେ ଅଭିନୟ କରିଥିଲେ। 

5/5

ସେ ଅନେକ ଟିଭି ଶୋ’ରେ ମଧ୍ୟ କାମ କରିଛନ୍ତି ଏବଂ ସେ ଜଣେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ମଧ୍ୟ।