Parenting coach guide: ଟିଚର-ପ୍ୟାରେଣ୍ଟ୍ ମିଟିଂରେ କେବେ ମଧ୍ୟ ନିଜ ପିଲା ବାବଦରେ ଖରାପ କିଛି କୁହନ୍ତୁ ନାହିଁ,ପିଲା ଉପରେ ପଡେ ନକରାତ୍ମକ ପ୍ରଭାବ
Advertisement
Article Detail0/zeeodisha/odisha2001564

Parenting coach guide: ଟିଚର-ପ୍ୟାରେଣ୍ଟ୍ ମିଟିଂରେ କେବେ ମଧ୍ୟ ନିଜ ପିଲା ବାବଦରେ ଖରାପ କିଛି କୁହନ୍ତୁ ନାହିଁ,ପିଲା ଉପରେ ପଡେ ନକରାତ୍ମକ ପ୍ରଭାବ

  ପେରେଣ୍ଟିଙ୍ଗ୍ କୋଚ୍ କହିଲେ ନିଜ ପିଲାର ପିଟିଏମ୍ ମିଟିଙ୍ଗରେ ତାଙ୍କ ଟିଚର ସହ କେଉଁ ସବୁ ବିଷୟରେ କଥା ହେବା ଉଚିତ୍ ନୁହେଁ । ଏବଂ କାହା ଉପରେ ଧ୍ୟାନ ଦେବା ଉଚିତ୍ ? ଯେତେବେଳେ ପିଲା ସ୍କୁଲ ଯିବା ଆରମ୍ଭ କରନ୍ତି, ସେତେବେଳେ ପିଲାମାନେ ଆତ୍ମନିର୍ଭର ଆଡ଼କୁ ପ୍ରଥମ ପାଦ ଦିଅନ୍ତି । ଏହାସହ ବାପା ମାଙ୍କର ମଧ୍ୟ ଅନେକ ଦାୟି

SOCIAL MEDIA

Parenting coach guide: 

ପେରେଣ୍ଟିଙ୍ଗ୍ କୋଚ୍ କହିଲେ ନିଜ ପିଲାର ପିଟିଏମ୍ ମିଟିଙ୍ଗରେ ତାଙ୍କ ଟିଚର ସହ କେଉଁ ସବୁ ବିଷୟରେ କଥା ହେବା ଉଚିତ୍ ନୁହେଁ । ଏବଂ କାହା ଉପରେ ଧ୍ୟାନ ଦେବା ଉଚିତ୍ ?

ଯେତେବେଳେ ପିଲା ସ୍କୁଲ ଯିବା ଆରମ୍ଭ କରନ୍ତି, ସେତେବେଳେ ପିଲାମାନେ ଆତ୍ମନିର୍ଭର ଆଡ଼କୁ ପ୍ରଥମ ପାଦ ଦିଅନ୍ତି । ଏହାସହ ବାପା ମାଙ୍କର ମଧ୍ୟ ଅନେକ ଦାୟିତ୍ବ ବଢ଼ିଯାଏ । ଯେମିତିକି ପିଲାକୁ ସ୍କୁଲ ପାଇଁ ପ୍ରସ୍ତୁତ କରିବା । ପାଠ ପଢ଼ାରେ ତାକୁ ସାହାଯ୍ୟ କରିବା ଇତ୍ୟାଦି । ଏହାସହ ଅଭିଭାବକ ମାନଙ୍କୁ ସାମାଜିକ ଜୀବନ ଏବଂ ସ୍କୁଲରେ ନିଜ ପିଲା କିଭଳି ସମସ୍ତଙ୍କ ନିକଟରେ ଭଲ ହେବ ସେହିଭଳି ତାକୁ ଶିକ୍ଷା ଦେବାରେ ସାହାଯ୍ୟ କରନ୍ତି ।

ଯଦି ଆପଣ ଆପଣଙ୍କ ପିଲାର ଶିକ୍ଷକ-ଅଭିଭାବକ ମିଟିଂକୁ ଯାଉଛନ୍ତି ତାହେଲେ ସେଠାରେ ଟିକେ ଧ୍ୟାନ ଦେବେ ଯେମିତି ଆପଣ ଏମିତି କିଛି ନକୁହନ୍ତି ଯାହାଦ୍ବାରା ପିଲାର ମାନସିକ ଏବଂ ଭାବନାତ୍ମକ କ୍ଷେତ୍ରରେ ପ୍ରଭାବ ପଡ଼ିପାରେ । କିମ୍ବା ତାର ସୋସିଆଲ ଇମେଜକୁ ଖରାପ କରିବ । ସାର୍ଟିଫାଇଡ଼ ପଜିଟିଭ୍ ପେରେଣ୍ଟିଂଗ କୋଚ୍ ରହେଲା ତୟବୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓରେ କହିଛନ୍ତି ଯେ ଶିକ୍ଷକ-ଅଭିଭାବକ ମିଟିଂରେ କଣ କହିବା ଉଚିତ୍ ନୁହେଁ ।

ନକାରାତ୍ମକ କଥା କୁହନ୍ତୁ ନାହିଁ

ରହେଲାଙ୍କ ମତନୁସାରେ କେବେହେଲେ ପିଲାର ନକାରାତ୍ମକ ବ୍ୟବହାର ବିଷୟରେ ଶିକ୍ଷକକୁ କହିବା ଉଚିତ୍ ନୁହେଁ । ଘରେ ପିଲା କେତେ ଜିଦ୍ଦି କରୁଛି ଏସବୁ କୁହନ୍ତୁ ନାହିଁ । କେତେ ଦୁଷ୍ଟ ହେଉଛି, ଖାଦ୍ୟ ଠିକ୍ ଭାବରେ ଖାଉ ନାହିଁ, ଆଉ ପାଠ ପଢ଼ୁ ନାହିଁ । ଶିକ୍ଷକଙ୍କର ଆପଣଙ୍କ ପିଲାକୁ ନେଇ ମନୋଭାବ ବଦଳି ଯାଇପାରେ । ଯାହାଦ୍ବାରା ଆପଣଙ୍କ ନକରାତ୍ମକ କଥା ଏବଂ ଅଭିଯୋଗ ନକାରାତ୍ମକ ଦୃଷ୍ଟିକୋଣରେ ପରିବର୍ତ୍ତନ ହୋଇଯାଇପାରେ ।

ଏହାଦ୍ବାରା କଣ ହୁଏ ?

ଶିକ୍ଷକଙ୍କୁ ଏଭଳି ଅଭିଯୋଗ କରିବା ଦ୍ବାରା ଖାଲି ଯେ ପିଲା ପ୍ରତି ଶିକ୍ଷକଙ୍କ ମନୋଭାବ ନକାରାତ୍ମକ ହେବ ତା ନୁହେଁ ପିଲା ମଧ୍ୟ ସ୍କୁଲ ଏବଂ ଘରେ ଭିନ୍ନ ପ୍ରକାରର ବ୍ୟବହାର କରିପାରେ । ସେଥିପାଇଁ ଏଭଳି କିଛି କୁହନ୍ତୁ ନାହିଁ ଯାହା ପିଲାପ୍ରତି ନକାରାତ୍ମକ ଦୃଷ୍ଟିକୋଣ ସୃଷ୍ଟି କରିବ ।

ଶିକ୍ଷକଙ୍କ କଥା ଶୁଣନ୍ତୁ

ଯଦି ଶିକ୍ଷକ କିଛି କହୁଛନ୍ତି ପିଲା ବିଷୟରେ ତାହେଲେ ସେସବୁ ଧ୍ୟାନର ସହ ଶୁଣନ୍ତୁ ଏବଂ ନୋଟ୍ କରନ୍ତୁ । ଆଉ ଶିକ୍ଷକଙ୍କୁ ବିଶ୍ବାସ ଦିଅନ୍ତୁ ଯେ ଆପଣ ନିଶ୍ଚିତ ଭାବରେ ପିଲା ଭିତରେ ଏସବୁ ସୁଧାରିବା ପାଇଁ ଚେଷ୍ଟା କରିବେ ।

ପିଲାକୁ ସାଙ୍ଗରେ ନେଇ ଯାଆନ୍ତୁ ନାହିଁ

ପେରାଣ୍ଟିଂଗ କୋଚ ଏକଥା ମଧ୍ୟ କହିଛନ୍ତି ଯେ ପିଲାକୁ ସାଙ୍ଗରେ ନେଇ ମିଟିଂକୁ ଯାଆନ୍ତୁ ନାହିଁ । ଏହାସହ ଶିକ୍ଷକ ସାମ୍ନାରେ କୌଣସି ନକାରାତ୍ମକ କଥା କୁହନ୍ତୁ ନାହିଁ । ଯଦି ଶିକ୍ଷକ କିଛି ପିଲାକୁ ନେଇ ନେଗେଟିଭ୍ କଚହନ୍ତି କିମ୍ବା ଆପଣ ଅଭିଯୋଗ କରନ୍ତି ତାହେଲେ ପିଲା ଭିତରେ ଆତ୍ମବିଶ୍ବାସ ଭାଙ୍ଗି ଯାଇପାରେ ।

ଶିକ୍ଷକଙ୍କ ପ୍ରଶଂସା

ଆପଣଙ୍କ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଶିକ୍ଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ସେଥିପାଇଁ ଆପଣ ତାଙ୍କୁ ଧନ୍ୟବାଦ ଦେବା ଜରୁରୀ । ଏବଂ ତାଙ୍କ ପରିଶ୍ରମ ଏବଂ ପ୍ରତିବଦ୍ଧତାକୁ ମଧ୍ୟ ପ୍ରଶଂସା କରିବା ଉଚିତ୍ । ଏହାସହ ସ୍କୁଲ ବିଷୟରେ ପିଲା ଗରେ କର କହୁଛି ଏସବୁ ବଲୋଚନା କରିବା ଉଚିତ୍ ।